ପ୍ରାକୃତିକ ଉପାୟରେ ବଢାନ୍ତୁ ଶକ୍ତି
ପ୍ରାକୃତିକ ଭାବରେ ଶରୀରକୁ ଶକ୍ତିଶାଳୀ ଏବଂ ବଳବାନ କରିବା ପାଇଁ କେବଳ ବ୍ୟାୟାମ ଯଥେଷ୍ଟ ନୁହେଁ, ବରଂ ଏକ ଶୃଙ୍ଖଳିତ ଜୀବନଶୈଳୀ ଆବଶ୍ୟକ। ନିମ୍ନରେ ୫ଟି ଦୈନିକ ଅଭ୍ୟାସ ବିଷୟରେ ଦିଆଗଲା ଯାହା ଆପଣଙ୍କୁ ପୋଷଣ ଯୋଗାଇବା ସହିତ ରୋଗପ୍ରତିରୋଧକ ଶକ୍ତି ବଢାଇବ ।
ସନ୍ତୁଳିତ ଆହାର
ଶରୀରର ମାଂସପେଶୀ ଗଠନ ପାଇଁ ପ୍ରୋଟିନ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କ ଖାଦ୍ୟରେ ପ୍ରାକୃତିକ ଜିନିଷ ଯେପରିକି ଅଣ୍ଡା, ପନିର, ଗଜା ମୁଗ, ଚଣା, ସୋୟାବିନ୍ ଏବଂ କ୍ଷୀର ଅନ୍ତର୍ଭୁକ୍ତ କରନ୍ତୁ। ଶରୀରକୁ ଶକ୍ତି ଯୋଗାଇବା ପାଇଁ କାର୍ବୋହାଇଡ୍ରେଟ୍ ଏବଂ ସୁସ୍ଥ ଚର୍ବି ଆବଶ୍ୟକ ହୋଇଥାଏ ।
ବ୍ୟାୟାମ
ଜିମ୍ ନଯାଇ ମଧ୍ୟ ଆପଣ ଘରେ ବ୍ୟାୟାମ କରିପାରିବେ। ପ୍ରତିଦିନ ଅତିକମରେ ୨୦-୩୦ ମିନିଟ୍ ପୁସ୍-ଅପ୍ସ , ସ୍କ୍ବାଟ୍ସ , ଏବଂ ପ୍ଲାଙ୍କ ଭଳି ବ୍ୟାୟାମ କରନ୍ତୁ। ଏହା ଆପଣଙ୍କ ମାଂସପେଶୀର ସହନଶକ୍ତି ବଢ଼ାଇବା ସହ ହାଡ଼କୁ ଶକ୍ତ କରିଥାଏ।
ପର୍ଯ୍ୟାପ୍ତ ବିଶ୍ରାମ
ଅନେକ ଲୋକ ଭାବନ୍ତି କେବଳ ପରିଶ୍ରମ କଲେ ଶକ୍ତି ବଢେ, କିନ୍ତୁ ପ୍ରକୃତରେ ଶୋଇବା ସମୟରେ ହିଁ ଆମର ମାଂସପେଶୀ ଗୁଡ଼ିକ ବଢିଥାଏ। ତେଣୁ ପ୍ରତିଦିନ ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ । ପ୍ରତିଦିନ ୭ ରୁ ୮ ଘଣ୍ଟା ଗଭୀର ନିଦ୍ରାରେ ଶୋଇବାକୁ ଚେଷ୍ଟା କରନ୍ତୁ । ଏହା ଶରୀରରେ ଟେଷ୍ଟୋଷ୍ଟେରନ୍ ଭଳି ପ୍ରାକୃତିକ ହରମୋନ୍ ସ୍ତରକୁ ଠିକ୍ ରଖେ।
ହାଇଡ୍ରେସନ
ଆମ ମାଂସପେଶୀର ପ୍ରାୟ ୭୫% ଭାଗ ଜଳ। ଯଦି ଶରୀରରେ ପାଣିର ଅଭାବ ହୁଏ, ତେବେ ଆପଣ ଶୀଘ୍ର ଥକିଯିବେ। ଦିନସାରା ୩ ରୁ ୪ ଲିଟର ପାଣି ପିଅନ୍ତୁ। ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ରକ୍ତ ସଞ୍ଚାଳନକୁ ଠିକ୍ ରଖେ, ଯାହା ଫଳରେ ମାଂସପେଶୀକୁ ଅଧିକ ପୋଷାକ ତତ୍ତ୍ୱ ମିଳିଥାଏ।
ଭିଟାମିନ୍-ଡି
ପ୍ରାକୃତିକ ଶକ୍ତି ପାଇଁ ସୂର୍ଯ୍ୟ କିରଣ ଅତ୍ୟନ୍ତ ଆବଶ୍ୟକ। ସକାଳ ସମୟରେ ୧୫-୨୦ ମିନିଟ୍ ଖରାରେ ଠିଆ ହେବା ଦ୍ୱାରା ଶରୀରକୁ ଭିଟାମିନ୍-ଡି ମିଳିଥାଏ। ଏହା କେବଳ ହାଡ଼କୁ ମଜବୁତ୍ କରେ ନାହିଁ, ବରଂ ମାଂସପେଶୀର କାର୍ଯ୍ୟଦକ୍ଷତା ଏବଂ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆଣେ ।



