ଭାରତକୁ କରିଛନ୍ତି ଗର୍ବିତ

ଭାରତକୁ କରିଛନ୍ତି ଗର୍ବିତ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବି ଟାଉନରୁ ଜେଲ

ବିଶ୍ବସ୍ତରରେ ଭାରତୀୟ ସିନେମା ତଥା ଭାରତକୁ ପ୍ରତିନିଧିତ୍ବ କରିବାରେ ଅନେକ ଅଭିନେତ୍ରୀଙ୍କ ନାଁ ସାମିଲ ଅଛି । ସେଥିରୁ ଜଣେ ହେଲେ ଆଲିଆ ଭଟ୍ଟ, ଯିଏ ବର୍ତ୍ତମାନ ବିଶ୍ବସ୍ତରୀୟ ମଞ୍ଚରେ ନିଜ ଅଭିଭାଷଣ ପାଇଁ ଖୁବ ଚର୍ଚ୍ଚା ଓ ପ୍ରଶଂସା ଉଭୟ ସାଉଁଟିବାରେ ଲାଗିଛନ୍ତି ।

ସମ୍ବନ୍ଧିତ ଖବର ପରମ୍ପରାପ୍ରିୟ

ଭାରତୀୟ ସିନେମା ଜଗତର ଜଣେ ବହୁମୁଖୀ ପ୍ରତିଭା ସମ୍ପନ୍ନ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ବର୍ତ୍ତମାନ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଆଲିଆଙ୍କର ଅଭିନୟର ଦକ୍ଷତା କେବଳ ବଲିଉଡ୍ ନୁହେଁ ବରଂ ସାରା ବିଶ୍ୱକୁ ପ୍ରଭାବିତ କରିଛି। ନିକଟରେ ସେ ନିଜର ଆକ୍ସନ-ଥ୍ରୀଲର ଚଳଚ୍ଚିତ୍ର 'ଜିଗରା'  ମାଧ୍ୟମରେ ଦର୍ଶକଙ୍କ ମନକୁ ଜିତିବା ସହିତ ଷଷ୍ଠ ଥର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ଆୱାର୍ଡ ଜିତିଛନ୍ତି ।  ତେବେ ୨୦୨୬ ଆରମ୍ଭରୁ ଆଲିଆଙ୍କ ସଫଳତାର ଫର୍ଦ୍ଦରେ ଆଉ ଏକ ଅଧ୍ୟାୟ ଯୋଡି ହୋଇଛି । ୨୦୨୬ ମସିହାରେ ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇଛି । ବିଶେଷ କରି ଲଣ୍ଡନର ରୟାଲ୍ ଫେଷ୍ଟିଭାଲ୍ ହଲ୍ରେ ଅନୁଷ୍ଠିତ ୭୯ତମ ବ୍ରିଟିଶ୍ ଏକାଡେମୀ ଫିଲ୍ମ ଆୱାର୍ଡସ ଉତ୍ସବରେ ତାଙ୍କର ଉପସ୍ଥିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ସମ୍ମାନଜନକ ମଞ୍ଚରେ ଜଣେ ପ୍ରେଜେଣ୍ଟର ଭାବେ ଯୋଗ ଦେଇ ଆଲିଆ 'ଶ୍ରେଷ୍ଠ ଅଣ-ଇଂରାଜୀ ଭାଷା ଚଳଚ୍ଚିତ୍ର' ବର୍ଗରେ ପୁରସ୍କାର ପ୍ରଦାନ କରିଥିଲେ । ଏହାସହ ନିଜର ଅଭିଭାଷଣକୁ ପାରମ୍ପରିକ 'ନମସ୍କାର' ସହ ହିନ୍ଦୀରେ ଆରମ୍ଭ କରି ଭାରତୀୟ ସଂସ୍କୃତିର ଗୌରବକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିଥିଲେ। ଏହା ସମଗ୍ର ଦେଶବାସୀଙ୍କ ସହିତ ଭାରତୀୟ ସିନେମାକୁ ଏକ ନୂଆ ପରିଚୟ ପ୍ରଦାନ କରିଛି । ବିଶ୍ବରେ ଭାରତୀୟ ସିନେମାର ଟେକ ପୁଣି ବଢିଛି । ଆଲିଆଙ୍କର ଅପକମିଂ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ, ଆଲିଆ ବର୍ତ୍ତମାନ ୟଶରାଜ୍ ଫିଲ୍ମସର ସବୁଠାରୁ ବଡ଼ ପ୍ରୋଜେକ୍ଟ 'ଆଲ୍ଫା' ପାଇଁ ପ୍ରସ୍ତୁତ ହେଉଛନ୍ତି, ଯେଉଁଥିରେ ସେ ପ୍ରଥମ ଥର ପାଇଁ ଏକ ମହିଳା କେନ୍ଦ୍ରିକ ସ୍ପାଏ ୟୁନିଭର୍ସରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କର କଠିନ ପରିଶ୍ରମ ଏବଂ ଆକ୍ସନ ଅବତାର ଦର୍ଶକଙ୍କୁ ଏକ ନୂଆ ରୋମାଞ୍ଚ ଦେବ ବୋଲି ଆଶା କରାଯାଉଛି। ଏହା ସହିତ ସଞ୍ଜୟ ଲୀଲା ଭାନସାଲୀଙ୍କ ଆଗାମୀ ମେଗା-ବଜେଟ୍ ଫିଲ୍ମ 'ଲଭ୍ ଆଣ୍ଡ ୱାର୍' ରେ ସେ ରଣବୀର କପୁର ଏବଂ ବିକି କୌଶଲଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଯାହାକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଜଣେ ସଫଳ ଅଭିନେତ୍ରୀ, ଦକ୍ଷ ପ୍ରଯୋଜିକା ଏବଂ ବିଶ୍ୱସ୍ତରୀୟ ବ୍ରାଣ୍ଡ ଆମ୍ବାସଡର ଭାବରେ ଆଲିଆଙ୍କର ଏହି ନିରନ୍ତର ସଫଳତା ଯାତ୍ରା ପ୍ରମାଣ କରୁଛି ଯେ ସେ କେବଳ ଜଣେ କଳାକାର ନୁହଁନ୍ତି, ବରଂ ଜଣେ ପ୍ରକୃତ ଗ୍ଲୋବାଲ୍ ଆଇକନ୍।

ସମ୍ବନ୍ଧିତ ଖବର ସୁପରହିରୋ ସଲମାନ

Tags: