ଆଜିଠାରୁ କ୍ୟାନସର ଟୀକା

ଆଜିଠାରୁ କ୍ୟାନସର ଟୀକା
Samaya Live News Picture
Published On

ଭୁବନେଶ୍ୱର : ସର୍ଭିକାଲ କ୍ୟାନସରକୁ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ । ଆଜି ଠାରୁ କିଶୋରୀଙ୍କୁ ମିଳିବ ମାଗଣା କ୍ୟାନସର ଟୀକା । ସାରା ଦେଶରେ ଆଜି ଠାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ୧୪ ବର୍ଷ ଯାଏଁ ଝିଅଙ୍କୁ ସିଂଗିଲ ଡୋଜ ଦିଆଯିବ ।  ୧୪ ରୁ ବାହାଘର ପର୍ଯ୍ୟନ୍ତ ତିନୋଟି ଡୋଜ ଟୀକା ନେବେ କିଶୋରୀ । ଭାରତ ସରକାର ଏ ନେଇ ଗାଇଡଲାଇନ ଆଣିଛନ୍ତି । ୨୦୨୬ -୨୭ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ ହେବ। ଏଥିରେ ୩୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।

HPV ଟୀକା ସରଭାଇକାଲ କ୍ୟାନସର ପ୍ରତିରୋଧ ପାଇଁ ଦିଆଯିବ। ପୂର୍ବରୁ ଏହା ଘରୋଇ ହସ୍ପିଟାଲରେ ମିଳୁଥିଲା। ଏବେ ମାଗଣାରେ ସରକାରୀ ହସ୍ପିଟାଲରେ ମିଳିବ। ଏହି ଟିକା ୧୪  ବର୍ଷ କିଶୋରୀଙ୍କୁ ଦିଆଯିବ। ଯେଉଁ ସରକାରୀ ହସ୍ପିଟାଲରେ କୋଲଡ଼ ଚେନ ଅଛି, ସେଠାରେ ଏହା ମିଳିବ। ମହିଳା ଜନସଂଖ୍ୟାର ୧ % ଙ୍କୁ ଦିଆଯିବ। ପର୍ଯ୍ୟାୟକ୍ରମେ ୧୪ ରୁ ୪୦ ବର୍ଷ ଯାଏଁ ସବୁ ମହିଳାଙ୍କୁ ଦିଆଯିବ । ୧୪  ବର୍ଷରୁ ଗର୍ଭଧାରଣ କ୍ଷମତା ଥିବାରୁ, ଏହି ଟୀକା ନେଇପାରିବେ ମହିଳା । ଏହା ପ୍ରାଥମିକ ଭାବେ ତିନି ମାସ ଯାଏଁ ଦିଆଯିବ। ଏହାର କିଛି ପାର୍ଶ୍ଵପ୍ରତିକ୍ରିୟା ନାହିଁ। ଓଡ଼ିଶାରେ ୨.୫  ଲକ୍ଷ ମହିଳାଙ୍କୁ ଦିଆଯିବ ଏହି ଟିକା। ଏବେ ଏହି ଟିକା ସବୁ ଜିଲ୍ଲାକୁ ଦିଆ ସରିଲାଣି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ।

ସର୍ଭାଇକାଲ କ୍ୟାନ୍ସର (ଗର୍ଭାଶୟ ମୁଖ କ୍ୟାନ୍ସର) ମହିଳାମାନଙ୍କ ମଧ୍ୟରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଏକ କ୍ୟାନ୍ସର ରୋଗ। ଏହା ଗର୍ଭାଶୟର ତଳ ଅଂଶ ଅର୍ଥାତ୍‌ ସର୍ଭିକ୍ସ‌ରେ ଆରମ୍ଭ ହୁଏ। ପ୍ରଧାନତଃ ହ୍ୟୁମାନ ପାପିଲୋମା ଭାଇରସ୍‌ (HPV) ସଂକ୍ରମଣ ଏହାର ମୁଖ୍ୟ କାରଣ ବୋଲି ଚିହ୍ନଟ କରାଯାଇଛି। ଅସୁରକ୍ଷିତ ଯୌନ ସମ୍ପର୍କ, ଅପରିଷ୍କାର ଜୀବନଶୈଳୀ, ଧୂମ୍ରପାନ ଏବଂ ଅଳ୍ପ ବୟସରେ ବିବାହ ଏହି ରୋଗର ମୁଖ୍ୟକାରଣ।

 

Tags: