ଇରାନ ଉପରେ ଆକ୍ରମଣକୁ 'ଅପରେସନ୍ ଏପିକ୍ ଫ୍ୟୁରି' କହିଲା ଆମେରିକା

ଇରାନ ଉପରେ ଆକ୍ରମଣକୁ 'ଅପରେସନ୍ ଏପିକ୍ ଫ୍ୟୁରି' କହିଲା ଆମେରିକା
Samaya Live Desk Picture
Published On

ୱାସିଂଟନ୍‌: ଶନିବାର ଦିନ ପେଣ୍ଟାଗନ କହିଛି ଯେ ଆମେରିକା  ସେନା ଇରାନ ଉପରେ ଆକ୍ରମଣକୁଅପରେସନ୍ ଏପିକ୍ ଫ୍ୟୁରି’ ନାମ ଦେଇଛି। ଇସ୍ରାଏଲ ଆମେରିକାର ସହାୟତାରେ ଇରାନ ଉପରେ ସାମରିକ ଆକ୍ରମଣ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ କାର୍ଯ୍ୟାଳୟ ନିକଟରେ ହୋଇଛି।  ତେହେରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇରାନ ଏବଂ ଆମେରିକା ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବାବେଳେ ଏହି ନୂଆ ସଙ୍କଟ ଉପୁଜିଛି। ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ଇରାନ ପରମାଣ କାର୍ଯ୍ୟକ୍ରମକୁ ସୀମିତ କରିବାପାଇଁ ଏକ ଚୁକ୍ତି ଚାହୁଥିଲେ । ଇରାନ ଯୁଦ୍ଧ  ଏଡାଇବାକୁ ଆଶା କରିଥିଲା, କିନ୍ତୁ ୟୁରାନିୟମକୁ ସମୃଦ୍ଧ କରିବାର ଅଧିକାର ଏହାର ରହିଛି ବୋଲି  ଦୃଢ଼ ଭାବରେ କହିଆସିଛି ଏବଂ ଏହାର ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ କିମ୍ବା ହମାସ ଏବଂ ହିଜବୋଲା ଭଳି ସଶସ୍ତ୍ର ଗୋଷ୍ଠୀକୁ ସମର୍ଥନ ଭଳି ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଚାହୁନାହିଁ। ଅନ୍ୟପକ୍ଷେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ଏହି ଆକ୍ରମଣକୁବିପଦ ଦୂର କରିବାପାଇଁ କରାଯାଇଥିବା ବୋଲି ବର୍ଣ୍ଣନା କରିଛନ୍ତି।  

Tags: