ପୁଣି ସ୍କୁଲରେ ରାଗିଙ୍ଗ ଅଭିଯୋଗ

ପୁଣି ସ୍କୁଲରେ ରାଗିଙ୍ଗ ଅଭିଯୋଗ

ମୟୁରଭଞ୍ଜ : ସ୍କୁଲ ନାଁରେ ସଂଗୀନ ଅଭିଯୋଗ । ସ୍କୁଲ ପିଲାଙ୍କ ଭିତରେ ବଢୁଛି ରାଗିଙ୍ଗ ମାନସିକତା । ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଖୁଣ୍ଟା ଅଞ୍ଚଳରେ ଥିବା ଏକ ପି.ଏମ.ଶ୍ରୀ ଉଚ୍ଚ ବିଦ୍ୟାଳୟ ନାଁ ରେ ଆସିଛି ଏହି ଅଭିଯୋଗ । ନବମ ଶ୍ରେଣୀର କିଛି ହଷ୍ଟେଲ ପିଲା ୭ମ ଶ୍ରେଣୀ ଛତ୍ରଙ୍କୁ ରାଗିଙ୍ଗ କରିଥିବା ଅଭିଯୋଗ ହୋଇଛି । ଏପରିକି ୭ମ ଶ୍ରେଣୀ ଛତ୍ରାଙ୍କୁ ଶାରୀରିକ ଦଣ୍ଡ ଦିଆଯାଉଥିବାବେଳେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଥିବାର ଦେଖାଯାଇଛି । ଏହାପରେ ଉକ୍ତ ବିଦ୍ୟାଳୟରେ ଘଟିଥିବା ଘଟଣା ପଦାକୁ ଆସିଥିଲା । ଏହାକୁ ନେଇ ଅବିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି ।

ସମ୍ବନ୍ଧିତ ଖବର ୫ ଜିଲ୍ଲାକୁ ଲଘୁଚାପ ସତର୍କତା

ଖୁଣ୍ଟା ପିଏମଶ୍ରୀ ହାଇସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ପାଖାପାଖି ସାତଶହ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଶୁକ୍ରବାର ଅପରାହ୍ନ ଚାରିଟା ବେଳେ ୭ମ ଶ୍ରେଣୀର ଦୁଇଜଣ ଛାତ୍ର ବିଦ୍ୟାଳୟ ପଛପଟ ପଡ଼ିଆରେ ଖେଳୁଥିଲେ । ତେବେ ଦୀର୍ଘ ସମୟ ଧରି ଖେଳିବାରୁ ସେହି ହଷ୍ଟେଲରେ ରହୁଥିବା କିଛି ୯ମ ଶ୍ରେଣୀ ହଷ୍ଟେଲ ପିଲା ୭ମ ଶ୍ରେଣୀ ପିଲାଙ୍କୁ ହଷ୍ଟେଲ ବାହାରେ ଆଣ୍ଠେଇ ଦେଇଥିଲେ । ଏହି ଘଟଣାରେ ପୀଡ଼ିତ ୭ ମ ଶ୍ରେଣୀ ଛାତ୍ର ମାନେ ଏହାର ଭିଡିଓ ତିଆରି କରିଥିଲେ । ଏହିଘଟଣା ପ୍ରଚାରିତ ହେବାପରେ ଖୁଣ୍ଟା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । 

ସମ୍ବନ୍ଧିତ ଖବର ଗଣତି ମଣତି ପାଇଁ ୨ଟି ଟିମ : ମୁଖ୍ୟ ପ୍ରଶାସକ

ଦୀର୍ଘ ୧୯ ମାସ ହେଲାଣି ସ୍ଥାୟୀ ପ୍ରଧାନ ଶିକ୍ଷକ ନରହି କାମଚଳା ବ୍ୟବସ୍ଥାରେ ସ୍କୁଲ ଚାଲୁଅଛି । ଭିଡ଼ିଓରେ ପିଲାଙ୍କ କହିବା ଅନୁସାରେ ଛାତ୍ରାବାସରେ ନବମ ଶ୍ରେଣୀ ଛାତ୍ର ଦୁଇ ଜଣ ସେମାନଙ୍କୁ କାନ ଧରି ଆଣ୍ଠେଇ ଦେଇଛନ୍ତି । ଅଭିଭାବକ ମାନେ ଏହି ଘଟଣାର ପ୍ରତିକ୍ରିୟା ପ୍ରକାଶ କରି ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତାକୁ ଦାୟୀ କରିଛନ୍ତିି।

ସମ୍ବନ୍ଧିତ ଖବର ସ୍ୱାଭାବିକ ହେଉନି ଗୃହ ,ସର୍ବଦଳୀୟ ବୈଠକ ଡକାଇଲେ ବାଚସ୍ପତି

Tags: