ସ୍ମୃତିର ଆଇନାରେ ଅଟଳଜୀ

ସ୍ମୃତିର ଆଇନାରେ ଅଟଳଜୀ
Ipsita Picture
By: Ipsita

ଅଟଳ ବିହାରୀ ବାଜପେୟୀ ଥିଲେ ଭାରତ ରାଜନୀତିର ମାନବୀୟ ମୂଲ୍ୟବୋଧଭିତ୍ତିକ ରାଜନୀତିର ଜଣେ ଉଜ୍ଜ୍ୱଳତମ ପ୍ରତୀକ । ସେ ଥିଲେ ଆମ ଦେଶର ମହାନ ଜନନାୟକ, ରାଷ୍ଟ୍ରନୀତିଜ୍ଞ, ଲୋକତନ୍ତ୍ରର ଜାଗ୍ରତ ପ୍ରହରୀ । ବିଗତ ସାତ ଦଶନ୍ଧି ଧରି ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ରାଜନୀତିର ମହାମଞ୍ଚରେ କୈମ୍ବଦନ୍ତିକ ମହାନାୟକ ଅଟଳ ବିହାରୀ ବାଜପେୟୀ ସମଗ୍ର ଦେଶବାସୀଙ୍କ ହୃଦୟରେ ଚିରକାଳ ଅମ୍ଳାନ ହୋଇ ରହିବେ । ତେବେ କେବଳ ଓଡ଼ିଶା ନୁହେଁ, ଭାରତ ସମଗ୍ର ବିଶ୍ୱରେ ସେ ତାଙ୍କର ଅନେକ ଜୀବନ୍ତ ବିଶାଳ ହୃଦୟର ସ୍ମୃତି ଛାଡ଼ି ଯାଇଛନ୍ତି ଯାହାକି ଇତିହାସର ସ୍ୱର୍ଣ୍ଣାକ୍ଷରରେ ଚିରକାଳ ଲିପିବଦ୍ଧ ହୋଇ ରହିବ । ୧୯୯୯ ଓ ୨୦୦୪ରେ ଦୁଇ ଦୁଇଥର ଅଟଳଜୀ ନିର୍ବାଚନ ପ୍ରଚାରରେ କେନ୍ଦୁଝର ଜିଲ୍ଲା ଆସିଥିଲେ । ଦଳୀୟ ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ବିଧାୟକ ପ୍ରାର୍ଥୀ ତଥା ଆଜିର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ପ୍ରଚାର କରିବା ସମୟରେ ରନିଗର୍ଭା କେନ୍ଦୁଝରର ମୁଖ୍ୟ ରାଜପଥର ବିପର୍ଯ୍ୟୟ ସ୍ଥିତି ତାଙ୍କ ଆଖିରେ ପଡ଼ିଥିଲା । ନିର୍ବାଚନ ପରେ କେନ୍ଦୁଝରର କାନପୁର ଜଳପ୍ରକଳ୍ପକୁ ସେ ଧାର୍ଯ୍ୟ ୩୨୮ କୋଟି ଟଙ୍କାରୁ ୬୨୫ କୋଟିକୁ ବୃଦ୍ଧି କରିଥିଲେ । ଏହାସହ ୨୧୫ନମ୍ବର ଜାତୀୟ ରାଜପଥର ବିକାଶ ଓ କେନ୍ଦୁଝରକୁ ରେଳ ସଂଯୋଗୀକରଣ ତାଙ୍କ ପାଇଁ ସମ୍ଭବ ହୋଇପାରିଛି । ସେହିପରି ଦ୍ୱିତୀୟ ସ୍ମୃତିଟି ହେଉଛି ସେହି ୧୯୯୯ ମସିହାର । ଅକେଫାବର ମାସର ଶୀତ ସମୟରେ ଆଜିର ବିଜୁ ମଇଦାନ କୁହାଯାଉଥିବା ପଡ଼ିଆରେ ବାଜପେୟୀଜୀ ନିର୍ବାଚନ ପ୍ରଚାର କରିଥିଲେ । ମେଣ୍ଟ ପ୍ରାର୍ଥୀ ତଥାଗତ ଶତପଥୀଙ୍କ ପାଇଁ ସେ ଭୋଟ ମାଗିଥିଲେ । ପରେ ତାଳଚେର କଲେଜ ପଡ଼ିଆରେ ବିଶାଳ ସାଧାରଣ ସଭାରେ ଦେବଗଡ଼ ପ୍ରାର୍ଥୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ଉପରୋକ୍ତ ଦୁଇ ଅଞ୍ଚଳ ପାଇଁ ଉନ୍ନୟନ ବିକାଶ ନିମିତ୍ତ ପର୍ଯ୍ୟାପ୍ତ ପାଣwିର ବ୍ୟବସ୍ଥା କରିଥିଲେ । ତୃତୀୟ ସ୍ମୃତିଟି ହେଉଛି ୧୯୯୮ ମସିହା ଅପ୍ରେଲ ମାସର । ବାଲେଶ୍ୱରର ସାଂସଦ ଖାରବେଳ ସ୍ୱାଇଁ ହଠାତ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ ପାଇ ତୁରନ୍ତ ପହଞ୍ଚିଥିଲେ । ଖୋଦ ପ୍ରଧାନମନ୍ତ୍ରୀ ଅଟଳଜୀ ଖାରବେଳ ବାବୁଙ୍କ ନିର୍ବାଚନୀ ମଣ୍ଡଳୀ ଜଳେଶ୍ୱର, ଲକ୍ଷ୍ମଣନାଥ, ଗୋବରଘାଟି ଗାଁ ଓ ପଶ୍ଚିମବଙ୍ଗର ଏକ ସୀମାନ୍ତ ଗାଁ ଘୂର୍ଣ୍ଣିଛଡ଼ରେ ଧ୍ୱଂସବିଧ୍ୱଂସର ଖବର ଦେଲେ । ଏହାସହ ତୁରନ୍ତ ଲୋକଙ୍କ ବିପତ୍ତି ବେଳେ ତାଙ୍କ ପାଖରେ ପହଞ୍ଚିବା ପାଇଁ ମମତା ବାନାର୍ଜୀ, ତତ୍କାଳୀନ କୃଷି ରାଷ୍ଟ୍ରମନ୍ତ୍ରୀ ଓ ଖାରବେଳ ବାବୁଙ୍କ ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରି ଘୂର୍ଣ୍ଣି ପ୍ରପୀଡ଼ିତଙ୍କ ପାଇଁ ପରବର୍ତ୍ତୀ ସମୟରେ ସହାୟତା ସହ ଭଙ୍ଗାଘରର ପୁର୍ନନିର୍ମାଣ କରାଯାଇଥିଲା । ସେହିପରି ୧୯୮୪ ଡିସେମ୍ବର ୩ ତାରିଖରେ ବିଜେପିର ସେ ସମୟର ରାଷ୍ଟ୍ରୀୟ ସଭାପତି ଥିବା ଅଟଳଜୀ ବ୍ରହ୍ମପୁରରେ ସାଧାରଣ ବୈଠକରେ ଯୋଗ ଦେବାପରେ ଭଞ୍ଜନଗର ଅଭିମୁଖେ ବାହାରିଥିଲେ । କିନ୍ତୁ ଖାଦ୍ୟପ୍ରିୟ ଅଟଳଜୀଙ୍କୁ ଭୋକ ଲାଗିବାରୁ ତତ୍କାଳୀନ ଜିଲ୍ଲା ସାଧାରଣ ସମ୍ପାଦକ ନନ୍ଦକିଶୋର ସାହୁଙ୍କୁ କହିବାରୁ ସେ ସମୟର ରାଜ୍ୟ ଉପସଭାପତି ଉଦୟ ପାଳଙ୍କ ସହଯୋଗରେ ହିଞ୍ଜିିଳରେ ରାତ୍ର ଭୋଜନ ବ୍ୟବସ୍ଥା ହୋଇଥିଲା । ମାତ୍ର ଦୁଇଖଣ୍ଡ ରୁଟି ଓ ପରିବା ତରକାରୀ ଖାଇ ରାନ୍ଧୁଣିଆକୁ ବେଶ ପ୍ରଶଂସା କରିବାକୁ ଭୁଲି ନଥିଲେ ଅଟଳଜୀ । 
ସେହିପରି ଏକ ସ୍ମୃତି ରହିଛି ୧୯୮୪ ଡିସେମ୍ବର ୪ରେ । ଅଟଳଜୀ ଭଞ୍ଜନଗର ରସଲକୁଣ୍ଡ ଜଳ ଭଣ୍ଡାରକୁ ଲାଗି ଡାକବଙ୍ଗଳାରେ ରାତ୍ରି ଯାପନ କରିଥିଲେ । ପରଦିନ କନ୍ଧମାଳ ଅଭିମୁଖେ ଯାତ୍ରା କରିବା ବେଳେ ଦୂର ମୁଜାଗଡ଼ ନିକଟରେ ତାଙ୍କ ଗାଡ଼ି ପଂକଚର ହେବାରୁ ନିକଟରେ ଥିବା ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ତାଙ୍କ ସହିତ ଥିଲେ ଜିଲ୍ଲା ଉପସଭାପତି ଶିବାନନ୍ଦ ତ୍ରିପାଠୀ । ତେବେ ଅଟଳଜୀ ମନ୍ଦିର ବ୍ରାହ୍ମଣଙ୍କୁ ଏଠାରେ ଦଳିତଙ୍କୁ ଦର୍ଶନ ସୁଯୋଗ ଅଛି ନା ନାହିଁ ବୋଲି ପଚାରିଥିଲେ । ପୂଜକ ଦଳିତଙ୍କୁ ଦର୍ଶନ ମନା ବୋଲି କହିବାରୁ ଅଟଳଜୀ ନିଜେ ଦର୍ଶନ ନକରି ଫେରି ଆସିଥିଲେ । ସେହି ସମୟରେ ଫୁଲବାଣୀ ବୈଠକ ପରେ ବାଲିଗୁଡ଼ାରେ ପହଞ୍ଚି ବିଶ୍ରାମ ନେଉଥାନ୍ତି । ଡାକବଙ୍ଗଳା ବାହାରେ ଆଦିବାସୀ ଯୁବକ ଯୁବତୀମାନେ ବାଜପେୟୀଙ୍କୁ ସମ୍ବର୍ଦ୍ଧନା ଜଣାଇ ଢ଼େମସାର ତାଳେ ତାଳେ ନାଚ କରୁଥାନ୍ତି । ଏହି ବାଦ୍ୟ ଧ୍ୱନି ଶୁଣିବା କ୍ଷଣି ଅଟଳଜୀ ସେହି ଆଦିବାସୀ ଯୁବକ ଯୁବତୀଙ୍କ ସହ ଧୀରେ ଧୀରେ ପାଦ ମିଶାଇ ନାଚିଥିଲେ ।
 ସେହିପରି ଏକ ଅଭୁଲା ସ୍ମୃତି ରହିଛି ସମ୍ବଲପୁରରେ । ଅଟଳଜୀ ଅନେକ ଥର ପଶ୍ଚିମ ଓଡ଼ିଶା ଆସିଛନ୍ତି । ୧୯୯୮ରେ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଝାରସୁଗୁଡ଼ାର ମନମୋହନ ସ୍କୁଲ ପଡ଼ିଆରେ ସାଧାରଣ ସଭାର ବ୍ୟବସ୍ଥା ହୋଇଥିଲା । ସେ ସମୟରେ ରାସ୍ତାଘାଟ ଖରାପ ଥିବାରୁ ସଭା ପଡ଼ିଆ ଠାରୁ ପାଞ୍ଚ କିଲୋମିଟର ଦୂର ପର୍ଯ୍ୟନ୍ତ ବିଦ୍ୟୁତ୍‌ ଖୁଣ୍ଟରେ ଦଳୀୟକର୍ମୀ ମାନେ ମାଇକ ଲଗାଇଥିଲେ । ଅଟଳଜୀ ଏହା ଜାଣିବା ପରେ ତାଙ୍କ ସ୍ୱଭାବସୁଲଭ କଣwରେ କହିଥିଲେ "ଆରଥରକୁ ଏଠାକାର ସବୁ ଲୋକଙ୍କ ଘରେ ଚୁଙ୍ଗା ଲଗାଇଦେବି, ଯାହାଦ୍ୱାରା ସମସ୍ତେ ଘରେ ବସି ଭାଷଣ ଶୁଣିବେ ।' ୧୯୯୨ ଜାନୁଆରୀ ୨୨ରେ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ ଜଣେ ଯୁବକ ହାଇଯାକ କରି ନେଇଥିଲେ । ସେ ସମୟରେ ଉତ୍ତରପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ଓ ବିରୋଧୀ ଦଳ ନେତା ଥିଲେ ଅଟଳ ବିହାରୀ ବାଜପେୟୀ । ତେବେ ବିମାନ ଅପହରଣ କରିଥିବା ଯୁବକ ଜଣକ ଅଟଳଜୀଙ୍କ ସହ କଥା ହେବା ପାଇଁ ସର୍ତ୍ତ ରଖିଥିିବାରୁ ତତ୍କାଳୀନ ଲକ୍ଷ୍ନୌ ଜିଲ୍ଲାପାଳ ଅଶୋକ ପ୍ରିୟଦର୍ଶୀ ବହୁତ ବ୍ୟସ୍ତ ହୋଇପଡ଼ିଥିଲେ । ଅଟଳଜୀଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ବିମାନ ମଧ୍ୟକୁ ନ ଯିବା ପାଇଁ ଦୃଢ଼ ଭାବେ କହିଥିବା ସତେ୍ୱ ବିମାନଯାତ୍ରୀଙ୍କ ମୁକ୍ତି ପାଇଁ ନିଜ ଜୀବନକୁ ବିପନ୍ନ କରି ଅଟଳଜୀ ବିମାନ ଭିତରକୁ ପ୍ରବେଶ କରିଥିଲେ ଓ ପରେ ସେହି ଯୁବକକୁ ଗିରଫ କରାଯିବା ସହ ଯାତ୍ରୀମାନେ ଅପହରଣରୁ ମୁକ୍ତି ପାଇ ପାରିଥିଲେ ।
ସେହିପରି ଏକ ସ୍ମୃତି ରହିଛି ଆଜିର ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ । ମଥୁରାର ବୃନ୍ଦାବନ ଧାମରେ ପଞ୍ଚଦଶୀ ନାମକ ବେଦାନ୍ତ ଗ୍ରନ‘ ଉପରେ ଏକ ସାର୍ବଜନୀନ ସଭା ଆୟୋଜିତ ହୋଇଥିଲା । ସେ ସମୟରେ ଆଜିର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଶଙ୍କରାଚାର୍ଯ୍ୟ ପଦବୀରେ ନଥିଲେ । କିନ୍ତୁ ତାଙ୍କ ପ୍ରବଚନକୁ ଅଟଳଜୀ ତିରିଶ ମିନିଟ୍‌ରୁ ବେଶୀ ସମୟ ଧୀରସ୍ଥିର ମନରେ ଶୁଣିଥିଲେ । ପରେ ରାମ ଜନ୍ମଭୂମି ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ଶତ୍ରୁଘ୍ନ ସିହ୍ନାଙ୍କ ମାଧ୍ୟମରେ ଗ୍ରହଣ କରିଥିଲେ । 
ଶେଷ ସ୍ମୃତିକୁ ଉଲ୍ଲେଖ କରୁଛୁ ୧୯୯୯ ମହାବାତ୍ୟା ସମୟକୁ ନେଇ । ସେ ସମୟରେ ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ଅନ୍ତର୍ଗତ ପିତାକାଳିଆ ନଦୀକୂଳ ବଣବିଷ୍ଣୁପୁର କୁରୁଣିଆ ଗ୍ରାମଟି ଧ୍ୱଂସ ହୋଇ ଯାଇଥିଲା । ଏହି ଗ୍ରାମର ବାବାଜୀ ଜେନାଙ୍କ ପରିବାର ବାସହରା ହୋଇ ଯାଇଥିଲେ । ସେ ସମୟରେ ବାବାଜୀ ଦିଲ୍ଲୀରେ ତାଙ୍କ ଛୋଟମୋଟର ଚା'ଦୋକାନରେ ଗୁଜୁରାଣ ମେଣ୍ଟାଇବା ପାଇଁ ସଂଘର୍ଷ କରୁଥିଲେ । ଅନେକଥର ଅଟଳଜୀ ବାବାଜୀଙ୍କ ଚା'ଦୋକାନରେ ବେଶ ମନଖୋଲା ଭାବରେ ଚା' ପିଇଥାନ୍ତି । ନିଜ ଆଡ଼ୁ ଅଟଳଜୀ ବାବାଜୀଙ୍କୁ ଖୋଜି ମହାବାତ୍ୟା ବେଳେ ତାଙ୍କ ଘର ପରିବାର କଥା ପଚାରି ବୁଝିଥିଲେ । ବାବାଜୀ ବାବୁଙ୍କ ପନିୀ ମଲ୍ଲୀ ତାଙ୍କ ବାପ ଘରେ ତିନି ପିଲାଙ୍କୁ ନେଇ ମୁଣ୍ଡ ଗୁଞ୍ଜିଥାନ୍ତି । କେନ୍ଦ୍ରୀୟ ସହାୟତାରେ ମିଳିଥିବା ପନ୍ଦର ହଜାର ଟଙ୍କାରେ ଦୁଇବଖରା ପMା ଘରର କାନ‘ ମାତ୍ର ଛଅଫୁଟରେ ଅଟକି ଯାଇଥିଲା । ବାବାଜୀ ବେଶ ଭରସା କରି ଅଟଳଜୀଙ୍କୁ ତାଙ୍କ ଘର ତିଆରି ପାଇଁ ୨୦୦୩ ଜାନୁଆରୀ ୩୦ରେ ଏକ ଚିଠି ଲେଖିଥିଲେ । ମାତ୍ର ଦୁଇ ସପ୍ତାହ ପରେ ଜିଲ୍ଲା ପ୍ରଶାସନ ଓ ପୁଲିସର ତଦନ୍ତ ରିପୋର୍ଟ ଆଧାରରେ ବାବାଜୀଙ୍କ ପାଇଁ ଅଟଳଜୀ ପଚାଶ ହଜାର ଟଙ୍କାର ଡ୍ରାଫଫ ପଠାଇଥିଲେ । ଏହିପରି ସହୃଦୟ ମହାନ ବ୍ୟକ୍ତିତ୍ୱର ବିଶାଳ ପୁରୁଷ ଥିଲେ ଭାରତ ରନି କୀର୍ତ୍ତି ପୁରୁଷ ଅଟଳ ବିହାରୀ ବାଜପେୟୀ । ଆଜି ଦେଶବାସୀ ତାଙ୍କର ୧୦୧ତମ ଜନ୍ମ ବାର୍ଷିକ ମହୋତ୍ସବ ପାଳନ କରୁଥିବାବେଳେ ତାଙ୍କ ଅମ୍ଳାନ ଆତ୍ମା ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । 

ସମ୍ବନ୍ଧିତ ଖବର ଫକୀର ମୋହନ ସେନାପତି


ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, "ସତ୍ୟାଳୟ' ପ୍ଲଟ ନଂ - ୧୦୮୭/ଡ଼ି, ସେକଫର-୬, କଟକ, 
ମୋ-୯୪୩୭୦୦୪୪୬୬

Tags:

Related Posts