ରାଜନୀତିର ରଙ୍ଗ ସବୁବେଳେ ଭଲ - ମନମୋହନ

ରାଜନୀତିର ରଙ୍ଗ ସବୁବେଳେ ଭଲ - ମନମୋହନ
Samaya Live News Picture
Published On

ଭୁବନେଶ୍ୱର : ଆଜି ହେଉଛି ରଙ୍ଗର ପର୍ବ ହୋଲି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଲିର ରଙ୍ଗୀନ ମାହୋଲ । ପ୍ରତ୍ୟେକ ନେତା ପରସ୍ପରକୁ ରଙ୍ଗ ମାରି ହୋଲି ଉତ୍ସବ ପାଳନ କରୁଛନ୍ତି । କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ନେତୃତ୍ୱ ସମସ୍ତେ ହୋଲି ଖେଳରେ ମସଗୁଲ । ଗୀତ ନାଚରେ ମସଗୁଲ ଅଛନ୍ତି ସମସ୍ତ କାର୍ଯ୍ୟକର୍ତ୍ତା । ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ରାଜନୀତିର ରଙ୍ଗ ସବୁବେଳେ ଭଲ ଅଛି । ଓଡ଼ିଶା ସମୃଦ୍ଧ ହେଉ, ଏକ ନମ୍ୱର ରାଜ୍ୟ ହେଉ। ବିକଶିତ ଭାରତରେ ଓଡ଼ିଶାର ବଡ଼ ଯୋଗଦାନ ରହୁ। ହୋଲି ପରେ ଯେତେବେଳେ ରାଜନୀତି ହେବ ସେ କଥା ଅଲଗା।

ରାଜନୀତିର ରଙ୍ଗ ସବୁବେଳେ ଭଲ ଅଛି, ଭଲ କରିପାରିଲେ ଭଲ। ଆମେ ଯାହାକୁ ସମର୍ଥନ ହେଉ, ପୂର୍ଣ୍ଣମାତ୍ରାରେ ସମର୍ଥନ ହେଇଥାଉ। ଦିଲ୍ଲୀପ ରାୟ ଜଣେ ଅନୁଭବୀ ନେତା, ବହୁଥର ବିଧାୟକ ଓ ସାଂସଦ, କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି। ରାଜ୍ୟରେ ମଧ୍ୟ ମନ୍ତ୍ରୀ ଥିଲେ। ସେ ନିଶ୍ଚୟ ବିଜୟ ହେବେ, ଶହେ ପ୍ରତିଶତ ବିଶ୍ୱାସ ରହିଛି।

Tags: