ଭାରତରେ ବି ରହିଛି କ୍ରେଜ
ଭାରତରେ 'ସୋସିଆଲ ଫିଟନେସ'ର କ୍ରେଜ୍ ଏବେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବିଶେଷ କରି ମେଟ୍ରୋ ସହରଗୁଡ଼ିକରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ଲୋକମାନେ ଏହାକୁ ଖୁବ ସହଜରେ ଗ୍ରହଣ କରିବା ସହିତ ନିଜ ଜୀବନରେ ଉପଯୋଗ ମଧ୍ୟ କରୁଛନ୍ତି ।
ମେଟ୍ରୋ ସହରରେ ନୂଆ ଟ୍ରେଣ୍ଡ
ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ ଏବଂ ହାଇଦ୍ରାବାଦ ଭଳି ସହରରେ 'କନଭରସେସନ୍ କ୍ଲବ୍' ଏବଂ 'ବୋର୍ଡ ଗେମ୍ କ୍ୟାଫେ'ର ସଂଖ୍ୟା ବଢ଼ିବାରେ ଲାଗିଛି । ଏଠାରେ ଲୋକମାନେ କେବଳ ଖାଇବା ପାଇଁ ନୁହେଁ, ବରଂ ଅଜଣା ଲୋକଙ୍କ ସହ ମିଶିବା ପାଇଁ ଆସୁଛନ୍ତି । ଏଠାରେ ବିଭିନ୍ନ ଲୋକଙ୍କ ସହିତ ମିଶିବା ଫଳରେ ସେମାନଙ୍କର ଏକାକୀପଣ ଦୂର ହେଉଛି । ସେମାନଙ୍କର ମାନସିକ ଅବସାଦ କମ ହେବା ସହିତ ମାନସିକ ସ୍ବାସ୍ଥ୍ୟ ଭଲ ରହୁଛି । ବିଶେଷଭାବେ ଯେଉଁ ବୟସ୍କବ୍ୟକ୍ତିମାନେ ଘରେ ଏକୁଟିଆ ରହୁଛନ୍ତି ସେମାନଙ୍କ ପାଇଁ ଏହା ଲାଭ ଦାୟକ ହେଉଛି ।
ଡିଜିଟାଲ୍ ଡିଟକ୍ସ
ଭାରତୀୟ ଯୁବପିଢ଼ି ଏବେ ସୋସିଆଲ ମିଡିଆର କ୍ଲାନ୍ତିରୁ ବାହାରିବା ପାଇଁ 'ଡିଜିଟାଲ୍ ଡିଟକ୍ସ' କୁ ଆପଣାଉଛନ୍ତି । ଲୋକମାନେ ଏପରି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଯେଉଁଠାରେ ପ୍ରବେଶ ସମୟରେ ମୋବାଇଲ୍ ଫୋନକୁ ଜିମା ରଖିବାକୁ ପଡ଼ିଥାଏ । ଏହା ଲୋକଙ୍କୁ ସାମ୍ନାସାମ୍ନି ବସି କଥା ହେବାପାଇଁ ଏକ ନିରୋଳା ପରିବେଶ ଦେଉଛି । ଏହି ସୋସିଆଲ ଫିଟନେସ ଡିଜିଟାଲ ଡିଟକ୍ସର ଏକ ପ୍ରକାର । ଏହି ପ୍ରକ୍ରିୟାରେ ଯୁବପିଢି ମଧ୍ୟ ଲାଭବାନ ହେଉଛନ୍ତି ।
ବଢୁଛି ନେଟୱାର୍କିଂ
ପୂର୍ବରୁ ଭାରତରେ ଲୋକେ କେବଳ କାମ ପାଇଁ ବା ବ୍ୟବସାୟିକ ଲାଭ ପାଇଁ 'ନେଟୱର୍କିଂ' କରୁଥିଲେ । କିନ୍ତୁ ଏବେ ଟ୍ରେଣ୍ଡ ବଦଳିଛି। ଲୋକେ ଏବେ ମାନସିକ ଶାନ୍ତି ଏବଂ ପ୍ରକୃତ ବନ୍ଧୁତା ପାଇଁ 'କନେକ୍ଟିଂ' ଉପରେ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ସେମାନେ ମେମ୍ବରସିପ୍ ଫିସ୍ ଦେଇ ବିଭିନ୍ନ ସୋସିଆଲ କ୍ଲବ୍ରେ ଯୋଗ ଦେଉଥିବାର ଦେଖିବାକୁ ମିଳୁଛି ।
ଏକାକୀପଣ ଦୂର କରିବାର ମାଧ୍ୟମ
ଭାରତର ଅଧିକାଂଶ ଆଇଟି ହବ୍ରେ ଯୁବକଯୁବତୀମାନେ ନିଜ ପରିବାରଠାରୁ ଦୂରରେ ଏକାକୀ ରହନ୍ତି । ଏହି ଏକାକୀପଣ ସେମାନଙ୍କୁ ମାନସିକ ଚାପ ଆଡ଼କୁ ଠେଲି ଦେଉଛି । ତେଣୁ ସେମାନେ ସପ୍ତାହାନ୍ତରେ ଏହି ସୋସିଆଲ ଫିଟନେସ ସେସନ୍ରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ କେବଳ ବୟସ୍କଙ୍କ ନୁହେଁ ଯୁବପିଢି ମଧ୍ୟ ସୋସିଆଲ ଫିଟନେସକୁ କୁଲ କଲଚର ଭାବେ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । କିଛି ଷ୍ଟାର୍ଟଅପ୍ ଏବେ ଏହି ସୋସିଆଲ ଫିଟନେସକୁ ଏକ 'ଲାଇଫଷ୍ଟାଇଲ୍ ବ୍ରାଣ୍ଡ' ଭାବେ ଉପସ୍ଥାପନ କରୁଛନ୍ତି ।
Related Posts



