ଗୌରାଙ୍ଗ ଚରଣ ଦାସ

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ଗୌରାଙ୍ଗ ଚରଣ ଦାସ
Ipsita Picture
By: Ipsita
Published On

 

 

ଭାରତୀୟ ମୁକ୍ତି ସଂଗ୍ରାମରେ ଅନେକ ସଂଗ୍ରାମୀ ଝାସ ଦେଇଛନ୍ତି ସେମାନଙ୍କ ମଧ୍ୟରେ ବୀରମାଟି ବାଗଲପୁରର ଗୌରାଙ୍ଗ ଚରଣ ଦାସ ଅନ୍ୟତମ। ଅବିଭକ୍ତ କଟକ ଜିଲାର ବାଗଲପୁର ଏକ ବିପ୍ଳବୀ ଗ୍ରାମ । ଏହି ଗାଆଁରେ ୧୮୯୯ ମସିହା ଜାନୁୟାରୀ ୨୬ ତାରିଖରେ ଗୌରାଙ୍ଗ ଚରଣ ଦାସଙ୍କର ଜନ୍ମ ହୋଇଥିଲା ।  ଚାଷୀ ମୂଲିଆ ତଥା ଗଡଜାତର ନିର୍ଯାତିତ ଲୋକମାନେ ତାଙ୍କୁ ଆପଣାର ଭାଇ ବୋଲି ଗ୍ରହଣ କରିଥିଲେ । ସେ ଗଡଜାତର ଗାନ୍ଧୀ ଭାବେ ମଧ୍ୟ ଲୋକଲୋଚନରେ ପରିଚିତ ଥିଲେ । ତାଙ୍କ ସଂଗ୍ରାମୀ ଜୀବନ ତାଙ୍କ ପରିବାରର ପୃଷ୍ଠଭୂମିରୁ ଆରମ୍ଭ ହୋଇଥିଲା । ଗାନ୍ଧିଜୀଙ୍କ ବାଣୀ ତାଙ୍କୁ ପ୍ରଭାବିତ କରିଥିଲା । ଦେଶର ମୁକ୍ତି ପାଇଁ ସେ ବଦ୍ଧପରିକର ଥିଲେ । ସେଥିପାଇଁ ସେ କଂଗ୍ରେସରେ ଯୋଗଦେଇ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମକୁ ଆଗେଇ ନେବା ଦିଗରେ ପ୍ରମୁଖ ଭୂମିକା ନିଭାଇଥିଲେ । ଓଡ଼ିଶାରେ ଗୋପବନ୍ଧୁ ଦାସଙ୍କ ନେତୃତ୍ୱ ଓ ଗାନ୍ଧିଜୀଙ୍କ ମାର୍ଗଦର୍ଶନରେ ସ୍ୱାଧୀନତା ସଂଗ୍ରାମକୁ ତାଙ୍କ ପରି ବିପ୍ଳବୀ ତେଜିୟାନ କରିଥିଲେ ।  ସମାଜର ଉନ୍ନତି, ସମାଜରେ ବାସ କରୁଥିବା ପ୍ରତ୍ୟେକ ମଣିଷଙ୍କର ଉନ୍ନତି ପାଇଁ ସେ ସବୁବେଳେ ଚିନ୍ତା କରୁଥିଲେ ।  ସମାଜର ତଳ ସ୍ତରରେ ଥିବା ଲୋକମାନଙ୍କର ଉନ୍ନତି ନ ହେଲେ ସେ ସ୍ୱାଧୀନତାର କିଛି ମୂଲ୍ୟ ନାହିଁ ବୋଲି ସେ ବୁଝିଥିଲେ ।  ସେହି କାରଣରୁ ସେ ଜଣେ ପ୍ରମୁଖ ସମାଜବାଦୀ ଓ କୃଷକ ନେତା ଭାବେ ମଧ୍ୟ ଗଣାଯାଆନ୍ତି। ଏହି ମହାନ ଜନସେବକଙ୍କର ୧୯୭୨ ମସିହା ଫେବୃଆରୀ ୧୯ରେ ଦେହାନ୍ତ ହୋଇଥିଲା ।

Tags: