ସୁରକ୍ଷିତ ହୋଲି ଟିପ୍ସ
ପ୍ରାକୃତିକ ରଙ୍ଗର ବ୍ୟବହାର : ସବୁବେଳେ ହର୍ବାଲ୍ ବା ପ୍ରାକୃତିକ ରଙ୍ଗ ଏବଂ ଅବିର ବ୍ୟବହାର କରନ୍ତୁ। ରାସାୟନିକ ରଙ୍ଗରେ ଥିବା କ୍ଷତିକାରକ ପଦାର୍ଥ ଚର୍ମରେ ଆଲର୍ଜି ସୃଷ୍ଟି କରିବାର ଆଶଙ୍କା ରହିଛି ।
ତେଲ ଲଗାନ୍ତୁ : ହୋଲି ଖେଳିବାକୁ ଯିବା ପୂର୍ବରୁ ସମଗ୍ର ଶରୀରରେ ନଡ଼ିଆ ତେଲ କିମ୍ବା କୌଣସି ମଶ୍ଚରାଇଜର ଲଗାନ୍ତୁ। ଏହା ଦ୍ୱାରା ରଙ୍ଗ ଚର୍ମର ଗଭୀରକୁ ଯାଇପାରିବ ନାହିଁ ଏବଂ ଖେଳ ପରେ ରଙ୍ଗ ସହଜରେ ଛଡ଼ାଇ ହେବ ।
କେଶର ଯତ୍ନ : ହୋଲି ଖେଳିବା ପୂର୍ବରୁ କେଶରେ ଭଲ ଭାବେ ତେଲ ଲଗାନ୍ତୁ। ହୋଲି ଖେଳ ସମୟରେ କେଶକୁ ଖୋଲା ନ ରଖି ବାନ୍ଧି ରଖିବା ଭଲ, ଯାହାଫଳରେ ରଙ୍ଗ କେଶର ମୂଳକୁ କ୍ଷତି ପହଞ୍ଚାଇବ ନାହିଁ ।
ସଠିକ୍ ପୋଷାକ ଚୟନ : ଶରୀରକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ରଖୁଥିବା ପୋଷାକ ପିନ୍ଧନ୍ତୁ । ଏହା ଦ୍ୱାରା ସୂର୍ଯ୍ୟଙ୍କ କିରଣ ଏବଂ ରଙ୍ଗରୁ ଚର୍ମ ସୁରକ୍ଷିତ ରହିବ ।
ଆଖିର ସୁରକ୍ଷା : ରଙ୍ଗ ଖେଳିବା ସମୟରେ ଚଷମା ବ୍ୟବହାର କରନ୍ତୁ। ଏହା ଆଖିକୁ ରଙ୍ଗରୁ ରକ୍ଷା କରିବ । ଯଦି ଆଖିରେ ଭୁଲରେ ରଙ୍ଗ ପଶିଯାଏ, ତେବେ ତୁରନ୍ତ ଥଣ୍ଡା ପାଣିରେ ଆଖିକୁ ଧୋଇ ଦିଅନ୍ତୁ ।
ନଖର ସୁରକ୍ଷା : ନଖରେ ରଙ୍ଗ ଜମି ରହିବା ଫଳରେ ଏହା ଖାଇବା ସମୟରେ ପେଟକୁ ଯାଇପାରେ। ତେଣୁ ଖେଳିବା ପୂର୍ବରୁ ନଖରେ ଏକ ମୋଟା ସ୍ତରର 'ନେଲ ପଲିସ' ଲଗାଇ ଦିଅନ୍ତୁ ।
ଜଳପାନ କରନ୍ତୁ : ଖେଳିବା ସମୟରେ ଶରୀରରେ ଜଳୀୟ ଅଂଶ କମିବାର ସମ୍ଭାବନା ଥାଏ, ତେଣୁ ପର୍ଯ୍ୟାପ୍ତ ପରିମାଣର ପାଣି ଏବଂ ଜୁସ୍ ପିଅନ୍ତୁ ।
ଶିଶୁ ଓ ପ୍ରାଣୀଙ୍କ ପ୍ରତି ଧ୍ୟାନ : ଛୋଟ ପିଲାଙ୍କୁ ରଙ୍ଗଠାରୁ ସୁରକ୍ଷିତ ଦୂରତାରେ ରଖନ୍ତୁ ଏବଂ ପୋଷା ଜୀବଜନ୍ତୁଙ୍କ ଉପରେ ରଙ୍ଗ ପକାନ୍ତୁ ନାହିଁ, କାରଣ ଏହା ସେମାନଙ୍କ ପାଇଁ ମାରାତ୍ମକ ହୋଇପାରେ ।



