ଓମାନ, କୁଏତ ନେତାଙ୍କ ସହ ମଧ୍ୟପ୍ରାଚ୍ୟ ସଙ୍କଟ ନେଇ ମୋଦୀଙ୍କ ଆଲୋଚନା  

ଓମାନ, କୁଏତ ନେତାଙ୍କ ସହ ମଧ୍ୟପ୍ରାଚ୍ୟ ସଙ୍କଟ ନେଇ ମୋଦୀଙ୍କ ଆଲୋଚନା  
Samaya Live Desk Picture
Published On

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ସଙ୍କଟ ଆଚି ଚତୁର୍ଥ ଦିନରେ ଅତି ଭୟଙ୍କର ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଓମାନର ସୁଲତାନ ହଇଥାମ ବିନ ତାରିକ , କୁଏତର କ୍ରାଉନ ପ୍ରିନ୍ସ ଶେଖ୍‌ ଶବା ଅଲ ଖଲେଦ ଅଲ ହମାଦ ଅଲ ମୁବାରକ ଅଲ ଶବାଙ୍କ ସହ କଥା ହୋଇଛନ୍ତି।  ମୋଦୀ ସାଉଦି ଆରବ, ବାହାରିନ ଏବଂ ଜୋର୍ଡାନର ନେତାମାନଙ୍କ ସହ କଥା ହେବାର ଦିନକ ପରେ ଆଜି ଓମାନ ଏବଂ କୁଏତ ନେତାଙ୍କ ସହ କଥା ହୋଇଛନ୍ତି। ମଧ୍ୟପ୍ରାଚ୍ୟ ସଙ୍କଟ ଦିନକୁ ଦିନ ଅତି ଭୟଙ୍କର ହେଉଥିବାରୁ ମୋଦୀ ମଧ୍ୟପ୍ରାଚ୍ୟ ନେତାମାନଙ୍କ ସହ କଥା ହୋଇ ଉକ୍ତ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏବଂ ଏନେଇ ଚିନ୍ତା ପ୍ରକଟ କରିଛନ୍ତି।  ଉପସାଗରୀୟ ରାଷ୍ଟ୍ରରେ ରହୁଥିବା ଭାରତୀୟମାନଙ୍କ ସୁରକ୍ଷା ପାଇଁ ମୋଦୀ ଚିନ୍ତ‌ା ପ୍ରକଟ କରିଛନ୍ତି। ଇରାନ ଏବଂ ଅନ୍ୟାନ୍ୟ ଉପସାଗରୀୟ ରାଷ୍ଟ୍ର ଗୁଡ଼ିକରେ ସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଥିବାରୁ ବିଦେଶ ବ୍ୟାପାର ମନ୍ତ୍ରାଳୟ ଆଜି ଦିନ‌ରେ ଏନେଇ ‌ଗଭୀର ଚିନ୍ତା ପ୍ରକଟ କରିଥିଲା।  ବିଦେଶ ମନ୍ତ୍ରାଳୟ ମଧ୍ୟ କହିଛି ଯେ ମଧ୍ୟପ୍ରାଚ୍ୟରେ କୋଟିଏ ଭାରତୀୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ ହୋଇଛି।

Tags: