ବି ଟାଉନରୁ ଜେଲ

ବି ଟାଉନରୁ ଜେଲ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଓଡ଼ିଆ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସ୍ୱାମୀଙ୍କୁ ଆଜୀବନ ଜେଲ

ବଲିଉଡର ଜଣେ ପ୍ରତିଭାବାନ ଅଭିନେତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିବା ଶାଇନି ଆହୁଜାଙ୍କ ଜୀବନ ୨୦୦୯ ମସିହାର ଏକ ଘଟଣା ପରେ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଜଣେ ଘରୋଇ ସହାୟିକାଙ୍କ ଦ୍ୱାରା ଅଣାଯାଇଥିବା ଦୁଷ୍କର୍ମ ଅଭିଯୋଗ ତାଙ୍କ କ୍ୟାରିୟର ଓ ସମ୍ମାନକୁ ଧୂଳିସାତ କରିଦେଇଥିଲା।

ସମ୍ବନ୍ଧିତ ଖବର ଛାତରୁ ପଡି ଯୁବତୀଙ୍କ ମୃତ୍ୟୁ ଘଟଣାରେ ମିଳିଲା ପରିଚୟ

ଅଭିଶପ୍ତ ସନ୍ଧ୍ୟା

ସମ୍ବନ୍ଧିତ ଖବର ୨୦୦ କୋଟି ମୂଲ୍ୟର ଗଞ୍ଜେଇ ତେଲ ଜବତ

୧୪ ଜୁନ୍ ୨୦୦୯ ସନ୍ଧ୍ୟା ସମୟରେ ମୁମ୍ବାଇର ଓଶିୱାରା ପୋଲିସ ଷ୍ଟେସନରେ ଜଣେ ୨୦ ବର୍ଷୀୟା ଯୁବତୀ କାନ୍ଦି କାନ୍ଦି ପହଞ୍ଚିଥିଲେ। ତାଙ୍କ ସହ ଥିବା କିଛି ଲୋକ ଦାବି କରିଥିଲେ ଯେ ଯୁବତୀଜଣଙ୍କ ଦୁଷ୍କର୍ମର ଶିକାର ହୋଇଛନ୍ତି। ପୋଲିସର ପଚରାଉଚରା ପରେ ଯୁବତୀଜଣକ ଅଭିଯୁକ୍ତ ଭାବେ ବଲିଉଡ ଅଭିନେତା ଶାଇନି ଆହୁଜାଙ୍କ ନାମ ନେଇଥିଲେ, ଯାହା ଶୁଣି ପୋଲିସ ମଧ୍ୟ ସ୍ତବ୍ଧ ହୋଇଯାଇଥିଲା।

 କଣ ଥିଲା ସେହିଦିନର ଘଟଣା

ଅଭିଯୋଗକାରୀ ଯୁବତୀଙ୍କ ସୂଚନା ଅନୁସାରେ, ସେ ଅନେକ ଦିନରୁ ଶାଇନିଙ୍କ ଘରେ କାମ କରୁଥିଲେ। ଘଟଣା ଦିନ ଶାଇନିଙ୍କ ପତ୍ନୀ ଓ ଝିଅ ଦିଲ୍ଲୀ ଯାଇଥିଲେ। ଘରେ ଅନ୍ୟ କାମବାଲୀ ଓ ରୋଷେୟା ନଥିବା ବେଳେ ଶାଇନି ପାଣି ମାଗିବା ବାହାନାରେ ତାଙ୍କୁ ରୁମ୍କୁ ଡାକିଥିଲେ । ଏହାପରେ କବାଟ ବନ୍ଦ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପ୍ରାୟ ୨-୩ ଘଣ୍ଟା ତାଙ୍କୁ ସେହି ରୁମ୍ରେ ବନ୍ଦ କରି ରଖାଯାଇଥିଲା। ଏହା ପୂର୍ବରୁ ମଧ୍ୟ ଶାଇନି ତାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବାକୁ ଚେଷ୍ଟା କରିଥିବା ନେଇ ସେ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ପୋଲିସ ଶାଇନିଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ଶାଇନିଙ୍କ ସ୍ୱୀକାରୋକ୍ତି ଓ ପୋଲିସର ଯାଞ୍ଚ

ପ୍ରଥମେ ଅଭିଯୋଗକୁ ଅସ୍ୱୀକାର କରିଥିଲେ ମଧ୍ୟ ପରେ ପୋଲିସ ଜେରା ସମୟରେ ଶାଇନି ଶାରୀରିକ ସମ୍ପର୍କ ରଖିଥିବା କଥା ସ୍ୱୀକାର କରିଥିଲେ। ତେବେ ତାଙ୍କ କହିବା ଅନୁସାରେ, ଏହା ଉଭୟଙ୍କ ସମ୍ମତିରେ ହୋଇଥିଲା ଏବଂ ତାଙ୍କୁ ବ୍ଲାକମେଲ୍ କରିବା ପାଇଁ ଫସାଯାଉଛି । ତେବେ ଏହାପରେ ପୋଲିସ ଯାଞ୍ଚ ସମୟରେ ପୀଡ଼ିତାଙ୍କ ଶରୀର ଓ ଶାଇନିଙ୍କ ବେଡସିଟ୍ରୁ ମିଳିଥିବା ସିମେନ୍ ସାମ୍ପଲ୍ ଶାଇନିଙ୍କ ସହ ମ୍ୟାଚ୍ କରିଥିଲା। ଆହୁରି ଅନେକ କଥା ଯାଞ୍ଚ ସମୟରେ ସାମନାକୁ ଆସିଥିଲା ।

କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ

ଏହି ଗୋଟିଏ ଘଟଣା ପାଇଁ ଶାଇନିଙ୍କ  କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଥିଲା । ଏହି ଘଟଣାପରେ ଶାଇନିଙ୍କ ପାଖରେ ଥିବା ଅନେକ ବଡ଼ ଚଳଚ୍ଚିତ୍ର ବନ୍ଦ ହୋଇଯାଇଥିଲା। ସେହି ସମୟରେ ସେ ଚାର୍ଲସ ଶୋଭରାଜଙ୍କ ଉପରେ ଆଧାରିତ ଏକ ଫିଲ୍ମ କରୁଥିଲେ, ଯାହା ଅଧାରୁ ରହିଗଲା। ପାଞ୍ଚ ମାସ ଜେଲରେ ରହିବା ପରେ ଏବଂ ୧୦୯ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହେବା ପରେ ଏହି ମାମଲା ଏକ ନୂଆ ମୋଡ଼ ନେଇଥିଲା ଯେତେବେଳେ ପୀଡ଼ିତା କୋର୍ଟରେ ନିଜ ବୟାନ ବଦଳାଇ ଦେଇଥିଲେ। ୨୦୧୦ ମସିହାରେ କୋର୍ଟରେ ଶୁଣାଣି ସମୟରେ ପୀଡ଼ିତା ସମ୍ପୂର୍ଣ୍ଣ ଓଲଟା କଥା କହିଥିଲେ | ସେ କୋର୍ଟରେ କହିଥିଲେ ଯେ, "ଶାଇନି ଆହୁଜା ମୋର ଦୁଷ୍କର୍ମ କରିନାହାନ୍ତି | ମୁଁ କେବଳ ରାଗରେ ଏବଂ ଅନ୍ୟ କାହାର ପ୍ରରୋଚନାରେ ପୋଲିସ ପାଖରେ ମିଛ ଅଭିଯୋଗ କରିଥିଲି |" ପୀଡ଼ିତାଙ୍କ ଏହି ବୟାନ ଶୁଣି ପୂରା ବଲିଉଡ୍ ଭାବିଥିଲା ଯେ ଶାଇନି ହୁଏତ ମୁକୁଳି ଯିବେ, କିନ୍ତୁ ଆଇନର ଗତିପଥ ଭିନ୍ନ ଥିଲା | ହେଲେ ଶାଇନିଙ୍କ କ୍ଷେତ୍ରରେ କୋର୍ଟ ପୀଡ଼ିତାଙ୍କ ଦ୍ୱିତୀୟ ବୟାନକୁ ଗ୍ରହଣ କରିନଥିଲେ | କାରଣ ଡାକ୍ତରୀ ପରୀକ୍ଷାରେ ମିଳିଥିବା ସିମେନ୍ ସାମ୍ପଲ୍ ଶାଇନିଙ୍କ ସହ ମ୍ୟାଚ୍ କରିଥିଲା, ଯାହା ପ୍ରମାଣ କରୁଥିଲା ଯେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଛି | ଏହାସହ ଆହୁରି ଏଭଳି ଅନେକ ପ୍ରମାଣ ରହିଥିଲା ଯାହା ଶାଇନିଙ୍କୁ ଦୋଷୀ ସାବ୍ୟସ୍ତ କରୁଥିଲା । ତେଣୁ କୋର୍ଟ ଅନୁଭବ କରିଥିଲେ ଯେ ପୀଡ଼ିତାଙ୍କୁ ହୁଏତ ଟଙ୍କା ଦେଇ କିମ୍ବା ଧମକ ଦେଇ ବୟାନ ବଦଳାଇବାକୁ ବାଧ୍ୟ କରାଯାଇଛି |

୭ ବର୍ଷର କାରାଦଣ୍ଡ

୨୦୧୧ ମସିହାରେ ଫାଷ୍ଟ-ଟ୍ରାକ୍ କୋର୍ଟ ଏହି ମାମଲାର ଶୁଣାଣି କରି ଶାଇନି ଆହୁଜାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ୭ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଥିଲେ | ଜଜ୍ ତାଙ୍କ ରାୟରେ କହିଥିଲେ ଯେ, କେବଳ ପୀଡ଼ିତା ବୟାନ ବଦଳାଇ ଦେଲେ ବୈଜ୍ଞାନିକ ପ୍ରମାଣ ମିଛ ହୋଇଯାଏ ନାହିଁ | ଶାଇନିଙ୍କୁ ୨୦୧୧ ମାର୍ଚ୍ଚ ମାସରେ ଜାମିନରେ ମିଳିଥିଲା ହେଲେ, ଏହି କେସ୍ ତାଙ୍କ ଅଭିନୟ ଜୀବନକୁ ସବୁଦିନ ପାଇଁ ଶେଷ କରିଦେଲା | ୨୦୧୫ରେ ସେ 'ୱେଲକମ୍ ବ୍ୟାକ୍' ଫିଲ୍ମ ଜରିଆରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦର୍ଶକ ତାଙ୍କୁ ଆଉ ଗ୍ରହଣ କଲେ ନାହିଁ | ଯେଉଁ ଅଭିନେତାଙ୍କୁ ଆଗାମୀ ଦିନର ସୁପରଷ୍ଟାର କୁହାଯାଉଥିଲା, ସେ ଏକ ବିବାଦୀୟ ପୃଷ୍ଠା ହୋଇ ରହିଗଲେ |

Tags:

Related Posts