ସୁରକ୍ଷିତ ରହିବା ପାଇଁ ଟିପ୍ସ
ସୋସିଆଲ ଫିଟନେସ୍ ବା ବଣ୍ଡିଂ ଡ୍ରିଲ୍ସର ଅନେକ ଲାଭଥିଲେ ମଧ୍ୟ ଏହି ସମୟରେ ନିରାପତ୍ତା ଏବଂ ଗୋପନୀୟତା ରକ୍ଷା କରିବା ଅତ୍ୟନ୍ତ ଜରୁରୀ। ଏହି ସମୟରେ କିଛି ଟିପ୍ସକୁ ଆପଣାଇଲେ ଏହାର ଲାଭ ଉଠାଇବା ସହିତ ଆପଣ ସୁରକ୍ଷିତ ଭାବେ ଏହି ପ୍ରକ୍ରିୟାର ଲାଭ ଉଠାଇପାରିବେ ।
_ ସାର୍ବଜନୀନ ସ୍ଥାନ ଚୟନ କରନ୍ତୁ
ଯଦି ଆପଣ ପ୍ରଥମ ଥର ପାଇଁ ଅଜଣା ଲୋକଙ୍କ ସହ ମିଶୁଛନ୍ତି, ତେବେ ସବୁବେଳେ କୌଣସି କ୍ୟାଫେ, ପାର୍କ କିମ୍ବା ସର୍ବସାଧାରଣ ସ୍ଥାନରେ ସେସନ୍ ଆୟୋଜନ କରନ୍ତୁ। କୌଣସି ଅଜଣା ବ୍ୟକ୍ତିଙ୍କ ଘରକୁ ଏକୁଟିଆ ଯାଆନ୍ତୁ ନାହିଁ।_ବ୍ୟକ୍ତିଗତ ସୂଚନା ସାଙ୍ଗେ ସାଙ୍ଗେ ଦିଅନ୍ତୁ ନାହିଁ , ପ୍ରଥମ ସାକ୍ଷାତରେ ଆପଣଙ୍କର ଘରର ଠିକଣା, ବ୍ୟାଙ୍କ୍ ତଥ୍ୟ, କିମ୍ବା ପାସୱାର୍ଡ ଭଳି ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ। ସମ୍ପର୍କ ଗଭୀର ହେବା ପର୍ଯ୍ୟନ୍ତ କେବଳ ସାଧାରଣ ବିଷୟରେ ଆଲୋଚନା କରନ୍ତୁ। ଗଭୀର ହେଲେ ମଧ୍ୟ କୌଣସି ଆର୍ଥିକ କିମ୍ବା ଅତ୍ୟନ୍ତ ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ ।
_ନିଜର ସୀମା ନିର୍ଦ୍ଧାରଣ କରନ୍ତୁ
ଯଦି କୌଣସି ପ୍ରଶ୍ନ ବା କାର୍ଯ୍ୟକଳାପ ଆପଣଙ୍କୁ ଅସହଜ କରୁଛି, ତେବେ ତୁରନ୍ତ ସେଥିରୁ ଓହରି ଯାଆନ୍ତୁ। ମନେରଖନ୍ତୁ, "ନା" କହିବାର ସମ୍ପୂର୍ଣ୍ଣ ଅଧିକାର ଆପଣଙ୍କର ଅଛି । ତେଣୁ ନିଜ ସୀମା ନିଜେ ନିର୍ଦ୍ଧାରଣ କରନ୍ତୁ, ଯେପରି କେହି ଆପଣଙ୍କୁ ଦୁର୍ବ୍ୟବହାର କରିପାରିବେ ନାହିଁ ।
ବିଶ୍ୱାସଯୋଗ୍ୟ ପ୍ଲାଟଫର୍ମ ବ୍ୟବହାର କରନ୍ତୁ
ଯଦି ଆପଣ କୌଣସି ଆପ୍ ବା ସଂସ୍ଥା ଜରିଆରେ ଏହି କ୍ଲବରେ ଯୋଗ ଦେଉଛନ୍ତି, ତେବେ ସେହି ସଂସ୍ଥାର ରେଟିଂ ଏବଂ ପୂର୍ବରୁ ଲୋକଙ୍କ ଅନୁଭୂତି ଭଲ ଭାବେ ଯାଞ୍ଚ କରିନିଅନ୍ତୁ। ଏହାପରେ ଏଠାକୁ ଯାଆନ୍ତୁ ।
ଜଣେ ବିଶ୍ୱସ୍ତ ବନ୍ଧୁଙ୍କୁ ଜଣାନ୍ତୁ
ଆପଣ କେଉଁ ସ୍ଥାନକୁ ଯାଉଛନ୍ତି ଏବଂ ସେଠାରେ କେତେ ସମୟ ରହିବେ, ସେ ବିଷୟରେ ଆପଣଙ୍କର ପରିବାର ବା କୌଣସି ବିଶ୍ୱସ୍ତ ବନ୍ଧୁଙ୍କୁ ଜଣାଇ ରଖନ୍ତୁ। ଆବଶ୍ୟକ ପଡ଼ିଲେ ନିଜର ଲାଇଭ୍ ଲୋକେସନ୍ ସେମାନଙ୍କ ପ୍ରଦାନ କରନ୍ତୁ।
ମଦ୍ୟପାନ ବା ନିଶାଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ
ବଣ୍ଡିଂ ସେସନ୍ ସମୟରେ ନିଜର ସଚେତନତା ବଜାୟ ରଖିବା ଜରୁରୀ। ନିଶାଗ୍ରସ୍ତ ଅବସ୍ଥାରେ ସୁରକ୍ଷା ଜନିତ ସମସ୍ୟା ଉପୁଜିବାର ଆଶଙ୍କା ଅଧିକ ଥାଏ। ତେଣୁ ଏହି ସମୟରେ ନିଶା ଦ୍ରବ୍ୟଠାରୁ ଦୂରରେ ରୁହନ୍ତୁ ।
ଫଟୋ ଏବଂ ଭିଡିଓ ପାଇଁ ଅନୁମତି
କାର୍ଯ୍ୟକଳାପ ସମୟରେ କାହାର ଫଟୋ ଉଠାଇବା ପୂର୍ବରୁ ବା ସୋସିଆଲ ମିଡିଆରେ ପୋଷ୍ଟ କରିବା ପୂର୍ବରୁ ସେମାନଙ୍କର ଅନୁମତି ନିଶ୍ଚୟ ନିଅନ୍ତୁ। ସେହିଭଳି ଅନ୍ୟଙ୍କୁ ମଧ୍ୟ ଏସମ୍ପର୍କରେ କୁହନ୍ତୁ କି ଆପଣଙ୍କ ବିନା ଅନୁମତିରେ ସେମାନେ ଯେପରି କୌଣସି ଫଟୋ ଉତ୍ତୋଳନ ନକରନ୍ତି କିମ୍ବା ସୋସିଆଲ ମିଡିଆରେ ସେୟାର ନ କରନ୍ତି ।
_ ଆବଶ୍ୟକ ପଡିଲେ ନିଜ ଡାକ୍ତରଙ୍କ ସହଯୋଗ ଓ ପରାମର୍ଶ ନିଅନ୍ତୁ ।



