କସ୍ତୁରବା ଗାନ୍ଧୀ

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

କସ୍ତୁରବା ଗାନ୍ଧୀ
Ipsita Picture
By: Ipsita

 

 

କସ୍ତୁରବା ଗାନ୍ଧୀ, ଯିଏ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଣୀ ଯୋଦ୍ଧା ଏବଂ 'ବା' ଭାବେ ସମଗ୍ର ଦେଶରେ ପରିଚିତ, ତାଙ୍କର ଜନ୍ମ ୧୧ ଏପ୍ରିଲ ୧୮୬୯ ମସିହାରେ ଗୁଜରାଟର ପୋରବନ୍ଦରଠାରେ ହୋଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହଧର୍ମିଣୀ ଭାବେ ସେ ସବୁବେଳେ ବାପୁଙ୍କୁ ତାଙ୍କ କାର୍ଯ୍ୟରେ ସହଯୋଗ କରୁଥିଲେ । ଏହାସହିତ  ସମାଜ ସଂସ୍କାର ଏବଂ ସ୍ୱାଧୀନତା ଆନ୍ଦୋଳନରେ ଜଣେ ସକ୍ରିୟ ନେତ୍ରୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ଭାରତରେ ସତ୍ୟାଗ୍ରହ, ସ୍ୱଦେଶୀ ଆନ୍ଦୋଳନ ଏବଂ ଭାରତ ଛାଡ଼ ଆନ୍ଦୋଳନରେ ଜେଲ୍ ଯାଇ ଅସୀମ ସାହସିକତାର ପରିଚୟ ଦେଇଥିଲେ। ସମାଜ ପାଇଁ ତାଙ୍କର ଅବଦାନ ଅତୁଳନୀୟ, ବିଶେଷ କରି ସେ ମହିଳାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦେବା ସହ ହରିଜନମାନଙ୍କ ଅଧିକାର ପାଇଁ ସଂଘର୍ଷ କରିଥିଲେ ଏବଂ ଆଶ୍ରମ ଜୀବନରେ ଶୃଙ୍ଖଳା ଓ ସେବାର ଆଦର୍ଶ ସ୍ଥାପନ କରିଥିଲେ। ତାଙ୍କର ତ୍ୟାଗପୂତ ଜୀବନର ଅନ୍ତ ୨୨ ଫେବୃଆରୀ ୧୯୪୪ ମସିହାରେ ପୁଣେର ଆଗା ଖାଁ ପ୍ରାସାଦରେ ବନ୍ଦୀ ଅବସ୍ଥାରେ ହୋଇଥିଲା। କସ୍ତୁରବାଙ୍କ ସେବା, ସରଳତା ଏବଂ ଦେଶପ୍ରେମ ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି

Tags: