ଆୟୋଜନ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ
By: Ipsita
ସମ୍ବନ୍ଧିତ ଖବର ସୁରକ୍ଷିତ ରହିବା ପାଇଁ ଟିପ୍ସ
ଆଜିକାଲି ସୋସିଆଲ ଫିଟନେସକୁ ରକ୍ଷା କରିବାପାଇଁ ବିଭିନ୍ନ ସ୍ଥାନରେ ବୟସ୍କ ଓ ଯୁବଗୋଷ୍ଠୀଙ୍କୁ ଏକାଠି କରି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏଥିରେ ସମସ୍ତଙ୍କୁ ଏକାଠି କରି ବିଭିନ୍ନ ପ୍ରକାର ଛୋଟବଡ ଖେଳ ହେଉ କିମ୍ବା ବ୍ୟାୟାମ ଆଦିର ଆୟୋଜନ ହେଉଛି । ଆସନ୍ତୁ ଜାଣିବା ସେହିଭଳି କିଛି କାର୍ଯ୍ୟକ୍ରମ ସମ୍ପର୍କରେ ।
ସମ୍ବନ୍ଧିତ ଖବର ବଣ୍ଡିଂ ଡ୍ରିଲ୍
- _ ଆଖିକୁ ଆଖି ମିଳାଇ କଥାବାର୍ତ୍ତା : ଦୁଇଜଣ ବ୍ୟକ୍ତି ବିନା କିଛି କହି ୨ ରୁ ୩ ମିନିଟ୍ ପର୍ଯ୍ୟନ୍ତ ପରସ୍ପରର ଆଖିକୁ ଚାହିଁ ରହନ୍ତି। ଏହା ବିନା ଶବ୍ଦରେ ଗଭୀର ବିଶ୍ୱାସ ସୃଷ୍ଟି କରିବାରେ ସାହାଯ୍ୟ କରେ। ଏପରି କରିବା ଦ୍ବାରା ବାହାରକୁ ଯିବା ସମୟରେ ଯେଉଁ ନର୍ଭସନେସ ରହିଥାଏ ତାହା କମିଥାଏ । ଅନ୍ୟମାନଙ୍କ ସହିତ ଆଖିକୁ ଆଖି ମିଳାଇ କଥାହେବାର ଆତ୍ମବିଶ୍ବାସ ଏହି ଆକ୍ଟିଭିଟି ସାହାଯ୍ୟରେ ବଢିଥାଏ ।
- _ ଅନୁଭୂତି ବାଣ୍ଟିବା : ଏହି ଆକ୍ଟିଭିଟିଟି ଖୁବ ସୁନ୍ଦର ହୋଇଥାଏ । ଏଥିରେ ଜଣେ ବ୍ୟକ୍ତି ନିଜ ଜୀବନର ଅନୁଭୂତି କହିଥାଆନ୍ତି ଏବଂ ବାକି ସମସ୍ତେ କୌଣସି ପ୍ରଶ୍ନ ନପଚାରି କେବଳ ଧୈର୍ଯ୍ୟର ସହ ଶୁଣନ୍ତି। ଏହାଦ୍ବାରା ନିଜ ଭିତରେ ଶୁଣିବାର ଧୈର୍ଯ୍ୟ ବଢିଥାଏ । ଅନ୍ୟଙ୍କ କଥା ଶୁଣି ବୁଝି ବିଚାରି କିଭଳି ପ୍ରତିକ୍ରିୟା ଦେଇହେବ ସେ ଗୁଣ ଏହି ଆକ୍ଟିଭିଟି ଦ୍ବାରା ବିକଶିତ ହୋଇଥାଏ । ଏହା ମନରେ ସ୍ଥିରତା ଆଣିଥାଏ ।
- _ ଡିଜିଟାଲ୍ ଡିଟକ୍ସ ୱାକ୍ : ଏହା ସବୁଠାରୁ ଶାନ୍ତି ଦାୟକ କାର୍ଯ୍ୟକ୍ରମ ହୋଇଥାଏ । ସମସ୍ତେ ଏହି ସମୟରେ ନିଜ ମୋବାଇଲ୍ ଫୋନ୍ ଗୋଟିଏ ସ୍ଥାନରେ ଏକାଠି ଥୋଇଦେଇ, ପ୍ରକୃତି କୋଳରେ ଏକାଠି ଚାଲନ୍ତି ଏବଂ ପରିବେଶ ବିଷୟରେ ଚର୍ଚ୍ଚା କରନ୍ତି। ଏହି ସମୟରେ ମୋବାଇଲର ଆବଶ୍ୟକତା ହିଁ ପଡିନଥାଏ । ସମସ୍ତେ ନିଜରନିଜର ଜ୍ଞାନ ଅନ୍ୟମାନଙ୍କ ସହିତ ବାଣ୍ଟିଥାଆନ୍ତି, ଯାହା ଖୁବ ଉପକାରୀ ହୋଇଥାଏ । ସାନମାନେ ବଡ ମାନଙ୍କଠାରୁ ଜ୍ଞାନ ଆହୋରଣ କରିଥାଆନ୍ତି ଏବଂ ବଡ ମାନେ ସାନଙ୍କ ପାଖରୁ ନୂତନ ଟେକନିକ ବିଷୟରେ ଶିଖିଥାଆନ୍ତି । ଏହା ଖୁବ ଶିକ୍ଷଣୀୟ ବାତାବରଣ ସୃଷ୍ଟି କରିଥାଏ ।
- _ ଧନ୍ୟବାଦ ଅର୍ପଣ : ପ୍ରତ୍ୟେକ ସଦସ୍ୟ ନିଜ ଜୀବନରେ ଘଟିଥିବା କିମ୍ବା ସେହି ସମୟରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ କିଛି ଭଲ କଥା କହି କୃତଜ୍ଞତା ଜଣାନ୍ତି। ଏହା କରିବା ଦ୍ବାରା ଆମ ସମସ୍ତଙ୍କ ଜୀବନରେ ଏକ ଶାନ୍ତି ଆସିଥାଏ । ଏହି ଅଭ୍ୟାସ ଆମକୁ ସୁଖୀ କରିଥାଏ ଏବଂ ଦୟା ଭାବନା ଜାଗ୍ରତ କରିଥାଏ । ଯାହା ଆମର ଏକ ସୁସ୍ଥ ଜୀବନ ପାଇଁ ଖୁବ ଆବଶ୍ୟକ ହୋଇଥାଏ ।
- _ କାହଣୀ କହିବା : ଏହି ଆକ୍ଟିଭିଟିଟି ଖୁବ ମଜାଳିଆ ହୋଇଥାଏ । ଏଥିରେ ଜଣେ ବ୍ୟକ୍ତି ଗୋଟିଏ କାହାଣୀ ଆରମ୍ଭ କରନ୍ତି ଏବଂ ପରବର୍ତ୍ତୀ ବ୍ୟକ୍ତି ସେଥିରେ ନିଜର କିଛି କଳ୍ପନା ଯୋଡ଼ି ତାକୁ ଆଗକୁ ବଢ଼ାନ୍ତି। ଏହି ଆକ୍ଟିଭିଟି ଦ୍ବାର ସୃଜନଶୀଳତା ବଢିଥାଏ । ସେହିଭଳି ସମସ୍ତେ ନିଜନିଜର କଳ୍ପନାକୁ ଏକ କାହାଣୀ ମାଧ୍ୟମରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରିବାର ସୁଯୋଗ ପାଇଥାଆନ୍ତି ।
- _ଇମୋସନାଲ୍ ଚେକ୍-ଇନ୍ : ଏଥିରେ ସମସ୍ତେ ଗୋଟିଏ ଶବ୍ଦରେ ବର୍ଣ୍ଣନା କରନ୍ତି ଯେ ସେମାନେ ସେହି ମୁହୂର୍ତ୍ତରେ କିପରି ଅନୁଭବ କରୁଛନ୍ତି। ଏହା ମାନସିକ ସ୍ଥିତିକୁ ବୁଝିବାରେ ସାହାଯ୍ୟ କରେ। ସେହିଭଳି ଯଦି କାହାର କିଛି ଦୁଃଖଥାଏ ତେବେ ଏହି ଆକ୍ଟିଭିଟି ସାହାଯ୍ୟରେ ବାହାରକୁ ଆସିଥାଏ ।
- _ ଅଜଣା ବ୍ୟକ୍ତିଙ୍କ ସହ କଥା ବାର୍ତ୍ତା : ଏହି ଆକ୍ଟିଭିଟି ଅଧୀନରେ ଦୁଇଜଣ ଅଜଣା ବ୍ୟକ୍ତି ପରସ୍ପର ସହ କଥା ହୋଇ ସେମାନଙ୍କ ମଧ୍ୟରେ ଥିବା ୩ଟି ସାଧାରଣ ଆଗ୍ରହ ସମ୍ପର୍କରେ ଖୋଜି ବାହାର କରନ୍ତି। ଏହି ଭାବର ଆଦାନ ପ୍ରଦାନ ଖୁବ ଉତ୍ସାହପୂର୍ଣ୍ଣ ହୋଇଥାଏ ।
- _ ଗ୍ରୁପ୍ ବୋର୍ଡ ଗେମ୍ସ : ଏହି ଆକ୍ଟିଭିଟିରେ ଚେସ୍ କିମ୍ବା ଲୁଡୁ ଭଳି ପାରମ୍ପରିକ ଖେଳ ମାଧ୍ୟମରେ ଲୋକଙ୍କୁ ଏକାଠି କରାଯାଏ, ଯାହା ମସ୍ତିଷ୍କକୁ ସକ୍ରିୟ ରଖିବା ସହ ହସଖୁସିର ପରିବେଶ ସୃଷ୍ଟି କରେ। ଏହାଦ୍ବାରା ମାନସିକ ଅବସାଦ କମିଥାଏ ।
Tags:



