ପ୍ରଭାବ

ପ୍ରଭାବ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ସୋସିଆଲ ଫିଟନେସ

ବଣ୍ଡିଂ-ଡ୍ରିଲ୍ସ ବା ସାମାଜିକ ସମ୍ପର୍କ ସୃଦୃଢ଼ କରିବାର ଅଭ୍ୟାସ ଉଭୟ ଯୁବପିଢ଼ି ଏବଂ ବୟସ୍କଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଉଭୟଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣୁଥିବା ଦେଖିବାକୁ ମିଳିଛି । ସମସ୍ତେ ଏହି ଲାଇଫଷ୍ଟାଇଲକୁ ଆପଣାଇ ମାନସିକ ଶାନ୍ତି ଆଣିବା ସହିତ ଏକ ସୁସ୍ଥ ଜୀବନ ବଞ୍ଚୁଛନ୍ତି ।

ସମ୍ବନ୍ଧିତ ଖବର ବଣ୍ଡିଂ ଡ୍ରିଲ୍ 

ଯୁବପିଢ଼ି

ସମ୍ବନ୍ଧିତ ଖବର ୫୦ ବର୍ଷ ପରେ ବଦଳାନ୍ତୁ ଖାଦ୍ୟଅଭ୍ୟାସ

_ ଡିଜିଟାଲ୍ ଆସକ୍ତିରୁ ମୁକ୍ତି

ଆଜିକାଲିର ଯୁବପିଢ଼ି ସ୍ମାର୍ଟଫୋନ୍ ଏବଂ ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି । ବଣ୍ଡିଂ ଡ୍ରିଲ୍ସ ସେମାନଙ୍କୁ ସ୍କ୍ରିନ୍ ଦୁନିଆରୁ ବାହାର କରି ବାସ୍ତବ ଜୀବନରେ ଲୋକଙ୍କ ସହ ମିଶିବାର ସୁଯୋଗ ଦିଏ, ଯାହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ ।

_ଆତ୍ମବିଶ୍ୱାସ ବୃଦ୍ଧି

ଅନେକ ଯୁବକଯୁବତୀ ଅନ୍ୟମାନଙ୍କ ସହ କଥା ହେବାକୁ ଭୟ କରନ୍ତି ଯାହାକୁ ସୋସିଆଲ ଆଙ୍ଗଜାଇଟି କୁହାଯାଇଥାଏ । ବଣ୍ଡିଂ ଡ୍ରିଲ୍ସ ମାଧ୍ୟମରେ ସେମାନେ ଅଜଣା ଲୋକଙ୍କ ସହ ମିଶିବା ଓ ନିଜର ବିଚାର ରଖିବା ଶିଖନ୍ତି, ଯାହା ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇଥାଏ ।

_ ସହାନୁଭୂତି ଓ ବୁଝାମଣାର ବିକାଶ

ଏହି ଅଭ୍ୟାସ ଦ୍ୱାରା ଯୁବପିଢ଼ି ଅନ୍ୟମାନଙ୍କ ସମସ୍ୟା ଓ ଅନୁଭୂତିକୁ ଶୁଣନ୍ତି । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ସହାନୁଭୂତି ଜାଗ୍ରତ ହୁଏ ଏବଂ ସେମାନେ ବିଭିନ୍ନ ପ୍ରକାରର ଲୋକଙ୍କୁ ବୁଝିବାର କ୍ଷମତା ହାସଲ କରନ୍ତି । ଯାହା ତାଙ୍କୁ ଜୀବନରେ ଆଗକୁ ବଢିବାକୁ ପ୍ରେରିତ କରେ ।

ବୟସ୍କ

_ ଏକୁଟିଆପଣ ଦୂର କରିବା

ବାର୍ଦ୍ଧକ୍ୟରେ ଅନେକ ବ୍ୟକ୍ତି ଏକୁଟିଆପଣ ଅନୁଭବ କରନ୍ତି, ଯାହା ଅବସାଦର କାରଣ ହୋଇପାରେ । ବଣ୍ଡିଂ ଡ୍ରିଲ୍ସ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରେ ଏବଂ ସେମାନଙ୍କୁ ଅନୁଭବ କରାଏ ଯେ ସେମାନେ ଏକା ନୁହନ୍ତି । ସେମାନଙ୍କର ସମୟ ଅତିବାହିତ ହେବା ସହିତ ସେମାନଙ୍କୁ ଖୁସି ଅନୁଭବ ହୋଇଥାଏ ।

_ ମସ୍ତିଷ୍କର ସକ୍ରିୟତା

ଅନ୍ୟମାନଙ୍କ ସହ ଆଲୋଚନା କରିବା ଏବଂ ନୂଆ ବିଷୟରେ ଜାଣିବା ଦ୍ୱାରା ମସ୍ତିଷ୍କ ସକ୍ରିୟ ରହେ। ଏହା ବୟସ୍କମାନଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି ହ୍ରାସ ବା ଆଲଜାଇମର ଭଳି ସମସ୍ୟାର ଆଶଙ୍କା କମାଇଥାଏ । ସେମାନେ ମଧ୍ୟ ସମାଜ ସମ୍ପର୍କରେ ବିଭିନ୍ନ ତଥ୍ୟ ଜାଣିବାରେ ସକ୍ଷମ ହୋଇପାରନ୍ତି ।

_ ଅନୁଭୂତି କହିବାର ସୁଯୋଗ

ବୟସ୍କମାନଙ୍କ ପାଖରେ ଜୀବନର ଅନେକ ଅନୁଭୂତି ଥାଏ । ବଣ୍ଡିଂ ଡ୍ରିଲ୍ସ ସେମାନଙ୍କୁ ନିଜର କାହାଣୀ ଓ ଜ୍ଞାନ ଶୁଣାଇବା ପାଇଁ ଏକ ପ୍ଲାଟଫର୍ମ ଦିଏ, ଯାହା ସେମାନଙ୍କୁ ମାନସିକ ସନ୍ତୋଷ ପ୍ରଦାନ କରିଥାଏ । ଏହି ଅନୁଭୂତି ଆଦାନ ପ୍ରଦାନରୁ ସେମାନେ ଅନେକ କିଛି ଶିଖିଥାଆନ୍ତି ।

_ ଶାରୀରିକ ସୁସ୍ଥତା

ଏହି ପ୍ରକ୍ରିୟା କେବଳ ଯେ ମାନସିକ ସୁସ୍ଥତା ପ୍ରଦାନ କରେ ତାହା ନୁହେଁ, ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ । ଯେପରି ବୟସ୍କମାନେ ନିଜର ସ୍ମୃତି ବଖାଣିବା ସମୟରେ ଆନନ୍ଦ ଅନୁଭବ କରିଥାଆନ୍ତି ।  ହସିବା ଏବଂ ଖୁସିରେ ସମୟ ବିତାଇବା ଦ୍ୱାରା ଶରୀରରେ 'ଫିଲ୍-ଗୁଡ୍' ହରମୋନ୍ସୃଷ୍ଟି ହୁଏ। ଯାହା ରକ୍ତଚାପ ନିୟନ୍ତ୍ରଣ କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ, ଯାହା ବୟସ୍କଙ୍କ ପାଇଁ ଅତ୍ୟନ୍ତ ଜରୁରୀ ।

Tags: