ବଣ୍ଡିଂ ଡ୍ରିଲ୍ 

ବଣ୍ଡିଂ ଡ୍ରିଲ୍ 
Ipsita Picture
By: Ipsita

ଆଜିକାଲି ଫିଟ ରହିବା ପାଇଁ ସମସ୍ତେ ଚାହୁଁଛନ୍ତି ଏବଂ ଏଥିପାଇଁ ପରିଶ୍ରମ ମଧ୍ୟ କରୁଛନ୍ତି । ହେଲେ ନିକଟରେ ବୟସ୍କଙ୍କ ମଧ୍ୟରେ ଏକ ନୂଆ ଟ୍ରେଣ୍ଡ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଟ୍ରେଣ୍ଡରେ ଝାଳ ବୁହାଇ ନୁହେଁ ବରଂ ଲୋକଙ୍କ ସହିତ କଥାହୋଇ ଫିଟ ରହୁଛନ୍ତି । ଏହି ନୂଆ ଟ୍ରେଣ୍ଡର ନାଁ ରହିଛି ସୋସିଆଲ ଫିଟନେସ । ସୋସିଆଲ ଫିଟନେସର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହେଉଛି ବଣ୍ଡିଂ ଡ୍ରିଲ । ଏହା ଅଧୀନରେ ପ୍ରଥମେ  ୪୦ ମିନିଟ୍ ପର୍ଯ୍ୟନ୍ତ ବିନା ସ୍କ୍ରିନରେ ଲୋକଙ୍କ ସହ ଯୋଡିହେବାର ସୁଯୋଗ ମିଳିଥାଏ । ଏହି ସମୟରେ ସମସ୍ତେ ସମସ୍ତଙ୍କ ସହିତ ନିଜନିଜର ମନକଥାକୁ ସେୟାର କରିଥାଆନ୍ତି । ଏହି ବଣ୍ଡିଂ ଡ୍ରିଲ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପ୍ରକ୍ରିୟାରେ କରାଯାଉଛି । ସୋସିଆଲ ଫିଟନେସ ପାଇଁ ୟୁରୋପ ଏବଂ ଆମେରିକାରେ ଅଜଣା ଲୋକଙ୍କ ସହ ୪୦ ମିନିଟର ବଣ୍ଡିଂ ଡ୍ରିଲର ସେସନ୍ ଅନୁଷ୍ଠିତ ହେଉଛି । ଏଥିରେ ମୋବାଇଲ୍ ସ୍କ୍ରିନ୍ ବ୍ୟବହାର ନକରି ଲୋକଙ୍କ ସହ ଜଡ଼ିତ ହେବା, ହସିବା, ପରସ୍ପରକୁ ଶୁଣିବା ଏବଂ ନିଜର ଚିନ୍ତାଧାରା ବାଣ୍ଟିବା ଶିଖାଯାଏ । ଏହି ସେସନ ସେଠିକାର ଲୋକଙ୍କ ଭିତରେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।

ସମ୍ବନ୍ଧିତ ଖବର ଭାରତରେ ବି ରହିଛି କ୍ରେଜ

Tags:

Related Posts

ସୋସିଆଲ ଫିଟନେସ

ସୋସିଆଲ ଫିଟନେସ

ପ୍ରଭାବ

ପ୍ରଭାବ