ଭକ୍ତ ଦାସଙ୍କ ସହ ଫୋନରେ ଏବଂ ବିଜୟ ମହାପାତ୍ରଙ୍କୁ ଭେଟିଲେ ଦିଲ୍ଲୀପ ରାୟ
ବିଚାରଗତ ଲଢେଇ, ଏଠି ସମ୍ପର୍କର ସ୍ଥାନ ନାହିଁ - ଭକ୍ତ
ଭୁବନେଶ୍ଵର: ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହେଲେ ଦିଲ୍ଲୀପ ରାୟ। ଫୋନରେ କଥା ହୋଇ ଥିବା ନେଇ ଭକ୍ତ ଦାସ କହିଛନ୍ତି I ‘ସେ ମୋର ବନ୍ଧୁ; ଶେଷ ମୁହୂର୍ତ୍ତରେ କାହିଁକି ସ୍ୱାଧୀନ ପ୍ରାର୍ଥୀ ହେଲେ ଜାଣିନି । ମୁଁ ପୂର୍ବରୁ ତାଙ୍କୁ ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ହେବାକୁ କହିଥିଲି । କିନ୍ତୁ ସିଏ କିଛି ଉତ୍ତର ଦେଇନଥିଲେ । ଏବେ ସ୍ୱାଧୀନ ପ୍ରାର୍ଥୀ ହେଉଛନ୍ତି। ଶେଷ ମୁହୂର୍ତ୍ତରେ ମୋତେ ସହଯୋଗ ମାଗିଲେ ମୁଁ କିଛି କରିପାରିବି ନାହିଁ’।ଏହା ବିଚାରଗତ ଲଢେଇ, ଏଠି ସମ୍ପର୍କର ସ୍ଥାନ ନାହିଁ ବୋଲି କହିଛନ୍ତି ପିସିସି ସଭାପତି ।
ଚଳିତ ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର କିଛି କାମ ଦେବନାହିଁ । ୨୦୦୨ରେ ଦିଲ୍ଲୀପ ବାବୁ ଜିତିଥିଲେ ବୋଲି ଏବେ ଜିତିବେ ତାହା କହିହେବ ନାହିଁ । ଏବେ ଭକ୍ତ ଦାସ ଗଣତନ୍ତ୍ରର ଜାଗୁଆଳି ରହିଛି । ଗଣତନ୍ତ୍ରକୁ ବଞ୍ଚେଇବାର ଆବଶ୍ୟକତା ରହିଛି । କମନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ବିଜୟ ସୁନିଶ୍ଚିତ ବୋଲି ଭକ୍ତ ଦାସ କହିଛନ୍ତି ।
ସେପଟେ, ବିଜୟ ମହାପତ୍ରଙ୍କ ଘରକୁ ମଧ୍ୟ ଯାଇଥିଲେ ଦିଲ୍ଲୀପ ରାୟ । ତେବେ ସେ ହୋଲି ଶୁଭେଚ୍ଛା ଜଣାଇବାକୁ ଯାଇଥିଲେ ବୋଲି କହିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ସେଠାରେ କୌଣସି ରାଜନୈତିକ କିମ୍ବା ରାଜ୍ୟସଭା ନିର୍ବାଚନ ନେଇ ଆଲୋଚନା ହୋଇନାହିଁ । ୪ରୁ ୫ ହେଲା, ୬ବି ହୋଇପାରେ କହିଲେ ଅରବିନ୍ଦ ମହାପାତ୍ର । ଦିଲ୍ଲୀପ ରାୟ ଯୋଗ୍ୟ ପ୍ରାର୍ଥୀ, ୪୦ ବର୍ଷର ଅଭିଜ୍ଞତା ରହିଛି କହିଛନ୍ତି, ଅରବିନ୍ଦ । ତେବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲ କରିବେ ଦିଲୀପ ରାୟ



