ଭାରତୀୟ ମହିଳା ଓ ଖେଳ

ଭାରତୀୟ ମହିଳା ଓ ଖେଳ
Ipsita Picture
By: Ipsita

 

Read More ଡିସେମ୍ବର ୯ ତାରିଖରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି

ଖେଳରେ ଭାରତୀୟ ମହିଳାଙ୍କର ଗୌରବମୟଯାତ୍ରା କାହିଁ କେଉଁ କାଳରୁ ଚର୍ଚ୍ଚାରେ ରହିଆସିଛି । ଖେଳଜଗତରେ ଭାରତୀୟ ମହିଳା ସବୁବେଳେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ରହିଆସିଛନ୍ତି । ସେମାନଙ୍କ ଯାତ୍ରା ସବୁବେଳେ କଠିନ ପରିଶ୍ରମ, ଦୃଢ ନିଶ୍ଚୟ, କିଛି କରି ଦେଖାଇବାର ଇଚ୍ଛା ଶକ୍ତିକୁ ପ୍ରତିପାଦିତ କରିଥାଏ । ଏହି ସମସ୍ତ ଗୁଣ ଯୋଗୁଁ ସେମାନେ ସଫଳତାର ଶିଖର ଛୁଉଁଥିବାବେଳେ ଦେଶର ନାଁକୁ ସାରା ବିଶ୍ବରେ ପରିଚିତ କରାଇ ପାରୁଛନ୍ତି । ନିକଟରେ ମହିଳା ବିଶ୍ବକପ ଜିତି ମହିଳା କ୍ରିକେଟ ଟିମ ଏହାକୁ ଆଉଥରେ ପ୍ରମାଣିତ କରିଛନ୍ତି । ଭାରତର ମହିଳାକ୍ରୀଡା ବିଭାଗ ଏକ ସ୍ବର୍ଣ୍ଣିମ ଇତିହାସର ମୁକସାକ୍ଷୀ ରହିଛି । ତେବେ ଏହା ସ୍ବାଧୀନତା ପୂର୍ବରୁ ମହିଳାଙ୍କୁ ଖେଳରେ ଭାଗ ନେବାପାଇଁ ସୁଯୋଗ ଦିଆଯାଉନଥିଲା । ଯାହାଫଳରେ ସେତେବେଳେ ମହିଳା କ୍ରୀଡାର ଏତେ ଅଗ୍ରଗତି ସମ୍ଭବ ନଥିଲା । ହେଲେ ସ୍ବାଧିନତା ପରେ କିନ୍ତୁ ଏହି ଭାଗିଦାରୀ ବଢିବାକୁ ଲାଗିଲା । ୧୯୫୨ରେ ପ୍ରଥମ ଭାରତୀୟ ମହିଳା ଭାବେ ନିଳିମା ଘୋଷ ଅଲିମ୍ପିକରେ ଭାଗ ନେଇଥିଲେ । ଏହାପରେ ଧୀରେଧୀରେ ବିଭିନ୍ନ କ୍ରୀଡାରେ ମହିଳାଙ୍କୁ ଦେଖିବାକୁ ମିଳିଥିଲା । ସେମାନେ ଆଗକୁ ଆସି ପଡିଆରେ ବିଭିନ୍ନ ଖେଳ ଖେଳିବାକୁ ଲାଗିଲେ ଏବଂ ମେଡାଲ ଜିତିବାକୁ ଲାଗିଲେ । ଏହି ତାଲିକାରେ ପିଟି ଉଷା, କର୍ନାମ ମାଲେଶ୍ବରୀ, ମେରୀ କମ୍, ସାନିଆ ମିର୍ଜା, ପିଭି ସିନ୍ଧୁ, ସାଇନା ନେହୱାଲ, ମିଥାଲି ରାଜଙ୍କ ଭଳି ଅନେକ ଖେଳାଳୀ ସାମିଲ ଅଛନ୍ତି । ଏହି ବ୍ୟକ୍ତିତ୍ବମାନେ ବିଶ୍ବ ଖେଳ ଜଗତରେ ଭାରତର ନାଁକୁ ଖୁବ ଆଗକୁ ନେବାରେ ଲାଗିଛନ୍ତି । ହେଲେ ସେମାନଙ୍କୁ ମଧ୍ୟ ଅନେକ ଆହ୍ବାନର ସାମନା କରିବାକୁ ପଡିଥାଏ । ସମସ୍ତ ବାଧା ବିଘ୍ନ ଓ ଆହ୍ବନାକୁ ସାମନା କରି ବର୍ତ୍ତମାନର ଭାରତୀୟ ମହିଳାମାନେ ବିଶ୍ବ ଖେଳଜଗତରେ ନିଜ ନାଁକୁ ପ୍ରତିଷ୍ଠିତ କରାଇବାରେ ଲାଗିଛନ୍ତି । ଆସନ୍ତୁ ଜାଣିବା କ୍ରୀଡାଜଗତର ସେହିଭଳି କିଛି ପ୍ରତିଷ୍ଠିତ ଖେଳାଳୀଙ୍କ ସମ୍ପର୍କରେ ।

ବ୍ୟାଡମିଣ୍ଟନ

ଭାରତରେ ବ୍ୟାଡମିଣ୍ଟନ ଖେଳର ଖୁବ ଚାହିଦା ରହିଛି । ଏହି ଖେଳକୁ ଭାରତରେ ୧୯ତମ ଶତାବ୍ଦୀରେ ବ୍ରିଟିଶ ଅଫିସରଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା । ୧୯୩୪ ମସିହାରେ ବ୍ୟାଡମିଣ୍ଟନ ଆସୋସିଏସନ ଅଫ୍ ଇଣ୍ଡିଆର ସ୍ଥାପନା କରାଯାଇଥିଲା । ପ୍ରଥମରୁ ହିଁ ଭାରତରେ ଏହି ଖେଳର ଚାହିଦା ରହିଥିଲା । ଧୀରେଧୀରେ ଏହି ଖେଳାଳୀମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ଲାଗିଲେ । ଏହି ପ୍ରଚାର ପ୍ରସାର ବିଂଶ ଶତାବ୍ଦୀରେ କ୍ଷୀପ୍ର ଗତିରେ ହେଉଥିବା ଦେଖିବାକୁ ମିଳିଥିଲା । ଭାରତ ଧୀରେଧୀରେ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରୀୟ ମ୍ୟାଚ ଯେପରି ଥୋମାସ କପ୍ ଓ ଅଲ ଇଂଲଣ୍ଡ ଚାମ୍ପିଅନସିପରେ ଭାଗନେବାକୁ ଲାଗିଥିଲା । ୧୯୫୦ ଓ ୧୯୬୦ ମସିହାରେ ନାଣ୍ଡୁ ନାତେକର ଭାରତୀୟ ବ୍ୟାଡମିଣ୍ଟନର ଚେହେରା ପାଲଟିଥିଲେ । ସେ ନିଜ ନାମରେ ଏକାଧିକ ଜାତୀୟ ଟାଇଟଲ ସାମିଲ କରିଥିଲେ । ଏହାସହ ଅନେକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ମଧ୍ୟ ଭାରତକୁ ସେ ପ୍ରତିପାଦିତ କରିଥିଲେ । ଏହାପରେ ପ୍ରକାଶ ପାଦୁକୋନ୍ ଭାରତୀୟ ବ୍ୟାଡମିଣ୍ଟନକୁ ବିଶ୍ବସ୍ତରରେ ପହଞ୍ଚାଇପାରିଥିଲେ । ୧୯୮୦ ମସିହାରେ ସେ ଅଲ ଇଂଲଣ୍ଡ ଓପନ ଚାମ୍ପିଅନସିପର ବିଜେତା ହୋଇ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀଙ୍କ ପାଇଁ ଆଣିଥିଲେ ନୂଆ ପରିଚୟ । ଏହା ଆଜି ବି ଭାରତୀୟ ବ୍ୟାଡମିଣ୍ଟନ ଇତିହାସର ସ୍ୱର୍ଣ୍ଣିମକ୍ଷଣ ଭାବେ ବିବେଚନା କରାଯାଇଥାଏ । ତାଙ୍କ ବ୍ୟାଡମିଣ୍ଟନ ଖେଳିବାର ଷ୍ଟାଇଲ ଅନେକଙ୍କୁ ପ୍ରେରିତ କରିଥିଲା ଏହି ଖେଳ ଖେଳିବାକୁ । ଏହାପରେ ୨୧ ଶତାବ୍ଦୀରେ ମଧ୍ୟ ଏହି ଖେଳର ପ୍ରଚାର ପ୍ରସାର ଦେଖିବାକୁ ମିଳିଥିଲା । ଏହି ସମୟରେ ଆନ୍ତର୍ଜାତୀୟ ସ୍ତରରେ ଖେଳାଳୀଙ୍କୁ ଖେଳିବାକୁ ଅଧିକ ସୁଯୋଗ ମିଳିଥିଲା । ଏହାସହ ପ୍ରଶିକ୍ଷଣ ମଧ୍ୟ ଭଲ ମିଳିବାରେ ଲାଗିଲା । ବ୍ୟାଡମିଣ୍ଟନର ପରିଚିତ ଚେହେରା ହେଲେ ସାନିଆ ନେହୱାଲ । ସାନିଆ ପ୍ରଥମ ଭାରତୀୟ ମହିଳା ଖେଳାଳୀ ଭାବେ ବିଡବ୍ଲ୍ୟୁଏଫ୍ ସୁପର ସିରିଜ ଟାଇଟଲକୁ ୨୦୦୯ରେ ଜିତିଥିଲେ । ଏହାସହ ପ୍ରଥମ ମହିଳା ବ୍ୟାଡମିଣ୍ଟନ ଖେଳାଳୀ ଭାବେ ସେ ୨୦୧୨ ଲଣ୍ଡନ ଅଲିମ୍ପିକରେ ବ୍ରୋଞ୍ଚ ପଦକ ଜିତିବାରେ ସଫଳ ହୋଇଥିଲେ ।  ଆଉଜଣେ ବ୍ୟାଡମିଣ୍ଟନ ଖେଳାଳୀ ହେଲେ ପିଭି ସିନ୍ଧୁ । ଯିଏ ଅନେକ ସମୟଧରି କ୍ରମାଗତ ଭାବେ ଖୁବ ଭଲ ପ୍ରଦର୍ଶନ ଜାରି ରଖିଥିଲେ । ୨୦୧୬ ରିଓ ଅଲିମ୍ପିକରେ ସିଲଭର ଓ ୨୦୨୦ ଟୋକିଓ ଅଲିମ୍ପିକରେ ବ୍ରୋଞ୍ଚ ପଦକ ଜିତିଥିଲେ । ଏହାସହ ୨୦୧୯ରେ ବିଶ୍ବ ଚାମ୍ପିଅନ ଟାଇଟଲ ମଧ୍ୟ ହାସଲ କରିଥିଲେ । ତାଙ୍କ ପ୍ରଦର୍ଶନ ତାଙ୍କୁ ବ୍ୟାଡମିଣ୍ଟନ କ୍ରୀଡାରେ ଜଣେ ବିଶ୍ବସ୍ତରୀୟ ଚେହେରାଭାବେ ପରିଚିତ କରାଇପାରିଛି ।

collage-2

ହକି

ଭରତୀୟ କ୍ରୀଡା ଜଗତରେ ହକିର ଚାହିଦା ଖୁବ ଅଧିକ । ସେହିଭଳି ମହିଳା ହକିର ନାଁ ଧୀରେଧୀରେ ବଢିବାରେ ଲାଗିଛି । ଗାଁ ପଡିଆରୁ ମହିଳା ହକି ଆଜି ଅଲିମ୍ପିକରେ ପହଞ୍ଚିଛି । ୧୯୪୦ ମସିହାରେ ମହିଳା ହକିର ପ୍ରଚାର ପ୍ରସାର ଦ୍ରୁତ ଗତିରେ ହେବାକୁ ଲାଗିଲା । ୧୯୪୭ରେ ପ୍ରଥମ ରେକର୍ଡ ହକି ମ୍ୟାଚ ଖେଳାଯାଇଥିଲା । ଏହାପରେ ଏକାଧୀକ ରାଜ୍ୟସ୍ତରୀୟ ଟୁର୍ନାମେଣ୍ଟର ଆୟୋଜନ ହେବାରେ ଲାଗିଲା । ୧୯୪୭ରୁ ୪୮ ମଧ୍ୟରେ ଇଣ୍ଡିଆନ ଓମେନ ହକି ଫେଡେରେସନର ପ୍ରତିଷ୍ଠା କରାଯାଇଥିଲା । ଏହାର ସ୍ଥାପନା ଭାରତୀୟ ହକି ମହିଳା ଖେଳାଳୀଙ୍କୁ ଆଗକୁ ବଢାଇବା ପାଇଁ କରାଯାଇଥିଲା । ୧୯୫୩ରେ  ଭାରତୀୟ ମହିଳା ହକି ନିଜର ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲା । ଏହାପରେ ୧୯୮୨ରେ ଏସିଆନ ଗେମରେ ଏହି ଦଳକୁ ଗୋଲ୍ଡ ମେଡାଲ ମଧ୍ୟ ମିଳିଥିଲା । ବର୍ତ୍ତମାନ ହକିକୁ ନେଇ ବିଭିନ୍ନ ପରୀକ୍ଷା ନିରିକ୍ଷା କରାଯାଉଛି । ସେମାନଙ୍କୁ ବର୍ତ୍ତମାନ ଖୁବ ଉନ୍ନତ୍ତମାନର ସମସ୍ତ ସୁଯୋଗ ପ୍ରଦାନ କରାଯାଉଛି ଯାହା ସେମାନଙ୍କର ଖେଳ ଦକ୍ଷତାକୁ ବଢାଉଛି । ୨୦୨୦ ଟୋକିଓ ଅଲିମ୍ପିକରେ ପ୍ରଥମଥର ପାଇଁ ଭାରତୀୟ ମହିଳା ହକି ଦଳ ସେମି ଫାଇନାଲରେ ପହଞ୍ଚିଥିଲା । ହକି ମହିଳା ଖେଳାଳୀଙ୍କ ତାଲିକାରେ ଅନେକ ଖେଳାଳୀ ସାମିଲ ରହିଛନ୍ତି । ୧୯୬୦ରେ ଏଲଭେରା ବ୍ରିଟୋ ମହିଳା ହକି ଦଳର ଅଧିନାୟକ ଭାବେ ଦାୟିତ୍ବ ତୂଲାଇଥିଲେ । ତାଙ୍କୁ ତାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ  ଅର୍ଜୁନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ୧୯୭୦ ମସିହାରେ ପ୍ରେମ ମାୟା ସୋନିର ହକିକୁ ଏକ ବିଶ୍ବସ୍ତରୀୟ ପରିଚୟ ପ୍ରଦାନ କରିଥିଲେ । ସେ ଅନେକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଏହି ତାଲିକାରେ ଅନେକ ନାଁ ଯେପରି ପ୍ରିତମ ରାଣି, ଅଞ୍ଜୁମ କରିମ, ରାନି ରାମ୍ପପାଲ, ସହିତା ପୁନିଆ, ବନ୍ଦନା କଟରିଆ ଆଦି ସାମିଲ ଅଛନ୍ତି । ହକିକୁ ବିଶ୍ବସ୍ତରୀୟ ମାନତ୍ୟା ଦେବାରେ ଏମାନଙ୍କ ହାତ ଖୁବ ଅଧିକ ରହିଛି । ଜାତୀୟ, ଅନ୍ତର୍ଜାତୀୟ କୋଚ ଓ ଭଲ ନେତୃତ୍ବ ଅଧିନରେ ହକି ଖେଳ ଖୁବ ଅଧିକ ପ୍ରଚାର ପ୍ରସାର କରିବାରେ ଲାଗିଛି ।

hok

ଚେସ୍

ଚେସ୍ ଏଭଳି ଏକ ଖେଳ ଯେଉଁଥିରେ ବୁଦ୍ଧିର ଖୁବ ଅଧିକ ଆବଶ୍ୟକ ହୋଇଥାଏ । କେବଳ ଶାରିରୀକ ଶକ୍ତି ନୁହେଁ ମାନସିକ ସ୍ତରରେ ମଧ୍ୟ ଆମ ମହିଳା ଖେଳାଳୀ ଖୁବ ଆଗରେ । ଭାରତୀୟ ମହିଳା ଚେସ୍ ଖେଳାଳୀଙ୍କ ପାଖରେ ବିଚକ୍ଷଣ ବୁଦ୍ଧି ସହିତ ଦୃଢ ଇଚ୍ଛା ଶକ୍ତି ଦେଖିବାକୁ ମିଳିଛି, ଯାହା ଭାରତକୁ ଚେସରେ ବିଶ୍ବ ଚାମ୍ପିଅନ ମଧ୍ୟ କରାଇଛି । ଏହି ମହିଳାମାନ ଅନେକ ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଚେସ୍ ଖେଳ ଭାରତରେ କାହିଁ କେଉଁ ଦିନରୁ ଖେଳା ହୋଇ ଆସୁଛି । ତେବେ ଚେସଖେଳରେ ଭାରତୀୟ ମହିଳା ଟିକ ଡେରିରେ ଭାଗନେଲେ ମଧ୍ୟ ନିଜ ବୁଦ୍ଧି ବଳରେ ଆଜି ବିଶ୍ବସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଅଲ ଇଣ୍ଡିଆ ଚେସ ଫେଡେରେସନ ଓ ୱେମେନ ଚେସ ଆସୋସିଏସନ ଅଫ ଇଣ୍ଡିଆ ମହିଳା ଚେସ ଖେଳାଳୀଙ୍କ କ୍ଷେତ୍ରରେ ଖୁବ ଭଲ କାର୍ଯ୍ୟ କରୁଛି । ସେମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ଓ ସହଯୋଗ ଏମାନେ ଯୋଗାଇଥାଆନ୍ତି, ଯାହା ଫଳରେ ଖେଳାଳୀମାନେ ଖୁବ ଆଗକୁ ଯାଉଛନ୍ତି । ଚେସ୍ ଖେଳରେ ଅନେକ ବରଷ୍ଠ ଖେଳାଳୀ ଅଛନ୍ତି ଯେଉଁମାନେ ବିଶ୍ବସ୍ତରରେ ଭାରତର ନାଁକୁ ଖୁବ ଉପରକୁ ନେଇଛନ୍ତି । ନନ୍ଦିନୀ ବିଦ୍ୟାନାଥନ, ପ୍ରଥମ ମହିଳା ଚେସ ଖେଳାଳୀ ଯିଏ ଭାରତୀୟ ଚେସକୁ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ପ୍ରଦାନ କରିଥିଲେ । ୧୯୭୦ ରୁ ୮୦ ଭିତରେ ସେ ମହିଳା ଚେସକୁ ଏକ ଉଚ୍ଚ ସ୍ତରକୁ ନେଇଥିଲେ । ଏହି ତାଲିକାରେ କୋନେରୁ ହମ୍ପି, ଡୋରନାଭାଲ୍ଲି ହାରିକା, ତାନିଆ ସଚଦେବ, ପି ଇନିୟାନ ପ୍ରମୁଖ ସାମିଲ ଅଛନ୍ତି, ଯେଉଁମାନ ଭାରତୀୟ ଚେସକୁ ବିଶ୍ବସ୍ତରରେ ପହଞ୍ଚାଇଛନ୍ତି । ଏମାନେ ବର୍ତ୍ତମାନର ପିଢିପାଇଁ ଜଣେଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ବ ପାଲଟିଛନ୍ତି । ଯେଉଁମାନଙ୍କୁ ଅନୁସରଣ କରି ଅନେକ ଯୁବ ପ୍ରତିଭା ଚେସକୁ ନିଜର କ୍ୟାରିୟର ଭାବେ ଗ୍ରହଣ କରିଛନ୍ତି । ନିକଟରେ ୨୦୧୮ରେ ଚେସ୍ ଅଲମ୍ପିଆଡରେ ଭାରତକୁ ବ୍ରୋଞ୍ଚ ମେଡାଲ ପ୍ରାପ୍ତ ହୋଇଥିଲା । ସେହିଭଳି ୨୦୧୯ ୱମେନ୍ ଚେସ ଚାମ୍ପିଅନସିପରେ କୋନେରୁ ହମ୍ପି ୱମେନ ୱାର୍ଲ୍ଡ ଚେସ ଚାମ୍ପିଅନ ଭାବେ ଖ୍ୟାତି ଅର୍ଜନ କରିଥିଲେ । ସେହିଭଳି ୨୦୨୧ ଏଫ୍ଡିଆଇ ବିଶ୍ବକପରେ ମଧ୍ୟ ଭାରତୀୟ ଚେସ ଖେଳାଳୀଙ୍କ ଭଲ ପ୍ରଦର୍ଶନ ରହିଥିଲା । ଆଗକୁ ମଧ୍ୟ ଏହି ଖେଳାଳୀମାନେ ଆହୁରି ଭଲ ପ୍ରଦର୍ଶନ କରିବା ସହିତ ନୂଆ ଖେଳାଳୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବେ ।

jgh

ଟେନିସ

ବିଶ୍ବ ଟେନ୍ସ ଖେଳରେ ଭାରତୀୟ ମହିଳାଙ୍କର ପ୍ରଭାବ ବିଶେଷ ରହିଛି । କିଛି ଦଶନ୍ଧି ଧରି ଏଠାରେ ଭାରତୀୟ ମହିଳାମାନେ ରାଜ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଏମାନେ ଖୁବ ପରିଚିତ ବ୍ୟକ୍ତିତ୍ବ ପାଲଟିଛନ୍ତି । ସେମାନଙ୍କର ପ୍ରଦର୍ଶନ ଉଚ୍ଚକୋଟିର ରହିଛି, ଯାହା ସେମାନଙ୍କର ସ୍କିଲ ଓ ପରିଶ୍ରମକୁ ଦର୍ଶାଇଛି । ବ୍ରିଟିଶ ରାଜ ସମୟରେ ଭାରତରେ ଟେନିସ ଖେଳର ଆରମ୍ଭ ହୋଇଥିଲା । ୧୯୮୦ ରୁ ୯୦ ମଧ୍ୟରେ ନିନା ଷ୍ଟୋଜାନୋଭିକ ଭାରତୀୟ ଟେନିସ ଖେଳକୁ ବିଶ୍ବସ୍ତରରେ ପରିଚୟ ଦେବା ଆରମ୍ଭ କରିଥିଲେ । ତାଙ୍କ ପରେ ଶିଖା ଉବେରୋଏ ଏବଂ ସାନିଆ ମିର୍ଜା ଭାରତୀୟ ଟେବୁଲ ଟେନିସର ଭାର ସମ୍ଭାଳିଥିଲେ । ଏହାପରେ ଭାରତରେ ଅଲ ଇଣ୍ଡିଆ ଟେନିସ ଆସୋସିଏସନର ପ୍ରତିଷ୍ଠା ହୋଇଥିଲା, ଯାହା ଟେନିସ ଖେଳାଳୀଙ୍କ ଯାତ୍ରାକୁ ଆଗକୁ ନେଇଥିଲା । ୨୦୦୩ରେ ସାନିଆ ମିର୍ଜାଙ୍କର ପ୍ରଫେସନାଲ କ୍ୟାରିୟରର ଆରମ୍ଭ ହୋଇଥିଲା । ସେ ଭାରତୀୟ ଟେନିସକୁ ଏକ ନୂଆ ପରିଚୟ ପ୍ରଦାନ କରିଥିଲେ । ସେ ପ୍ରଥମ ଭାରତୀୟ ମହିଳା ଖେଳାଳୀ ଭାବେ ଗ୍ରାଣ୍ଡ ସ୍ଲାମ ଟାଇଟଲର ବିଜେତା ପାଲଟିଥିଲେ । ଏହାସହିତ ତାଙ୍କ ନାମରେ ଏକାଧିକ ଟାଇଟଲ ସାମିଲ ରହିଛି, ଯାହା ଭାରତୀୟ ଟେନିସକୁ ବିଶ୍ବ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି । ସେ ଅନେକ ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଟେବୁଲ ଟେନିସ

ଗତ କିଛି ବର୍ଷରେ ଭାରତୀୟ ଖେଳାଳୀମାନେ ଟେବୁଲ ଟେନିସରେ ଖୁବ ନାଁ କରିବାରେ ଲାଗିଛନ୍ତି । ବ୍ରିଟିଶଙ୍କ ସମୟରେ ଭାରତରେ ଟେବୁଲ ଟେନିସର ଆରମ୍ଭ ହୋଇଥିଲା । ଏହାପରେ ୧୯୮୦ ରୁ ୯୦ ମସିହା ବେଳକୁ ଏହି ଖେଳରେ ମହିଳାମାନେ ଭାଗ ନେବା ଆରମ୍ଭ କରିଥିଲେ । ଅଲ ଇଣ୍ଡିଆ ଟେବୁଲ ଟେନିସ ଫେଡେରସନର ସ୍ଥାପନା ପରେ ଏହି ଖେଳରେ ଆହୁରି ଅଗ୍ରଗତି ଦେଖିବାକୁ ମିଳିଥିଲା । ଏହି ଖେଳର ଗେମଚେଞ୍ଜର ଭାବେ ମନିକା ବାର୍ତ୍ତାଙ୍କୁ ଗଣା ଯାଇଥାଏ । ବର୍ତ୍ତମାନ ସେ ଭାରତୀୟ ଟେବୁଲ ଟେନିସ ଖେଳର ପରିଚୟ ପାଲଟିଛନ୍ତି । ତାଙ୍କର ପ୍ରତିଭା ବିଶ୍ବସ୍ତରରେ ଭାରତୀୟ ଟେବୁଲ ଟେନିସକୁ ପହଞ୍ଚାଇବାରେ ସଫଳ ହୋଇଛି । ୨୦୧୬ରେ ମନିକା ରିଓ ଅଲମ୍ପିକିସ ଖେଳିବା ପାଇଁ ପ୍ରଥମ ଭାରତୀୟ ମହିଳା ଭାବେ ଯୋଗ୍ୟ ବିବେଚିତ ହୋଇଥିଲେ । ଏହାପରେ ସେ ୨୦୧୮ରେ କମନୱେଲ୍ଥ ଗେମରେ ଚାରୋଟି ମେଡାଲ ଜିତିବାରେ ସଫଳ ହୋଇଥିଲେ ।  ତାଙ୍କ ସହିତ ମୋଉମା ଦାସ, ପୂଜା ସହଶ୍ରବୁଧେ, ଅହିକା ମୁଖାର୍ଜୀଙ୍କ ଭଳି ଅନେକ ଖେଳାଳୀ ଅଛନ୍ତି ଯେଉଁମାନେ ଭାରତୀୟ ଟେବୁଲ ଟେନିସକୁ ବିଶ୍ବସ୍ତରରେ ପହଞ୍ଚାଉଛନ୍ତି ।

Dutee_Chand

ରହିଛନ୍ତି ଅନେକ ପ୍ରତିଭା

ଆହୁରି ଅନେକ କାଟାଗୋରୀରେ ଏକାଧୀକ ମହିଳା ଖେଳାଳୀ ଅଛନ୍ତି ଯେଉଁମାନେ ଭାରତର ନାଁକୁ ବିଶ୍ବସ୍ତରରେ ପହଞ୍ଚାଇ ପାରିଛନ୍ତି  ଏହି ତାଲିକା ବେଶ ଲମ୍ବା ରହିଛି  ଏଥିରେ କୁସ୍ତି ଯୋଦ୍ଧା ଖେଳରେ ଅଛନ୍ତି ଗୀତା ଫୋଗଟ, ବବିତା ଫୋଗଟ, ଭିନେସ ଫୋଗଟ, ଶାକ୍ଷୀ ମଲ୍ଲିକ, ସୋନମ ମଲ୍ଲିକଙ୍କ ଭଳି ଖେଳାଳୀ ଯେଉଁମାନେ ଭାରତୀୟ କୁସ୍ତିକୁ ଏକ ନୂଆ ପରିଚୟ ଦେଇଥିଲେ  ସେହିଭଳି ଦୌଡରେ ମଧ୍ୟ ଅନେକ ଭାରତୀୟ ଖେଳାଳୀ ଭାରତର ନାଁକୁ ଉଚ୍ଚା କରିଛନ୍ତି  ସେଥିରେ ସାମିଲ ଅଛନ୍ତି ଦୌଡରାଣୀ ପିଟିଉଷା, ହିମା ଦାସ, ଓଡ଼ିଶାର ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦଙ୍କ ଭଳି ଖେଳାଳୀ ଭାରତର ନାଁକୁ ବିଶ୍ବ ସ୍ତରରେ ପହଞ୍ଚାଇଛନ୍ତି  ସେହିଭଳି ବକ୍ସିଂ କ୍ଷେତ୍ରରେ ମେରିକମଙ୍କ ଅବଦାନକୁ କେହି କେବେ ଭୁଲି ପାରିବେ ନାହିଁ  ସେ ଭାରତୀୟ ବକ୍ସିଂ କୁଇନ୍ ଭାବେ ପରିଚିତ  ସେହିଭଳି ଓଡ଼ିଶାର ଅନୁରାଧା ବିଶ୍ବାଳ ଭାରତୀୟ ଆଥଲେଟର ଜଣେ ପରିଚିତ ନାଁ ପାଲଟିଛନ୍ତି  ଏହିଭଳି ଆହୁରି ଅନେକ ପ୍ରତିଭା ଅଛନ୍ତି ଯେଉଁମାନେ ଭାରତୀୟ କ୍ରୀଡା କ୍ଷେତ୍ର ପାଇଁ ବରଦାନ ପାଲଟିଛନ୍ତି ଏବଂ ନିଜ ପ୍ରତିଭା ବଳରେ ଅନ୍ତର୍ଜାତୀୟ ସ୍ତରରେ ଭାରତର ନାଁକୁ ଆଗକୁ ବଢାଉଛନ୍ତି 

Tags: