ଆଫଗାନିସ୍ତାନକୁ ବିଶ୍ବକପ୍ରୁ ବାହାର କରି ସୁପର ୮ରେ ସ୍ଥାନ ପକ୍କା କଲା ନ୍ୟୁଜିଲାଣ୍ଡ
ଚେନ୍ନାଇ: ନ୍ୟୁଜିଲାଣ୍ଡ ଚେନ୍ନାଇରେ କାନାଡା ବିପକ୍ଷରେ ୮ ୱିକେଟରେ ବିଜୟ ହାସଲ କରି ଟ୍ବେଣ୍ଟି-୨୦ ବିଶ୍ୱକପର ସୁପର ୮ରେ ନିଜର ସ୍ଥାନ ସୁରକ୍ଷିତ କରିଛି। ଟସ୍ ଜିତି କାନାଡା ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ପ୍ରାରମ୍ଭିକ ବ୍ୟାଟର ଯୁବରାଜ ଶର୍ମା ଚକତ୍କାର ଶତକ ଅର୍ଜନ କରିବା ସହ ୬୫ ବଲ୍ରୁ ୧୧୦ ରନ୍ ସଂଗ୍ରହ କରି ଆଉଟ ହୋଇଥିଲେ। ଦୀଲପ୍ରିତ ବାଜୱା ୩୬, ନବନୀତ ଧଲିୱାଲ ୧୦ ରନ୍ ସଂଗ୍ରହ କରିଥିଲେ। ଦଳ ନିର୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୧୭୩ ରନ୍ କରିଥିଲା। ନ୍ୟୁଜିଲାଣ୍ଡର ମାଟ୍ ହେନରି, ଜାକବ ଡଫି, କାଇଲ୍ ଜାମିସନ୍ ଓ ଜେମ୍ସ ନସୀମ ପ୍ରତ୍ୟେକ ୧ ୱିକେଟ୍ ଲେଖାଏଁ ନେଇଥିଲେ। ନ୍ୟୁଜିଲାଣ୍ଡ ୧୭୪ରନ୍ରଲକ୍ଷ୍ୟକୁ ୧୫.୧ ଓଭରରେ ହାସଲ କରିଥିଲା। ଟିମ୍ ସୈଫର୍ଟ ୬, ଫିନ୍ ଆଲେନ୍ ୨୧ ରନ୍ କରି ଆଉଟ୍ ହୋଇଥିଲେ। ତେବେ ରାଚିନ ରବୀନ୍ଦ୍ର ଓ ଗ୍ଲେନ୍ ଫିଲିପ୍ସ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ଜିତାଇଥିଲେ। ରାଚିନ ୫୯ ଓ ଫିଲିପ୍ସ ୭୬ ରନ୍ କରିଥିଲେ। ଫିଲିପ୍ସଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି।
Tags:



