ସ୍ମୃତି ମନ୍ଧାନା ଶ୍ରେଷ୍ଠ ଭାରତୀୟ କ୍ରୀଡ଼ାବିତ୍‌

ସ୍ମୃତି ମନ୍ଧାନା ଶ୍ରେଷ୍ଠ ଭାରତୀୟ କ୍ରୀଡ଼ାବିତ୍‌
Samaya Live Desk Picture
Published On
ନୂଆଦିଲ୍ଲୀ: ସ୍ମୃତି ମନ୍ଧାନାଙ୍କୁ ଚଳିତ ବର୍ଷ ଭାରତର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ମନୋନୀତ କରାଯାଇଛି। ବିବିସି ପକ୍ଷରୁ ତାଙ୍କୁ ଏଭଳି ସମ୍ମାନ ପ୍ରଦାନ କରାଯାଇଛି। ଭାରତର ବିଶ୍ୱକପ୍ ବିଜୟ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଦ୍ୱିତୀୟ ଡବ୍ଲୁପିଏଲ୍ ଟାଇଟଲ୍ ହାସଲ କରିବା ପରେ ସ୍ମୃତିଙ୍କୁ ଏହି ମାନ୍ୟତା ମିଳିଛି। ୨୯ ବର୍ଷୀୟା ମନ୍ଧାନା ୨୦୨୫ ଆଇସିସି ମହିଳା ବିଶ୍ୱକପ୍ ବିଜୟୀ ଅଭିଯାନରେ ଭାରତର ଉପ-ଅଧିନାୟିକା ଥିଲେ ଏବଂ ଟୁର୍ଣ୍ଣାମେଣ୍ଟର ଜଣେ ତାରକା ଖେଳାଳି ଥିଲେ। ସେ ଏହି ସମ୍ମାନ ଦୌଡ଼ରେ ହରମନପ୍ରୀତ କୌର, ଚେସ୍ ସେନସେସନ୍ ଦିବ୍ୟା ଦେଶମୁଖ, ସୁଟର ସୁରୁଚି ସିଂହ ଏବଂ ଜ୍ୟୋତି ୟାରାଜି ମଧ୍ୟ ପଛରେ ପଡ଼ିଯାଇଥିଲେ। ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍, ପାରାଅଲିମ୍ପିକ୍ ଷ୍ଟାର ଦୀପା ମଲିକ୍ ଏବଂ ଲଙ୍ଗଜମ୍ପ ଆଇକନ୍ ଅଞ୍ଜୁ ବବି ଜର୍ଜଙ୍କୁ ନେଇ ଗଠିତ ଏକ ଗ୍ରାଣ୍ଡ ଜୁରି ଦ୍ୱାରା ଏହି ପୁରସ୍କାର ବାଛାଯାଇଥିଲା। ୨୦୨୪ ପ୍ୟାରିସ୍ ପାରାଅଲିମ୍ପିକ୍ସରେ ଆଥଲେଟିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିବା ପାଇଁ ପ୍ରୀତି ପାଲଙ୍କୁ ବର୍ଷର ପାରା-ସ୍ପୋର୍ଟସଓମ୍ୟାନ୍ ଅଫ୍ ଦି ଇୟର ଭାବେ ବଛାଯାଇଥିଲା। ସୁଟର ଅଞ୍ଜଳି ଭାଗବତଙ୍କୁ ବିଶ୍ୱ ସ୍ତରରେ ତାଙ୍କର ଅଗ୍ରଣୀ କ୍ୟାରିଅର ପାଇଁ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାର ମିଳିଥିଲା।
Tags: