OUSSSC ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ରଶ୍ମିରଞ୍ଜନ ସ୍ବାଇଁ

OUSSSC ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ରଶ୍ମିରଞ୍ଜନ ସ୍ବାଇଁ

ଭୁବନେଶ୍ବର: OUSSSC ର ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ ରଶ୍ମିରଞ୍ଜନ ସ୍ବାଇଁ । ଶୁକ୍ରବାର ରାଜ୍ୟ ସରକାର ଜମ୍ମୁ ଓ କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଏହା ସହ ସେ ହୋଉଛନ୍ତି ଆୟୋଗର ପ୍ରଥମ ଅଧ୍ୟକ୍ଷ । ଏନେଇ ଗତବର୍ଷ ନଭେମ୍ବର ମାସ ୨୧ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ଏହି ସମ୍ପର୍କିତ ପ୍ରସ୍ତାବକୁ ମୋହର ମାରିଥିଲା ।

ସମ୍ବନ୍ଧିତ ଖବର ୨ ଟି ଦୁର୍ଘଟଣାରେ ୭ ମୃତ ୨ ଆହତ

ସୂଚନା ଅନୁଯାୟୀ, ଗତ ବର୍ଷ ନଭେମ୍ବରରେ ରାଜ୍ୟ ସରକାର ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ। ଏହା ଦ୍ବାରା ୟୁନିଫର୍ମ ସେବା ଯୋଗାଉଥିବା ଅଧିକାରୀଙ୍କ ନିଯୁକ୍ତି ଏହି ଆୟୋଗ କରିବ। ଏଥିରେ ଜଣେ ଅଧକ୍ଷ, ଦୁଇ ଜଣ ସଦସ୍ୟ ରହିବା ନେଇ ନିର୍ଦ୍ଧାରିତ ହୋଇଥିଲା। ମୁଖ୍ୟତଃ ପୋଲିସ, ବନ ବିଭାଗ, ଅବକାରୀ ବିଭାଗରେ ଏହି ଆୟୋଗ ନିଯୁକ୍ତି କରିବ ।

ସମ୍ବନ୍ଧିତ ଖବର ପତ୍ନୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ସାଉଥ ଷ୍ଟାର ନାଗା ଚୈତନ୍ୟ

ରଶ୍ମିରଞ୍ଜନ ସ୍ବାଇଁ ହେଉଛନ୍ତି ୧୯୯୧ ବ୍ୟାଚ AGMUT କ୍ୟାଡର IPS ଅଫିସର। ୨୦୨୩ ଅକ୍ଟୋବର ୩୧ରୁ ୨୦୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଅବସର ନେଇଥିଲେ। ଏହାପୂର୍ବରୁ ମଧ୍ୟ ସେ ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ରାଜଧାନୀ ଜମ୍ମୁ ଏବଂ ଶ୍ରୀନଗରରେ SSP ଭାବରେ କାର୍ଯ୍ୟ କରିଥିଲେ। ସେ ଲେହ, ପୁଞ୍ଚ ଏବଂ ରାମବାନର SSP ପଦବୀ ମଧ୍ୟ ଗ୍ରହଣ କରିଛନ୍ତି। ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ J&K ଭିଜିଲାନ୍ସରେ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ଏବଂ ଡେପୁଟି ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ ଭାବରେ ନିଯୁକ୍ତ ଥିଲେ।

ସମ୍ବନ୍ଧିତ ଖବର ଯାତ୍ରାଦେଖା କୁ ନେଇ ଜଟଣୀରେ ବୋମାମାଡ଼, ୨ ଆହତ

ରାଜ୍ୟରେ ଓଡ଼ିଶା ପୋଲିସ ଏବଂ ଅନ୍ୟାନ୍ୟ ୟୁନିଫର୍ମ ସେବାରେ ନିଯୁକ୍ତି, ବିଭିନ୍ନ ବୋର୍ଡ ମାଧ୍ୟମରେ ପରିଚାଳିତ ହେଉଥିଲା । ଏଥିପାଇଁ ନିଯୁକ୍ତି ପରୀକ୍ଷାରେ ଅସ୍ଵାଭାବିକ ବିଳମ୍ବ ଏବଂ ଅନିୟମିତତା ଦେଖା ଦେଉଥିଲା । ତେଣୁ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଲାଗି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧୀନରେ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନାମରେ ଏକ ସ୍ଵତନ୍ତ୍ର ନିଯୁକ୍ତି ସଂସ୍ଥା ଗଠନ କରିଛନ୍ତି ।

Tags: