ହାତ ଦେଖି ଚିହ୍ନି ହେବ ରୋଗ

ହାତ ଦେଖି ଚିହ୍ନି ହେବ ରୋଗ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଭିଡିଓକଲ ସମୟରେ ଦିଅନ୍ତୁ ଧ୍ୟାନ

ଜାପାନର କୋବେ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂତନ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ କେବଳ ହାତ ପଛ ଭାଗର ଏକ ସାଧାରଣ ଫଟୋ ସାହାଯ୍ୟରେ ଆକ୍ରୋମେଗାଲିଭଳି ଏକ ବିରଳ ତଥା ଗୁରୁତର ହରମୋନ୍ ସମ୍ବନ୍ଧୀୟ ରୋଗ ଚିହ୍ନଟ କରାଯାଇପାରିବ । ଏହି ରୋଗ ଶରୀରରେ ଅତ୍ୟଧିକ ଗ୍ରୋଥ୍ ହରମୋନ୍ କ୍ଷରଣ ଯୋଗୁଁ ହୋଇଥାଏ, ଯାହା ଫଳରେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ହାତ ଓ ପାଦର ଆକାର ଅସ୍ୱାଭାବିକ ଭାବେ ବଢ଼ିଯାଏ । ତେବେ ଏହି ବିରଳ ରୋଗର ଉପଯୁକ୍ତ ଚିକିତ୍ସା ଅଭାବରୁ ରୋଗୀଙ୍କ ଆୟୁଷ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ କମିଯାଇପାରେ । ଏହି ରୋଗର ବିକାଶ ଅତ୍ୟନ୍ତ ଧୀମା ହୋଇଥିବାରୁ ଏହାକୁ ଚିହ୍ନଟ କରିବା ପାଇଁ ଅନେକ ସମୟ ଲାଗିଯାଏ । ହେଲେ ବର୍ତ୍ତମାନ ଏଆଇର ସାହାଯ୍ୟରେ ଗବେଷକମାନେ ଏହାକୁ ଖୁବ କମ ସମୟରେ ଚିହ୍ନଟ କରିପାରୁଛନ୍ତି । ଏହି ସିଷ୍ଟମ୍ ବ୍ୟକ୍ତିଙ୍କର ହାତ ପଛ ଭାଗ ଏବଂ ମୁଠା ହୋଇଥିବା ହାତର ଫଟୋକୁ ବିଶ୍ଳେଷଣ କରି ରୋଗୀଙ୍କୁ ଚିହ୍ନଟ କରିବାରେ ସକ୍ଷମ ।  ଯଦିଓ ଏହି ଟେକ୍ନୋଲୋଜି ଡାକ୍ତରଙ୍କ ସ୍ଥାନ ନେବ ନାହିଁ, ତଥାପି ଏହା ରୋଗକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିହ୍ନଟ କରିବାରେ ବହୁତ ସାହାଯ୍ୟ କରିବବୋଲି ନିର୍ମାଣକାରୀ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି । ଆଗାମୀ ଦିନରେ ଏହାକୁ ବ୍ୟବହାରକରି  ଅନ୍ୟାନ୍ୟ ରୋଗ ଯଥା ଆର୍ଥ୍ରାଇଟିସ୍ ଏବଂ ଆନିମିଆ  ଭଳି ସମସ୍ୟା ମଧ୍ୟ ସହଜରେ ଚିହ୍ନଟ ହୋଇପାରିବ ବୋଲି ଆଶା କରାଯାଉଛି। ସୋସିଆଲ ମିଡିଆରେ ଏହାର ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି ।

ସମ୍ବନ୍ଧିତ ଖବର କ୍ୟାରିୟରକୁ ଦିଅନ୍ତୁ ଧ୍ୟାନ

Tags:

Related Posts