ପିସିସି ସଭାପତିଙ୍କ ସହ ବେଙ୍ଗାଲୁରୁ ଗଲେ ୮ କଂଗ୍ରେସ ବିଧାୟକ - କାଡ଼ାମ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର ଭୟ । ବେଙ୍ଗାଲୁରୁ ଗଲେ ୯ କଂଗ୍ରେସ ବିଧାୟକ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡାମ । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡମ କହିଛନ୍ତି ଶାସକ ଦଳ ପ୍ରଲୋଭନ ଦେଖାଇ ଭୋଟ ନେବାକୁ ଚେଷ୍ଟା କରୁଛି । ଆମ ବିଧାୟକଙ୍କୁ ଆମେ ଏକଜୁଟ କଲୁ । ଯେଉଁମାନେ ରହୁଛନ୍ତି ସେମାନେ କ୍ରସ ଭୋଟିଙ୍ଗ କରିବେ ନାହିଁ ବୋଲି ସୂଚନା ଦେଲେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡମ । ତେବେ ହୁଇପ୍ ସତ୍ତ୍ୱେ ରାଜ୍ୟ ବାହାରକୁ ଯାଇଛନ୍ତି କଂଗ୍ରେସର ୮ରୁ ୯ ଜଣ ବିଧାୟକ। ରାଜ୍ୟସଭା ନିର୍ବାଚନ ମାର୍ଚ୍ଚ ୧୬ ତାରିଖ ଯାଏଁ ସମସ୍ତଙ୍କୁ ଭୁବନେଶ୍ୱରରେ ରହିବାକୁ ନିର୍ଦ୍ଦେଶ ଥିଲା । କିନ୍ତୁ ପିସିସି ସଭାପତି ସମସ୍ତଙ୍କୁ ବେଙ୍ଗାଲୁରୁ ନେଇଥିବା ସୂଚନା ରହିଛି ।
ବେଙ୍ଗାଲୁରୁ ଯାଇଥିବା କଂଗ୍ରେସ ବିଧାୟକଙ୍କ ଭିତରେ ଅଛନ୍ତି ସାଉଁନ୍ତା, ରାଜନ ଏକ୍କା, ପ୍ରଫୁଲ୍ଲ ପ୍ରଧାନ, ଆପୋଲ ସ୍ବାମୀ, ମଙ୍ଗୁ ଖିଲ। ଆସନ୍ତା ୧୫ ତାରିଖରେ କଂଗ୍ରେସ ବିଧାୟକ ଓଡ଼ିଶା ଫେରିବେ। ପିସିସି ସଭାପତି ଭକ୍ତ ଦାସ ବିଧାୟକଙ୍କ ସହ ଦିଲ୍ଲୀ ଯାଇଛନ୍ତି । ସେଠାରୁ ବେଙ୍ଗାଲୁରୁ ଯିବେ ବୋଲି ସୂଚନା ମିଳିଛି । ସେହିପରି ରାମଚନ୍ଦ୍ର କାଡାମ, ରମେଶ ଜେନା ଏବଂ ବାରବାଟୀ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ଯାଇନଥିବା ସୂଚନା ମିଳିଛି ।
କଂଗ୍ରେସ ବିଧାୟକଙ୍କ ଗସ୍ତକୁ ନାପସନ୍ଦ କରିଛନ୍ତି କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋଷ । ସେ କହିଛନ୍ତି ମତେ କିଛି କୁହାଯାଇନାହିଁ ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଲି । ବାହାରକୁ ଯିବାର କ'ଣ ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ କଲେ ସୋଫିଆ ।'ଆମେ ନିର୍ବାଚିତ ଲୋକ ପ୍ରତିନିଧି, କଟକ ଭଳି ଶିକ୍ଷିତ ସହରରୁ ଆସିଛୁ । ଆମେ ବି ନିଜେ ନିଜେ ନିଷ୍ପତ୍ତି ନେଇଛୁ ବୋଲି କହିଲେ ସୋଫିଆ ।
ସେପଟେ କଂଗ୍ରେସ ର ବରିଷ୍ଠ ବିଧାୟକ ତାରା ବାହିନୀପତି କହିଛନ୍ତି ଆମ ଵିଧାୟକ ନିଜ ଇଚ୍ଛାରେ ବୁଲିବାକୁ ଯାଇଛନ୍ତି । ଅନେକ ଦିନ ହେଲା ବାହାରକୁ ବୁଲିବାକୁ ଯାଇ ନଥିଲେ ଦୁଇ ଦିନ ପରେ ଆସିବେ । ଏଥିରେ କିଛି ରାଜନୈତିକ ଅଭିସନ୍ଧି ନାହିଁ । ଆମ ବିଧାୟକଙ୍କ ଉପର ବିଶ୍ୱାସ ଅଛି । ଘୋଡା ବେପାରରେ ସାମିଲ ହେବେନି ବୋଲି ସେ ରୋକ୍ ଠୋତକ୍ ଶୁଣାଇଦେଇଛନ୍ତି ।



