ଫ୍ରେସ ଚେହେରା ଦେବ ମାଇଲେଜ

ଫ୍ରେସ ଚେହେରା ଦେବ ମାଇଲେଜ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପତ୍ନୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ସାଉଥ ଷ୍ଟାର ନାଗା ଚୈତନ୍ୟ

ଇମତିଆଜ୍ ଅଲୀ ଏବଂ ଏକତା କପୁରଙ୍କ ଆଗାମୀ ପ୍ରେମ କାହାଣୀ 'ହୀର ରାଞ୍ଝା' କୁ ନେଇ ଏବେ ସିନେ ଜଗତରେ ଚର୍ଚ୍ଚା ଜୋର ଧରିଛି । ଏଥିରେ 'ଧୁରନ୍ଧର' ଫେମ୍ ଅଭିନେତ୍ରୀ ସାରା ଅର୍ଜୁନ 'ହୀର' ଭୂମିକାରେ ନଜର ଆସିପାରନ୍ତି ବୋଲି ଶୁଣାଯାଉଛି । ୨୦୨୬ ଫେବୃଆରୀ ୧୪, ଭାଲେଣ୍ଟାଇନ୍ସ ଡେ' ଅବସରରେ ଘୋଷଣା କରାଯାଇଥିବା ଏହି ଚଳଚ୍ଚିତ୍ରଟି ପଞ୍ଜାବୀ ଲୋକକଥାର ଏକ ଆଧୁନିକ ରୂପାନ୍ତର ହେବ ।  ରଣବୀର ସିଂଙ୍କ ବିପକ୍ଷରେ 'ଧୁରନ୍ଧର' ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ ପ୍ରଶଂସା ସାଉଁଟିଥିବା ସାରା ଅର୍ଜୁନ ଏହି ମୁଖ୍ୟ ଭୂମିକା ପାଇଁ ସବୁଠାରୁ ଆଗରେ ଅଛନ୍ତି । ନିର୍ମାତାମାନେ ଏହି କ୍ଲାସିକ୍ ପ୍ରେମ କାହାଣୀ ପାଇଁ ଏକ ଫ୍ରେସ ଚେହେରା ଖୋଜୁଥିବା ବେଳେ ସାରାଙ୍କ ନାମ ଫାଇନାଲ ବୋଲି ଚର୍ଚ୍ଚା ହେଉଛି ।  ତାଙ୍କ ବିପକ୍ଷରେ ଅଭିନେତା ରୋହିତ ସରାଫ୍ଙ୍କୁ ଦେଖିବାକୁ ମିଳିପାରେ । ଏହି ଦୁଇ ଫ୍ରେସ ଯୋଡି ଦର୍ଶକଙ୍କ ମନକିଣିବାରେ ସଫଳ ହେବେବୋଲି ମେକର୍ସ ଆଶା ରଖିଛନ୍ତି ।  'ହୀର ରାଞ୍ଝା'ର ସୁଟିଂ କିଛିଦିନ ମଧ୍ୟରେ ଆରମ୍ଭ ହେବାର ସମ୍ଭାବନା ରହିଥିବା ବେଳେ ଏହି ନୂଆ ଯୋଡ଼ିକୁ ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର ସମ୍ପର୍କରେ ମାରିଲେ ମୋହର

Tags: