ଝିଅଙ୍କ ଜୀବନ ସଂଘର୍ଷମୟ
ଅଭିନେତ୍ରୀ ଆୟଶା ଖାନ୍ ନିକଟରେ ନିଜ ସହିତ ଘଟୁଥିବା ଅନଲାଇନ୍ ନିର୍ଯାତନା ଏବଂ ମାନସିକ ଯନ୍ତ୍ରଣା ବିଷୟରେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଶରୀରକୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦିଆଯିବା ସହ ପ୍ରାୟ ପ୍ରତିଦିନ ତାଙ୍କୁ ଦୁଷ୍କର୍ମର ଧମକ ମଧ୍ୟ ମିଳୁଥିବା ଖୁବ ଦୁଃଖର ସହିତ ପ୍ରକାଶ କରିଛନ୍ତି । ଫିଲ୍ମ 'ଧୁରନ୍ଧର'ର ଏକ ଗୀତ ସୁଟିଂ ସମୟରେ ତାଙ୍କର ଋତୁସ୍ରାବ ହୋଇଥିଲା । ଏ ବିଷୟରେ ସେ ଅନଲାଇନରେ ସୂଚନା ଦେବା ପରେ ଲୋକମାନେ ତାଙ୍କୁ ପ୍ରବଳ ଟ୍ରୋଲ୍ କରିଥିଲେ, ଯାହା ତାଙ୍କୁ ଖୁବ କଷ୍ଟ ଦେଇଛି ବୋଲି ଆୟଶା ପ୍ରକାଶ କରିଛନ୍ତି । ଆୟଶାଙ୍କ କହିବା ଅନୁଯାୟୀ, ସେ କୌଣସି ବି ପୋଷାକ ପିନ୍ଧିଲେ ଲୋକଙ୍କର ସମସ୍ୟା ରହୁଛି ଏବଂ କିଛି ବି ପୋଷ୍ଟ କରିବା ପୂର୍ବରୁ ତାଙ୍କୁ ଶହେଥର ଭାବିବାକୁ ପଡୁଛି, ଯାହା ଜଣେ ମହିଳାଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସ୍ଥିତି। କେବଳ ଅନଲାଇନ ଧମକ ନୁହେଁ, ସେ ନିଜ ଜୀବନର ଏକ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ନିର୍ଯ୍ୟାତନା ସହିଥିବା ନେଇ ପ୍ରକାଶ କରିଛନ୍ତି । ଏପରିକି ତାଙ୍କୁ ସେଟରେ ମଧ୍ୟ ଅଶ୍ଲୀଳ କମେଣ୍ଟ ମିଳିଥିବାନେଇ ଆୟେଶା ଏଥିରେ ମତ ଦେଇଛନ୍ତି । ତେଣୁ ଜଣେ ଝିଅକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ଦେଇ ଗତି କରିବାକୁ ପଡିଥାଏ ବୋଲି ସେ ପ୍ରକାଶ କରିଛନ୍ତି । ବିଗ୍ ବସ୍-୧୭ ଜରିଆରେ ଲୋକପ୍ରିୟତା ପାଇଥିବା ଆୟଶାଙ୍କର ଏହି ସାକ୍ଷାତକାର ବର୍ତ୍ତମାନ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି ।



