ସାପ ମାରିବାରୁ ଏଫଆଇଆର

ସାପ ମାରିବାରୁ ଏଫଆଇଆର
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ସମୟର ଆହ୍ୱାନ - ଧର୍ମେନ୍ଦ୍ର ପ୍ରଧାନ

ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏକ ନିଆରା ମାମଲା, ଯେଉଁଥିରେ ଗୋଟିଏ ସାପକୁ ମାରିବାରୁ ଜଣେ ବ୍ୟକ୍ତିଙ୍କ ନାମରେ ଏଫ୍ଆଇଆର ରୁଜୁ ହୋଇଛି । କଥାଟି ଅଡୁଆ ଲାଗିଲେ ମଧ୍ୟ ସତ, ସୂଚନା ଅନୁସାରେ ଗୋଟିଏ ଗାଁର ରାସ୍ତାରେ ସାପଟିଏ ବୁଲୁଥିଲା ଯାହାକୁ ଉକ୍ତ ଯୁବକ ଗୋଟିଏ ବାଡି ସାହାଯ୍ୟରେ ମାରି ଦେଇଥିଲେ । ଏହାପରେ ସେହି ମଲା ସାପକୁ ଧରି ସାଙ୍ଗସାଥୀଙ୍କୁ ଡରାଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହେବାପରେ ଯୁବକଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି । ନିୟମ ଅନୁସାରେ ସାପକୁ ମାରିବା ଏକ ଗମ୍ଭୀର ଅପରାଧ । ସେହିଭଳି ଉକ୍ତ ସାପଟିର କୌଣସି ବିଷ ନଥିବା ମଧ୍ୟ ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି, ତେଣୁ ଏହା ଏକ ଅପରାଧ ବୋଲି ବନବିଭାଗ ମତ ଦେଇଛି ।

ସମ୍ବନ୍ଧିତ ଖବର ସଡକ ଦୁର୍ଘଟଣାରେ ୨୪ ଘଣ୍ଟାରେ ୧୫ ଜଣଙ୍କର ମୃତ୍ୟୁ

Tags: