ପିଲାଙ୍କୁ ମାରିବା ପରେ ମା'ର ଆତ୍ମହତ୍ୟା
କୁଚିଣ୍ଡା : ଦୁଇ ଛୁଆଙ୍କୁ ହତ୍ୟା ପରେ ଆତ୍ମହତ୍ୟା କଲା ମାଆ। ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ମହୁଲପାଲି ଥାନା ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା । ଗତକାଲି ଦୁଇ ଶିଶୁ କନ୍ୟାଙ୍କୁ କୂଅରେ ଫିଙ୍ଗି ହତ୍ୟା ଘଟଣା ପରେ କେଉଁ ଆଡେ ଫେରାର ହୋଇଯାଇଥିଲେ । ଅଭିଯୁକ୍ତ ମା' ହେଲେ ମାଆ ସଞ୍ଜୁ ମାଡକେ । ଆଜି ଦୁମକୁ ନାଳ ନିକଟରୁ ମା’ର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମହୁଲପାଲି ଥାନା ଘଟଣାସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।
ସୂଚନାନୁସାରେ ,ସର୍ଗିଡିହି ଗ୍ରାମର ଜେମେସ ମାଡ଼କି ଓ ସଞ୍ଜୁ ମାଡ଼କିଙ୍କ ୨ କନ୍ୟା ସୂହାନା ମାଡ଼କି, ଯାହାର ବୟସ ୬ ବର୍ଷ ଓ ଏକ ଚାରି ମାସର ଶିଶୁ କନ୍ୟା ଥିଲା । ଗତକାଲି ସନ୍ଧ୍ୟାରେ ସଞ୍ଜୁ ୨ ଶିଶୁ କନ୍ୟାଙ୍କୁ ନେଇ କେଉଁ ଆଡ଼କୁ ଚାଲି ଯାଇଥିଲେ । କିଛି ସମୟ ପରେ ସେ ଘରକୁ ଏକୁଟିଆ ଫେରିବାରୁ ଝିଅ ଦୁଇ ଜଣ କୁଆଡ଼େ ଗଲେ ବୋଲି ଜେମେସ ପଚାରିଥିଲେ । ପିଲାମାନଙ୍କୁ ଘର ପାଖ ଚାଷ ଜମିରେ ଥିବା କୂଅରେ ପକାଇ ଦେଇଥିବା କହି ସେଠାରୁ ଦୌଡ଼ି ପଳାଇଥିଲେ । ଏହା ଶୁଣି ଜେମେସ ତୁରନ୍ତ କୂଅ ନିକଟକୁ ଯାଇ ଗ୍ରାମବାସୀଙ୍କ ସହାୟତାରେ ଉଭୟ ଶିଶୁଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମାଆ ମାନସିକ ବିକୃତ ଥିବାରୁ ଦୁଇ ଝିଅଙ୍କୁ କୂଅରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି ।



