ପତ୍ନୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ସାଉଥ ଷ୍ଟାର ନାଗା ଚୈତନ୍ୟ

ପତ୍ନୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ସାଉଥ ଷ୍ଟାର ନାଗା ଚୈତନ୍ୟ
Samaya Live News Picture
Published On

ପୁରୀ : ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ। ଗତକାଲି ଧର୍ମପତ୍ନୀ ସୋଭିତା ଧୁଲିପାଲାଙ୍କ ସହ ମହାପ୍ରଭୁଙ୍କର ଆଶିଷ ନେଇଛନ୍ତି ନାଗା ଚୈତନ୍ୟ । ଦର୍ଶନ ପରେ 'ଜୟ ଜଗନ୍ନାଥ' ନାମ ନେଇଥିଲେ ନାଗା ଚୈତନ୍ୟ। ପୁରୀର ଏହି ଶାନ୍ତ ଏବଂ ଆଧ୍ୟାତ୍ମିକ ପରିବେଶରେ ମହାପ୍ରଭୁଙ୍କ ଦର୍ଶନ କରିବା ଭାଗ୍ୟରେ ଥିଲେ ମିଳେ ବୋଲି ନାଗା ଚୈତନ୍ୟ ଏବଂ ସୋଭିତା କହିଛନ୍ତି।  ପ୍ରଥମ ପତ୍ନୀ ସମାନ୍ଥା ରୁଥ ପ୍ରଭୁଙ୍କ ସହ ବିବାହ ବିଚ୍ଛେଦ ପରେ ସୋଭିତାଙ୍କୁ ସେ ଦ୍ବିତୀୟ ବିବାହ କରିଛନ୍ତି ।

ଗତକାଲି କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିସରରେ ପହଞ୍ଚିଥିଲେ ଉଭୟେ । ଦର୍ଶନ ବେଳେ ନାଗା ଚୈତନ୍ୟ ଧଳା ସାର୍ଟ ସହିତ ଏକ ପାରମ୍ପରିକ ଧୋତି ପିନ୍ଧିଥିବା ବେଳେ ସୋଭିତା ଏକ ସୁନ୍ଦର ଲାଲ ଶାଢ଼ି ପିନ୍ଧି ଥିବାର ଦେଖିବାକୁ ମିଳିଥିଲା । ଏହାପରେ ଉଭୟ ମନ୍ଦିର ଭିତରୁକୁ ଯାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ। ମନ୍ଦିରରୁ ବାହାରକୁ ଆସି ଗଣମାଧ୍ୟମ ସହିତ ସଂକ୍ଷିପ୍ତ ଆଲୋଚନା ସମୟରେ, ନାଗା ଚୈତନ୍ୟଙ୍କୁ "ଜୟ ଜଗନ୍ନାଥ" କହିଥିଲେ। 

Tags: