ବିଜେପି କରୁଛି ଘୋଡା ବେପାର - ନବୀନ
ଭୁବନେଶ୍ୱର : ଆଉ ଦିନଟିଏ ପରେ ରାଜ୍ୟସଭା ନିର୍ବାଚନ । ଦଳକୁ ଘାରିଛି ଘୋଡା ବେପାର ଭୟ । ବିଭିନ୍ନ ଦଳ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । କେଉଁଠି ବିଧାୟକ ଫୋନ ଉଠାଉ ନାହନ୍ତି ତ ପୁଣି କିଏ କହିଲାଣି ପ୍ରାର୍ଥୀ ଦେବା ପୂର୍ବରୁ ଆମକୁ କିଛି ଜଣାଇ ନଥିଲା ଦଳ । ସେହିପରି ଘୋଡା ବେପାର ଭୟରେ କିଏ ପୁଣି ରାଜ୍ୟ ବାହାରେ ଯାଇ ଲୁଚିଲେଣି । ଏହି ସମୟରେ ଆଜି ବିଜେଡି ର ହୋଇଛି ମକ ପୋଲିଂ । ବିଜେଡି ବିଧାୟକ ଏବଂ ନେତାମାନେ ନିର୍ବାଚନ ଅଧିକାରୀଙ୍କ ସହି ଭେଟିବାକୁ ଆସିଥିଲେ । ଏହି ଅବସରରେ ରାଜ୍ୟସଭା ନିର୍ବାଚନ ନେଇ ବିଜେପି ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜ୍ୟସଭା ନିର୍ବାଚନ ଲାଗି ବିଜେପି ଘୋଡ଼ା ବେପାର କରୁଛି କହି ଟାର୍ଗେଟ କରିଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ ।
ଅନ୍ୟପଟେ ନବୀନଙ୍କ ବୟାନକୁ ପରେ ମୁହଁ ଖୋଲିଛନ୍ତି ବିଜେପି ନେତା ଜୟ ନାରାୟଣ ମିଶ୍ର । ସେ କହିଛନ୍ତି , ନବୀନ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ଘୋଡା ବେପାରର ଅଭିଜ୍ଞତା ଅଛି । କାମଳ ରୋଗୀଙ୍କୁ ସବୁ ହଳଦିଆ ଦେଖାଯାଏ । ଆମେ ଘୋଡା ବେପାର କରୁ ନାହୁଁ । ସେମାନେ ଆମକୁ ଭୋଟ ଦେଉଛନ୍ତି ଆମେ ନେଉଛୁ । ଏହି ମନ୍ତବ୍ୟ ଦେବା ସହିତ ନବୀନ ବାବୁ ଆଡମିଟ କରିଦେଲେ ସେ ହାରିସାରିଲେଣି । ଆମେ ଘୋଡା ବେପାର କରୁ ନାହୁଁ ବିବେକାନୁମୋଦିତ ଭୋଟ ଦେବା ପାଇଁ ଅନୁରୋଧ କରୁଛୁ ।



