୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ନିର୍ଦ୍ଦେଶ - ମନ୍ତ୍ରୀ

୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ନିର୍ଦ୍ଦେଶ - ମନ୍ତ୍ରୀ

ଭୁବନେଶ୍ୱର : ଗ୍ରୀଷ୍ମ ଋତୁ ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି । ଅଂଶୁଘାତ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ଖରାରେ କଟିବନି ଲାଇନ। ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗୃହରେ ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ସମ୍ବନ୍ଧିତ ଖବର ପୋକ୍ସୋ ଆଇନ ଉପରେ ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ

ମନ୍ତ୍ରୀ କହିଛନ୍ତି , ଜାତୀୟ ବିପର୍ଯ୍ୟୟ ତାଲିକାରେ ହିଟୱେଭ୍ ସାମିଲ ହେବ । ରାଜ୍ୟର  ୩୧ ପୌରାଞ୍ଚଳ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ହିଟୱେଭ ଆକ୍ସନ ପ୍ଲାନ । ୧୦ ପୌରାଞ୍ଚଳ ହିଟୱେଭ୍ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି । ୩୦ ଜିଲ୍ଲା ଓ ଟ୍ଵିନ୍ ସିଟି ପାଇଁ ମଧ୍ୟ ଯୋଜନା କରାଯାଇଛି । ରାଜ୍ୟ ଓ ଜିଲ୍ଲା ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିଛି । ଏଥିପାଇଁ ୧୬ତମ ଅର୍ଥ କମିଶନ ସୁପାରିଶ କରିଛନ୍ତି । ତେବେ ରାଜ୍ୟ ଓ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛି । ଜାତୀୟ ବିପର୍ଯ୍ୟୟ ତାଲିକାରେ ହିଟୱେଭକୁ ସାମିଲ୍ ପାଇଁ ସୁପାରିସ୍ ହୋଇଛି । ଗୃହରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଆଗାମୀ ଦିନରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହର ମୁକାବିଲା ନିମନ୍ତେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବିଭାଗମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି।

ସମ୍ବନ୍ଧିତ ଖବର ୨ ଟି ଦୁର୍ଘଟଣାରେ ୭ ମୃତ ୨ ଆହତ

 

ସମ୍ବନ୍ଧିତ ଖବର କଂଗ୍ରେସ ସହ ହୋଇଛି ସାମୟିକ ଡ଼ିଲ - ସଂତୃପ୍ତ ମିଶ୍ର

Tags: