ଟ୍ୱିନ ସିଟିରେ ଚାଲିବ ନମୋ ଭାରତ ରାପିଡେକ୍ସ ଟ୍ରେନ
ଭୁବନନେଶ୍ୱର : ଦ୍ୱୈତ ନଗରୀରେ ପରିବହନ ସେବା ହେବ ଅଧିକ ମଜବୁତ । କଟକ-ଭୁବନେଶ୍ୱର ମଧ୍ୟରେ ଚାଲିବ ଚାଲିବ ନମୋ ଭାରତ ରାପିଡେକ୍ସ ଟ୍ରେନ । ଆଞ୍ଚଳିକ ରା଼ପିଡ଼ ଟ୍ରାନଜିଟ ସିଷ୍ଟମ (RRTS) ଟ୍ରେନ ଚାଲିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ବଡ଼ ଘୋଷଣା କରିଛନ୍ତି ।
ପ୍ରାୟ ୩୦ ମିନିଟ୍ ବ୍ୟବଧାନରେ ଟ୍ରେନ ଚାଲିବ । ଟ୍ରେନର ଗତି ରହିବ ଘଣ୍ଟାକୁ ୧୮୦କିମି । ଟ୍ରେନ ରେ ରହିବ : ଲେବଲ-୨ ସିଗନାଲିଂ ସିଷ୍ଟମ , ଡୋର ଇଣ୍ଡିକେଟର , ପୁସ ବଟନ ଓପନ ଡୋର , ମହିଳାମାନଙ୍କ ପାଇଁ ରହିବ ସ୍ୱତନ୍ତ୍ର କୋଚ, ଗ୍ରାଵ ହ୍ୟାଣ୍ଡେଲ , ଓଭର ହେଡ଼ ରାକ ଏବଂ ପ୍ରିମିୟମ ବ୍ୟବସ୍ଥା ମଧ୍ୟ ରହିବ । ପ୍ରତି କୋଚ୍ ର ୧୦୦ଜଣ ଯାତ୍ରୀଙ୍କ ପାଇଁ କୁଶନ ସିଟ୍ ଏବଂ CCTV ,ଜରୁରୀକାଳୀନ ଟକ୍-ବ୍ୟାକ୍ ୟୁନିଟ୍ ଭଳି ଆଧୁନିକ ସୁବିଧା ମଧ୍ୟ ଉପଲବ୍ଧ ହେବ ।
ସେହିପରି ରେଳମନ୍ତ୍ରୀ କହିଛନ୍ତି ଯଦି ମେଟ୍ରୋ ପ୍ରକଳ୍ପ କରାଯାଏ ତେବେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ । ସାଧାରଣ ରେଲୱେ ଟ୍ରାକ ବିଛାଇବାକୁ କିଲୋମିଟର ପିଛା ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ମେଟ୍ରୋ ଟ୍ରାକ ପାଇଁ କିଲୋମିଟର ପିଛା ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ । ପୂର୍ବରୁ ପ୍ରସ୍ତାବିତ ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ ଉପରେ ବୃଦ୍ଧି ପାଉଥିବା ଅନିଶ୍ଚିତତା ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି, ଟ୍ୱିନ ସିଟି ପାଇଁ ଅଧିକ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିକ ମୂଲ୍ୟ-ପ୍ରଭାବଶାଳୀ ପରିବହନ ବିକଳ୍ପ ଉପରେ ଧ୍ୟାନ ଦେଉଛି।



