ଯାତ୍ରାଦେଖା କୁ ନେଇ ଜଟଣୀରେ ବୋମାମାଡ଼, ୨ ଆହତ

ଯାତ୍ରାଦେଖା କୁ ନେଇ ଜଟଣୀରେ ବୋମାମାଡ଼, ୨ ଆହତ

ଭୁବନେଶ୍ୱର : ଜଟଣୀରେ ବୋମା ମାଡ଼ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଉପକଣ୍ଠ ପଦନପୁର ଛକରେ ଗତ ରାତିରେ ଦୁଇଟି ବୋମା ଫୁଟିଛି ।ଏଥିରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ଜଣେ ନାବାଳକ ଗୁରୁତର ଥିବା ଜଣାପଡ଼ିଛି । ଗୁରୁତର ନାବାଳକଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଯାତ୍ରା ଦେଖାକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ କଥା କଟାକଟି ପରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର ରାଜ୍ୟସଭା ସସ୍ପେନ୍ସ, ୧୬ଟି ଫର୍ମ କିଣିଲା ବିଜେପି

ବୋମା ବିସ୍ଫୋରଣରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସ୍ଥାନୀୟ ଲୋକ ୨ ଘଣ୍ଟା ଧରି ପିପିଲି-ଖୋର୍ଦ୍ଧା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ଜଟଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ମାମଲାରେ ୨ ଜଣଙ୍କୁ ଅଟକ ରଖି ଛାନଭିନ୍ ଚଳାଇଛି ପୁଲିସ । 

ସମ୍ବନ୍ଧିତ ଖବର ନାମାଙ୍କନ ଦାଖଲ କଲେ ମନମୋହନ ସାମଲ ଓ ସୁଜିତ କୁମାର

 

ସମ୍ବନ୍ଧିତ ଖବର ଭୁବନେଶ୍ୱର-ଦୁବାଇ ବିମାନ ଉଡାଣ ବାତିଲ

Tags: