ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର

ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କାଉ କରୁଛନ୍ତି ସହର ସଫା

ଶରୀରର ଅନ୍ୟ ଅଙ୍ଗ ଦୁର୍ବଳ ଥିବା ସତ୍ତ୍ୱେ କେବଳ ପେଟରେ ଚର୍ବି ଜମିବା, ବେକ ମୋଟା ହେବା ଏବଂ ସବୁବେଳେ କ୍ଳାନ୍ତ ଅନୁଭବ କରିବା ସାଧାରଣ ଲକ୍ଷଣ ନୁହେଁ । ଏହା ଫ୍ୟାଟି ଲିଭରର ସଙ୍କେତ ହୋଇପାରେ ବୋଲି ବିଶେଷଜ୍ଞ ମତ ଦେଇଥାଆନ୍ତି । ସାଧାରଣତଃ ଲୋକମାନେ ଫ୍ୟାଟି ଲିଭରକୁ କେବଳ ମଦ୍ୟପାନ ସହ ଯୋଡ଼ି ଦେଖୁଥିବା ବେଳେ, ବାସ୍ତବରେ ଜଙ୍କ୍ ଫୁଡ୍, କୋଲ୍ଡ ଡ୍ରିଙ୍କ୍ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ନନ୍-ଆଲକୋହଲିକ୍ ଫ୍ୟାଟି ଲିଭରସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଦି ଲାନସେଟ୍ଏବଂ ଜର୍ନାଲ୍ ଅଫ୍ ହେପାଟୋଲୋଜିରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଶ୍ୱର ପ୍ରାୟ ୩୮% ଜନସଂଖ୍ୟା ଏହି ରୋଗରେ ପ୍ରଭାବିତ, ଯେଉଁଥିରେ ପ୍ରାୟ ୨୫% ଲୋକ ଆଦୌ ମଦ୍ୟପାନ କରନ୍ତି ନାହିଁ । ବିଶେଷ କରି ଭାରତର ସହରାଞ୍ଚଳରେ ପ୍ରାୟ ୩୦-୪୦% ଲୋକ କୌଣସି ନା କୌଣସି ସ୍ତରର ଫ୍ୟାଟି ଲିଭର ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଅଧିକାଂଶ ଲୋକ ନିଜର ଏହି ସ୍ୱାସ୍ଥ୍ୟ ବିପତ୍ତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ରହିଛନ୍ତି । ଫ୍ୟାଟି ଲିଭର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ନିତାନ୍ତ ଜରୁରୀ । ଯେଉଁଥିପାଇଁ ସର୍ବପ୍ରଥମେ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରୁ ଚିନି, ମଇଦା ଏବଂ ପ୍ରୋସେସ୍ଡ ଜଙ୍କ୍ ଫୁଡ୍କୁ ସମ୍ପୂର୍ଣ୍ଣ ବାଦ୍ ଦେଇ ପ୍ରୋଟିନ୍, ଫାଇବର ଏବଂ ସବୁଜ ପନିପରିବା ସାମିଲ କରିବା ଉଚିତ । ଏହାସହ ପ୍ରତିଦିନ ଅତିକମରେ ୩୦ ରୁ ୪୦ ମିନିଟ୍ ଶାରୀରିକ ବ୍ୟାୟାମ, ଯୋଗ କିମ୍ବା ଶୀଘ୍ର ଚାଲିବା ଦ୍ୱାରା ଯକୃତରେ ଜମା ହୋଇଥିବା ଅତିରିକ୍ତ ଚର୍ବି ହ୍ରାସ ପାଇଥାଏ । ଏହାସହିତ ଶରୀରର ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ତେବେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା, ରାତିରେ ସମୟ ଅନୁସାରେ ୭ ରୁ ୮ ଘଣ୍ଟା ଶୋଇବା ଏବଂ ମଦ୍ୟପାନ କିମ୍ବା ଅତ୍ୟଧିକ ମିଠା ପାନୀୟରୁ ଦୂରେଇ ରହିବା ଦ୍ୱାରା ଲିଭରର କାର୍ଯ୍ୟଦକ୍ଷତା ବଢ଼ିଥାଏ । ସୁଷମ ଖାଦ୍ୟ ଏବଂ ସକ୍ରିୟ ଜୀବନଶୈଳୀ ହିଁ ଫ୍ୟାଟି ଲିଭର ଭଳି ଗୁରୁତର ରୋଗକୁ ପ୍ରାକୃତିକ ଉପାୟରେ ଭଲ କରିବାରେ ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ। ହେଲେ ଲକ୍ଷଣ ଦେଖିବାମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ତାଙ୍କ ପ୍ରଦତ୍ତ ପରାମର୍ଶକୁ ଅନୁକରଣ କରନ୍ତୁ ।

ସମ୍ବନ୍ଧିତ ଖବର ଟୁଉକୁ ମୂଷି

Tags: