ରଶ୍ମିକାଙ୍କ କଡା ଆଭିମୁଖ୍ୟ

ରଶ୍ମିକାଙ୍କ କଡା ଆଭିମୁଖ୍ୟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପତ୍ନୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କଲେ ସାଉଥ ଷ୍ଟାର ନାଗା ଚୈତନ୍ୟ

କନ୍ନଡ଼ ଅଭିନେତା ରକ୍ଷିତ ଶେଟ୍ଟୀଙ୍କ ସହ ତାଙ୍କର ପୁରୁଣା ସମ୍ପର୍କ ଓ ଭାଙ୍ଗିଯାଇଥିବା ନିର୍ବନ୍ଧକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ୮ ବର୍ଷ ତଳର ପୁରୁଣା ଅଡିଓ କ୍ଲିପ୍ ଉପରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଶେଷରେ ନିଜର ନୀରବତା ଭାଙ୍ଗିଛନ୍ତି । ଏହାକୁ ନିଜର ବ୍ୟକ୍ତିଗତ ଗୋପନୀୟତାର ଗମ୍ଭୀର ଉଲ୍ଲଂଘନ ବୋଲି ରଶ୍ମିକା ମତ ଦେଇଛନ୍ତି । ସେ ଏନେଇ ସୋସିଆଲ ମିଡିଆରେ ଏକ ନୋଟ ସେୟାର କରିଛନ୍ତି, ଯେଉଁଥିରେ ସେ ଏହି  ମାନହାନିକର ଅଡିଓକୁ ୨୪ ଘଣ୍ଟା ମଧ୍ୟରେ ହଟାଇବା ପାଇଁ ଚେତାବନୀ ଦେଇଛନ୍ତି । ଅନ୍ୟଥା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଅଭିନେତ୍ରୀଙ୍କ ଅନୁଯାୟୀ, ବିନା ସମ୍ମତିରେ ରେକର୍ଡ କରାଯାଇଥିବା ଏହି ପୁରୁଣା ବ୍ୟକ୍ତିଗତ କଥାବାର୍ତ୍ତାକୁ ଏବେ ଭୁଲ୍ ସନ୍ଦର୍ଭରେ ପ୍ରଚାର କରାଯାଉଛି। ଯାହା ଫଳରେ ତାଙ୍କ ପରିବାର ସହିତ ସେ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି । ଦୀର୍ଘ ଦିନର ଟ୍ରୋଲିଂ ପରେ ନିଜର ଆତ୍ମସମ୍ମାନ ପାଇଁ ସେ ମୁହଁ ଖୋଲିଥିବା ରଶ୍ମିକା ପ୍ରକାଶ କରିଛନ୍ତି । ସେଲିବ୍ରିଟି ହେଲେ ବି ସେମାନଙ୍କର ବ୍ୟକ୍ତିଗତ ଜୀବନ ରହିଛି, ଯାହାକୁ ନଷ୍ଟ କରିବାର ଅଧିକାର କାହାର ବି ନାହିଁ ବୋଲି ରଶ୍ମିକା ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର ଅଭିନେତ୍ରୀଙ୍କୁ ମାଡ ଅଭିଯୋଗ

Tags: