ମ୍ୟାଲେରିଆ ନିରାକରଣର ନୂଆ ଉପାୟ

ମ୍ୟାଲେରିଆ ନିରାକରଣର ନୂଆ ଉପାୟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ୧୦୦ ନିୟୁତ ବର୍ଷର ଡାଇନୋସର

ମ୍ୟାଲେରିଆ ନିରାକରଣ ଦିଗରେ ବିଶ୍ୱର ବୈଜ୍ଞାନିକମାନେ ଏକ ଯୁଗାନ୍ତକାରୀ ସଫଳତା ହାସଲ କରିଛନ୍ତି। ଏକ ଗବେଷଣା ଅନୁଯାୟୀ, ଗବେଷକମାନେ ପ୍ଲାଜମୋଡିୟମ୍ ପରଜୀବୀ ମଧ୍ୟରେ ଏଆରକେ ୧ ନାମକ ଏକ ସ୍ୱତନ୍ତ୍ର ପ୍ରୋଟିନ୍ ଚିହ୍ନଟ କରିଛନ୍ତି, ଯାହା ପରଜୀବୀର ବଞ୍ଚି ରହିବା ଏବଂ ବଂଶବୃଦ୍ଧି ପାଇଁ ଅପରିହାର୍ଯ୍ୟ । ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ନଟିଂହମ୍ ବିଶ୍ୱବିଦ୍ୟାଳୟ, ଭାରତର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇମ୍ୟୁନୋଲୋଜି , ଗ୍ରୋନିଙ୍ଗେନ୍ ବିଶ୍ୱବିଦ୍ୟାଳୟ ଏବଂ ଫ୍ରାନ୍ସିସ୍ କ୍ରିକ୍ ଇନଷ୍ଟିଚ୍ୟୁଟ୍ର ମିଳିତ ପ୍ରୟାସ ଦ୍ୱାରା ସମ୍ଭବ ହୋଇଛି । ବୈଜ୍ଞାନିକମାନେ ଏହି ମଲିକ୍ୟୁଲକୁ ଏକ ଟ୍ରାଫିକ କଣ୍ଟ୍ରୋଲରଭାବେ ବର୍ଣ୍ଣନା କରିଛନ୍ତି, ଯାହା ପରଜୀବୀର କୋଷ ବିଭାଜନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିଥାଏ । ସାଧାରଣତଃ ମଣିଷ କୋଷର ବିଭାଜନ ପ୍ରକ୍ରିୟା ତୁଳନାରେ ମ୍ୟାଲେରିଆ ପରଜୀବୀର ଏହି ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଓ ଅତ୍ୟନ୍ତ ଜଟିଳ ।  ତେବେ ଏହି ପ୍ରୋଟିନ୍ ଅଭାବରୁ ପରଜୀବୀଟି ମଣିଷ ଶରୀର କିମ୍ବା ମଶା ଶରୀର ମଧ୍ୟରେ ନିଜର ବିକାଶ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବନାହିଁ , ଯେଉଁ କାରଣରୁ   ଲାନାହିଁ ମ୍ୟାଲେରିଆ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ସଂକ୍ରମିତ ହେବା ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ସୂଚନା ଅନୁସାରେ ୨୦୨୪ ମସିହାରେ ସାରା ବିଶ୍ୱରେ ମ୍ୟାଲେରିଆ ଯୋଗୁଁ ପ୍ରାୟ ୬,୧୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଏବେ ଏପରି ନୂଆ ଔଷଧ ପ୍ରସ୍ତୁତ କରାଯାଇପାରିବ ଯାହା କେବଳ ପରଜୀବୀର ଏଆରକେ ୧ କୁ ହିଁ ନଷ୍ଟ କରିବ, ଯାହାଦ୍ୱାରା ରୋଗୀର ଶରୀର ଉପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ପଡ଼ିବ ନାହିଁ । ଏହାକୁ ନେଇ ଅଧିକ ଗବେଷଣା ଜାରି ରହିଛି ।

ସମ୍ବନ୍ଧିତ ଖବର ଫ୍ୟାଟି ଲିଭର ଚିକିତ୍ସାର ନୂଆ ଦିଗ

Tags:

Related Posts