ଗରିଆପାଲି ଟ୍ରିପଲ ମର୍ଡର :ଟାଙ୍କି ଉପରୁ ଅଭିଯୁକ୍ତକୁ ଧରିଲା ପୋଲିସ
ଦେବଗଡ଼ : ଦେବଗଡ଼ ଜିଲ୍ଲା ଗରିଆପାଲି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତ ଗିରଫ । ୨ ଦିନ ଧରି ଲୁଚକାଳି ଖେଳ ପରେ ବିଭତ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜେଜେବାପା ରମେଶ ଗାରିଆକୁ ପୋଲିସ ଗିରଫ କରିଛି । ଆଜି ସକାଳେ ଗାଁ ନିକଟସ୍ଥ ପାଣିଟାଙ୍କି ଉପରେ ଲୁଚିଥିବା ଅବସ୍ଥାରେ ଗ୍ରାମବାସୀ ଠାବ କରି ପୋଲିସ କୁ ଜଣାଇଥିଲେ । ଅଗ୍ନିଶମ ଟିମ୍ ସହାୟତାରେ ଅଭିଯୁକ୍ତକୁ ଧରିଛି କୁଣ୍ଢେଇଗୋଳା ପୋଲିସ । ପାରିବାରିକ କଳହରୁ ଗତ ୧୨ତାରିଖ ଦିନ ନିଜ ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହତ୍ୟା କରି ଫେରାର୍ ହୋଇଯାଇଥିଲା ଅଭିଯୁକ୍ତ ରମେଶ ଗରିଆ ।
ଘଟନାନୁସାରେ , ୧୧ତାରିଖ ବିଳମ୍ବିତ ରାତିରେ ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଗାରିଆପାଲି ଗାଁରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ । ଘରୋଇ କଳହକୁ କେନ୍ଦ୍ର କରି କରି ୫୦ ବର୍ଷୀୟ ବୃଦ୍ଧ ରମେଶ ଗାରିଆ ସାଜିଥିଲା ରକ୍ତମୁଖା । ପ୍ରଥମେ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା। ତେବେ ବୋହୂ ଶାଶୁଙ୍କୁ ରକ୍ଷା କରିବାକୁ ଆସିବାରୁ ବୋହୂଙ୍କ ସହ ୪ ବର୍ଷୀୟ ନାତୁଣୀଙ୍କୁ ମଧ୍ଯ ହାତୁଡ଼ିରେ ପିଟି ହତ୍ୟା କରିଥିଲା । ଏହାପରେ ୨ଦିନ ଧରି ଫେରାର ଥିଲା ଅଭିଯୁକ୍ତ । ତାକୁ ଧରାଇବା ପାଇଁ ପୋଲିସ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ଶେଷରେ ଗ୍ରାମବାସୀଙ୍କ ସହାୟତାରେ ଆଜି ରମେଶକୁ ଗିରଫ କରିଛି । ଧରାପଡ଼ିବା ପରେ ବିଷ ପି'ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ ।



