ହରିୟାଣା ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ ସିମଲା ପଠାଇଲା କଂଗ୍ରେସ

ହରିୟାଣା ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକଙ୍କୁ ସିମଲା ପଠାଇଲା କଂଗ୍ରେସ

ସିମଲା‌: ହରିୟାଣା‌ରେ ଆଗାମୀ ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଭୟ ପାଇଁ କଂଗ୍ରେସ ଦଳ   ଏହାର ବିଧାୟକଙ୍କୁ ସିମଲା ପଠାଇଛି। ଶୁକ୍ରବାର ହୋଇଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାୟକମାନଙ୍କୁ ସିମଲା ପଠାଇବାପାଇଁ ନିଷ୍ପତ୍ତି ହୋଇଥିଲା। ଏହି ବିଧାୟକମାନେ ମାର୍ଚ୍ଚ ୧୬ ତାରିଖରେ ଭୋଟ୍‌ ଗ୍ରହଣ ଦିନ ଚଣ୍ଡିଗଡ଼ ଆସିବେ। ବିଧାୟକମାନେ ବୈଠକ ପରେ ପ୍ରଥମେ ବରିଷ୍ଠ ନେତା ଭୂପିନ୍ଦର ସିଂହ ହୁଦାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନ କରିବାପରେ ସେମାନେ ଏକ ବିଳାସପୂର୍ଣ୍ଣ ବସ୍‌ରେ ସିମଲା ଯାଇଛନ୍ତି। କଂଗ୍ରେସର ରାଜ୍ୟ ବିଧାନସଭାରେ ୩୭ ବିଧାୟକ ଅଛନ୍ତି। କଂଗ୍ରେସ ଏହାର ପ୍ରାର୍ଥୀ କରମବୀର ସିଂହ ବୌଦ୍ଧଙ୍କୁ ଜିତାଇବାପାଇଁ ୩୧ଟି ପ୍ରଥମ ପ୍ରସନ୍ଦ ଭୋଟ୍‌ ଦରକାର। ତେବେ ସ୍ବାଧୀନ ପ୍ରାର୍ଥୀ ସତୀଶ ନନ୍ଦଲ ନିର୍ବାଚନରେ କଂଗ୍ରେସ ପଟୁ କ୍ରସ୍‌ ଭୋଟିଂ ଉପରେ ନିର୍ଭରଶୀଳ। ତାଙ୍କୁ ବିଜେପି ମଧ୍ୟ ସମର୍ଥନ କରୁଛି। ରାଜ୍ୟ ପ୍ରଭାରୀ ବିକେ ହରିପ୍ରସାଦ ଏବଂ ରାଜ୍ୟ କଂଗ୍ରେସ ସଭାପତି ରାଓ ନରେନ୍ଦ୍ର ସିଂହ ମଧ୍ୟ ବିଧାୟକମାନଙ୍କ ସହ ସିମ୍‌ଲା ଯାଇଛନ୍ତି। ରୋହତକ ସାଂସଦ ଦୀପେନ୍ଦର ହୁଦା‌, ‌ସୋନେପତ ସାଂସଦ ସତପାଲ ବ୍ରହ୍ମଚାରୀ ଏବଂ ଅମ୍ବାଲା ସାଂସଦ ବରୁଣ ଚୌଧାରୀ ଏହି ବିଧାୟକମାନଙ୍କୁ ନେଇ ସିମ୍‌ଲା ଯାଇଛନ୍ତି। ଭୋଟ୍‌ ପାଇଁ ବିଧାୟକମାନଙ୍କୁ ମଧ୍ୟ ସିମ୍‌ଲାରେ ତାଲିମ ଦିଆଯିବ। ଉଲ୍ଲେଯୋଗ୍ୟ, ହରିୟାଣାର ୨ ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେବ।

ସମ୍ବନ୍ଧିତ ଖବର ଏଲ୍‌ପିଜି ସଙ୍କଟ: ହୋଟେଲ-ରେଷ୍ଟୁରାଣ୍ଟ ବନ୍ଦ ହେବା ଆଶଙ୍କା

Tags: