ପ୍ରାପ୍ତ ବୟସ୍କ ମହିଳା ସ୍ୱାଧୀନ ଭାବରେ ଅଲଗା ରହିପାରିବେ : ହାଇକୋର୍ଟ

ଖାରଜ ହେଲା ହେଭିୟସ କର୍ପସ ମାମଲା

ପ୍ରାପ୍ତ ବୟସ୍କ ମହିଳା ସ୍ୱାଧୀନ ଭାବରେ ଅଲଗା ରହିପାରିବେ : ହାଇକୋର୍ଟ

କଟକ : ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ। ପ୍ରାପ୍ତବୟସ୍କ ଝିଅ ସ୍ୱାଧୀନ ଭାବରେ ବଞ୍ଚିପାରିବେ । ବାପା-ମା’ କିମ୍ବା ଶ୍ବଶୁର ଲୋକେ ,ଘରେ ରହିବାକୁ ବାଧ୍ୟ କରିପାରିବେ ନାହିଁ । ହାଇକୋର୍ଟ କହିଛନ୍ତି ଏଭଳି କରିବାକୁ ଆଇନରେ କୌଣସି ବ୍ୟବସ୍ଥା ନାହିଁ । ଜଣେ ପ୍ରାପ୍ତବୟସ୍କ ମହିଳା ବା ଝିଅ ଯଦି ସ୍ୱାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନିଅନ୍ତି ତେବେ ଏପରି ନିର୍ଣ୍ଣୟରେ କୌଣସି ବାଧା ନାହିଁ । ଗୋଟିଏ ମାମଲାର ବିଚାର କରି ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । ଏହା ସହ ମହିଳାଙ୍କ ବାପା-ମା' କରିଥିବା ହେଭିୟସ କର୍ପସ ପିଟିସନ ଖାରଜ ହୋଇଛି ।

ସମ୍ବନ୍ଧିତ ଖବର ଆଖିବୁଜିଲା ଅସୁସ୍ଥ ମାଈ ହାତୀ

ରାୟ ଅନୁସାରେ,ଜଣେ ମହିଳାଙ୍କ ବୈବାହିକ ଜୀବନରେ ଅଶାନ୍ତି ଦେଖାଦେବାରୁ ମାମଲା କୋର୍ଟରେ ଯାଇ ପହଞ୍ଚିଥିଲା । ଏହି ସମୟରେ ସେ ବାପ ଘରକୁ ନଯାଇ ପରିବାର ଠାରୁ ଦୁରେଇ କୌଣସି ଏକ ସ୍ଥାନରେ ରହୁଥିଲେ । ତେବେ ଏକ ବର୍ଷ ଧରି ଝିଅ କୁ ନପାଇ ଚିନ୍ତିତ ହୋଇ ଏବଂ ଘରକୁ ଫେରାଇ ଆଣିବା ପାଇଁ ବାପା ମା' କୋର୍ଟରେ ଏକ ହେବିୟସ କର୍ପସ ପିଟିସନ ଦାଖଲ କରିଥିଲେ । ଏହାପରେ ୨୦୨୪ରେ ଝିଅ ଜଣକ ଥାନାରେ ହାଜର ହୋଇ ନିଜ ଶ୍ବଶୁର ଘର ଓ ବାପା-ମା’ଙ୍କ ନିକଟରେ ରହିବାକୁ ଆଗ୍ରହୀ ନଥିବା କହିଥିଲେ । ସେ ଏକାକୀ ରହୁଛନ୍ତି ଓ ସ୍ବାବଲମ୍ବୀ ବୋଲି ପୋଲିସକୁ ଜଣାଇଥିଲେ । ଏହି ମାମଲାର ବିଚାର କରି ବାପା-ମା’ଙ୍କ ତରଫରୁ ଦାୟର ହୋଇଥିବା ପିଟିସନକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ଯୁବତୀ ଜଣକ ବେଆଇନ ଭାବେ ଅଟକ ନାହାନ୍ତି ବୋଲି ସ୍ପଷ୍ଟ ହୋଇଛି । ପ୍ରାପ୍ତ ବୟସ୍କ ହେବାପରେ ସେ ସ୍ବାଧୀନ ଭାବେ ବଞ୍ଚି ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଏଣୁ ଖୋଜି ବାହାର କରିବାକୁ ବା ଏସଂପର୍କିତ ତଥ୍ୟ ପ୍ରମାଣ ପାଇବାକୁ ହେବିୟସ କର୍ପସ ପିଟିସନକୁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଦର୍ଶାଇ ହାଇକୋର୍ଟ ମାମଲା ଖାରଜ କରିଛନ୍ତି ।ଚିଫ୍ ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବେ ଜଷ୍ଟିସ୍ ଏମ୍ ଏସ୍ ରମନଙ୍କ ଗଠିତ ବେଞ୍ଚ ୯ ମାର୍ଚ୍ଚରେ ଏହି ଅର୍ଡର ପାସ୍ କରିବା ସହ ପିଟିସନ ମଞ୍ଜୁର କରିନଥିଲେ । 

ସମ୍ବନ୍ଧିତ ଖବର ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ !

 

ସମ୍ବନ୍ଧିତ ଖବର ୨ ଟି ଦୁର୍ଘଟଣାରେ ୭ ମୃତ ୨ ଆହତ

 

 

Tags: