ଗ୍ୟାସ ପାଇଁ ହା - ହା କାର, କଳାବଜାରୀ ରୋକିବାକୁ ମନ୍ତ୍ରୀଙ୍କ ନିର୍ଦେଶ

ଗ୍ୟାସ ପାଇଁ ହା - ହା କାର, କଳାବଜାରୀ ରୋକିବାକୁ ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର : ହାଣ୍ଡିଶାଳରେ ସିଧା ସଳଖ ପଡିଛି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ । ଖାଇବା ତେଲ ପରେ ପରେ ରନ୍ଧନ ଗ୍ୟାସ ର ମୄଲ୍ୟ ବୃଦ୍ଧି ହୋଇଥିଲା । ଏହାପରେ ବର୍ତ୍ତମାନ ବଜାରରୁ ରନ୍ଧନ ଗ୍ୟାସ ଉଭାନ ହେବାକୁ ବସିଛି । ଟେନସନ ବଢ଼ାଇଛି ଗ୍ୟାସ , ଉତ୍କଟ ହେଉଛି ସମସ୍ୟା । କେଉଁଠି ବୁକିଂ ପରେ ଠିକ ସମୟରେ ଗ୍ୟାସ ମିଳୁନି ତ ଆଉ କେଉଁଠି ବୁକିଂ କରିବାକୁ ଉପଭୋକ୍ତା ନାକେଦମ । ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ୟାସ ଏଜେନ୍ସିରେ ଲମ୍ବା ଲାଇନ ଲାଗୁଛି । ବୁକିଂ ପରେ ବି ଠିକ ସମୟରେ ଗ୍ୟାସ ସିଲିଣ୍ଡର ମିଳୁନାହିଁ । କେବଳ ଏତିକି ନୁହେଁ ବିଭିନ୍ନ ସ୍ଥାନରେ ଗ୍ୟାସ ପାଇଁ ବୁକିଂ ହେଉନଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ପୂର୍ବରୁ ଵୁକିଂର ୭ ଦିନ ପରେ ଗ୍ୟାସ୍ ମିଳୁଥିବାବେଳେ ଏବେ ୨୫ ଦିନର ବୁକିଂ ପରେ ଗ୍ୟାସ୍ ମିଳିବା ନେଇ ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇଦେଇଛି । ବିଭିନ୍ନ ସ୍ଥାନରେ ବନ୍ଦ ହୋଇଗଲାଣି ଛୋଟ ଖାଇବା ଦୋକାନ। ଅନେକ ବଡ଼ ହୋଟେଲ ଅତି କଷ୍ଟେମଷ୍ଟେ ଚଳାଉଛନ୍ତି । ସେପଟେ ରାଜ୍ୟର ବିଭିନ୍ନ ସହରରେ ଗ୍ୟାସ ଏଜେନ୍ସି ଆଗରେ ଲାଗିଛି ଲମ୍ବା ଲାଇନ । ବଜାରରେ ଏଲ୍‌ପିଜି କଳାବଜାରୀ ରୋକିବାକୁ ଓ ଚଢ଼ଉ ପାଇଁ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଡା ନିର୍ଦେଶ ଦେଇଛନ୍ତି । 

ସମ୍ବନ୍ଧିତ ଖବର ଘର ଭିତରକୁ ବସ ମାଡିଯାଇ ୧୦ ଆହତ

ଗତ ୨ଦିନ ଧରି ବାଙ୍କୀରେ ଗ୍ୟାସ ପାଇଁ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଗ୍ୟାସ ସେଣ୍ଟର ସମ୍ମୁଖରେ ଗ୍ୟାସ ଟାଙ୍କି ଥୋଇ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଲୋକେ। ବୁକିଙ୍ଗ ହୋଇଥିଲେ ମଧ୍ୟ ପାଇପାରୁ ନାଁହାନ୍ତି ଗ୍ୟାସ । ବାରମ୍ବାର ଦୌଡ଼ିବାକୁ ପଡୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଘୁଞ୍ଚିଲା

ସେହିପରି ଯାଜପୁର ଟାଉନ ଥାନା ଅନ୍ତର୍ଗତ ଗରିଆପୁର ଛକ ନିକଟରେ ଗ୍ୟାସ ଟାଙ୍କି ରଖି ଉପଭୋକ୍ତା ମାନେ ରାସ୍ତା ରୋକ କରିଛନ୍ତି। ଭଦ୍ରକ,କେଉଁଝରରେ ବି ସମାନ ଅବସ୍ଥା। ଗ୍ୟାସ୍ ନମିଳିବାରୁ ଆଜି ଉପଭୋକ୍ତାମାନେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର ରାଜ୍ୟରେ SIRକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

ଗ୍ୟାସର ଅଭାବ ଯୋଗୁଁ ଏହାର କଳାବଜାରି ଆରମ୍ଭ ହୋଇଗଲାଣି। ଝାରସୁଗୁଡ଼ା ବେହେରାମାଲରୁ ୯୨ଟି ଗ୍ୟାସ୍ ସିଲିଣ୍ଡର ଜବତ କରିଛି ଯୋଗାଣ ବିଭାଗର ସ୍ୱତନ୍ତ୍ର ଟିମ୍। ଦୋକାନରେ ବେଆଇନ ଗଚ୍ଛିତ ରଖିବା ଅଭିଯୋଗରେ ଜବତ କରିଛି ଯୋଗାଣ ବିଭାଗ।

ପୁରୀରେ ବି ହେଉଛି ଗ୍ୟାସର କଳାବଜାରୀ । ସିଲିଣ୍ଡର ଜବତ କରିବା ସହ ୬ ଜଣଙ୍କୁ ଅଟକ ରଖିଛି ପୋଲିସ । ସି ବିଚ୍ ଥାନା ଅଞ୍ଚଳରୁ ୧୬ଟି ,ବାସେଳିସାହି ଥାନା ଅଞ୍ଚଳରୁ ୫ଟି, ଟାଉନ ଥାନା ଅଞ୍ଚଳରୁ ୬ଟି ,କୁମ୍ଭାରପଡା ଥାନା ଅଞ୍ଚଳରୁ ୫ଟି ସିଲିଣ୍ଡର ଜବତ କରାଯାଇଛି।

ରାଜ୍ୟରେ ପର୍ଯ୍ୟାପ୍ତ ରନ୍ଧନ ଗ୍ୟାସ୍ (ଏଲ୍‌ପିଜି) ଉପଲବ୍ଧ ଅଛି । ବଜାରରେ ଏଲ୍‌ପିଜି କଳାବଜାରୀ ରୋକିବାକୁ ଚଢ଼ଉ ପାଇଁ ମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଖାଉଟିମାନେ ଯେଭଳି ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଯୋଗାଣ ନେଇ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସଜାଗ ରହିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Tags: