କୋର୍ଟ ସମ୍ମୁଖରେ ଯୁବକଙ୍କୁ ବିଭତ୍ସ ହତ୍ୟା

କୋର୍ଟ ସମ୍ମୁଖରେ ଯୁବକଙ୍କୁ ବିଭତ୍ସ ହତ୍ୟା

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଅଭାବନୀୟ ଘଟଣା । ଗୁରୁବାର ଦିନ ଦ୍ବିପହରେ ଭଞ୍ଜନଗର ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଭଞ୍ଜନଗର କୋର୍ଟ ସମ୍ମୁଖରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା । ମୃତ ଯୁବକ ଜଣକ ହେଲେ ବୁଦୁଲି ଗାଁର ଅଶୋକ ସ୍ୱାଇଁ । ଅଶୋକ କୌଣସି ଏକ କାମରେ ଭଞ୍ଜନଗର ଏଡିଜେ କୋର୍ଟକୁ ଆସିଥିଲେ । କାମ ସାରି ବାଇକରେ ଫେରୁଥିବା ବେଳେ କୋର୍ଟ ସାମନାରେ ଟାଙ୍ଗିଆରେ ହାଣି ଗୁରୁତର କରିଥିଲା ଦିଲ୍ଲୀପ ଜେନା ନାମକ ଜଣେ ବ୍ୟକ୍ତି । ତାଙ୍କ ମୁଣ୍ଡ ଏବଂ ହାତରେ ଗଭୀର ଆଘାତ ଲାଗିଥିଲା । ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇଁ ପୋଲିସ ଅଭିଯୁକ୍ତକୁ ଅଭିଯୁକ୍ତକୁ ଅଟକ ରଖିବା ସହିତ ଟାଙ୍ଗିଆକୁ ଜବତ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି  ।

ସମ୍ବନ୍ଧିତ ଖବର ବଦଳିବ ଇଂରାଜୀ ନାଁ

 

ସମ୍ବନ୍ଧିତ ଖବର ସଂତୃପ୍ତ ଓ ଦତ୍ତେଶ୍ୱର ବିଜେଡି ର ରାଜ୍ୟସଭା ପ୍ରାର୍ଥୀ

Tags: