ଅସନ୍ତୋଷ ଝାଡିଲେ ସୋଫିଆ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପୂର୍ବରୁ ଅସନ୍ତୋଷ ଝାଡିଲେ କଟକ ବାରବାଟୀ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋୖସ । ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ପ୍ରଶ୍ନ କରିଛନ୍ତି ସେ । ବିଜେଡି ସହ ବୁଝାମଣାକୁ ନେଇ ନାପସନ୍ଦ କରିଛନ୍ତି ସୋଫିଆ । ବିଜେଡି ବିରୋଧରେ ବିଷୋଦ୍ଗାର କରି କହିଛନ୍ତି ସବୁବେଳେ ବିଜେଡି ଏବଂ ବିଜେପି ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି । ପ୍ରାଥୀ ଦେବା ପୂର୍ବରୁ ସମସ୍ତ ବିଧାୟକଙ୍କ ପରାମର୍ଶ ନେଇଥିଲେ ଭଲ ହୋଇଥାନ୍ତା । ଏପରିକି ପ୍ରାର୍ଥୀ ଘୋଷଣା ପୂର୍ବରୁ ସେ ଜାଣି ନଥିବା ବିଷୟରେ କହିଛନ୍ତି । ନୂଆପଡା ନିର୍ବାଚନ ରେ ମଧ୍ୟ ମୋତେ ଡକାଯାଇନଥିଲା ଏପରିକି ମୋ ବାରବାଟୀ ନିର୍ବାଚନ ମଣ୍ଡଳୀରୁ କାହାକୁ ଯୋଡ଼ିଲେ ମଧ୍ୟ ମୋତେ ଜଣାଉ ନଥିଲେ । ଗଣମାଧ୍ୟମରୁ ମୁଁ ଜାଣିବାକୁ ପାଉଥିଲି । ସେହିପରି ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀଙ୍କୁ ସମର୍ଥନ ନେଇ ମଧ୍ୟ ମୋତେ ପଚରା ଯାଇନାହିଁ ବୋଲି ମଧ୍ୟ କହିଛନ୍ତି । ରାଜ୍ୟରେ କଂଗ୍ରେସ ଏ ଏଭଳି ଅବସ୍ଥା ପାଇଁ ସିଧା ସଳଖ ବିଜେଡ଼ିକୁ ଦାୟୀ କରିଛନ୍ତି । ବିଜେଡିକୁ ସମର୍ଥନ କରିବା କଂଗ୍ରେସର ନିଷ୍ପତ୍ତି ଠିକ୍ ନଥିଲା । ରାଜ୍ୟରେ କଂଗ୍ରେସ ଏ ଏଭଳି ଅବସ୍ଥା ପାଇଁ ସିଧା ସଳଖ ବିଜେଡ଼ିକୁ ଦାୟୀ କରିଛନ୍ତି ।



