ଖାମନେଇ ଯିବା ପରେ ମଧ୍ୟ ଇରାନ କିପରି ଶକ୍ତିଶାଳୀ?

ଖାମନେଇ ଯିବା ପରେ ମଧ୍ୟ ଇରାନ କିପରି ଶକ୍ତିଶାଳୀ?

ପ୍ରାୟ ଦୁଇ ସପ୍ତାହ ଧରି ଆମେରିକା ଓ ଇସ୍ରାଏଲ ନିରନ୍ତର ଭାବେ ଇରାନ ଉପରେ ବୋମାମାଡ଼ କରୁଛନ୍ତି । କିନ୍ତୁ ଏତେ ବଡ଼ ଆକ୍ରମଣ ସତ୍ତ୍ୱେ ମଧ୍ୟ ଇରାନ  ନା ହାର ମାନିଛି, ନା ତାହାର ସରକାର ଭାଙ୍ଗିପଡ଼ିଛି । ଏହି ସମୟରେ ଆମେରିକୀୟ ଗୁଇନ୍ଦା ସଂସ୍ଥାମାନଙ୍କ ଏକ ନୂତନ ରିପୋର୍ଟ ଆସିଛି। ଏହି ରିପୋର୍ଟରେ କୁହାଯାଇଛି ଯେ କେବଳ ବୋମା ମାଡ଼ କରି ଇରାନର ସରକାରକୁ ଭାଙ୍ଗିଦେବା ସମ୍ଭବ ନୁହେଁ। ଯୁଦ୍ଧର ପ୍ରଥମ ଦିନରେ ଇରାନର ସର୍ବୋଚ୍ଚ ନେତା ଅଲ୍ଲୀ ଖାମନେଇଙ୍କୁ ହତ୍ୟା କରାଯାଇଥିଲା। ସାଧାରଣତଃ ଯଦି କୌଣସି ଦେଶର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ ଘଟେ, ସେହି ଦେଶରେ ରାଜନୈତିକ ଅସ୍ଥିରତା ଓ ସାମରିକ ବିଭାଜନ ହେବାର ଆଶଙ୍କା ଥାଏ। କିନ୍ତୁ ଇରାନରେ ଏହାର ପୁରା ବିପରୀତ ଘଟିଲା ।

ସମ୍ବନ୍ଧିତ ଖବର ବିଜେପି କରୁଛି ଘୋଡା ବେପାର - ନବୀନ

WhatsApp Image 2026-03-14 at 2.29.20 PM (4)

ସମ୍ବନ୍ଧିତ ଖବର ବଳେନ୍ଦ୍ର ଶାହ ନେପାଳର ପରବର୍ତ୍ତୀ ପ୍ରଧାନ ମନ୍ତ୍ରୀ

ନୂତନ ସର୍ବୋଚ୍ଚ ନେତା ଭାବେ ମୋଜତବା ଖାମନେଇଙ୍କୁ ନିଯୁକ୍ତ କରାଗଲା ଏବଂ ସେ ଦେଶର ସାମରିକ ବାହିନୀ ଓ ପ୍ରଶାସନ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ନେଲେ। ଏହାର ଅର୍ଥ ହେଉଛି, ସର୍ବୋଚ୍ଚ ନେତାଙ୍କ ହତ୍ୟା ପରେ ମଧ୍ୟ ଇରାନର ସିଷ୍ଟମ ଭାଙ୍ଗିପଡ଼ିନଥିଲା; ବରଂ ଆହୁରି ଏକତାବଦ୍ଧ ହୋଇଗଲା । ଆରମ୍ଭରେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଟିମ୍ ଭାବିଥିଲେ ଯେ ଖାମନେଇଙ୍କ ମୃତ୍ୟୁ ପରେ ଇରାନରେ ଶାସନ ପରିବର୍ତ୍ତନ ସହଜ ହେବ । କିନ୍ତୁ ଏବେ ଦେଖାଯାଉଛି ଯେ ଇରାନର ସିଷ୍ଟମ ବିଷୟରେ ଆମେରିକାର ଗଣନା ଭୁଲ୍ ଥିଲା । ଆମେରିକୀୟ ରିପୋର୍ଟ ଅନୁସାରେ ଇରାନର ଶକ୍ତି ତିନୋଟି ମୁଖ୍ୟ ଅଂଶରେ ବିଭକ୍ତ — ସର୍ବୋଚ୍ଚ ନେତା, ଧାର୍ମିକ ପରିଷଦ ଓ ଇସ୍ଲାମିକ୍ ବିପ୍ଳବୀୟ ଗାର୍ଡ କୋର୍ପ୍ସ । ଏହି ତିନୋଟି ମିଶି ଦେଶର କ୍ଷମତା ନିୟନ୍ତ୍ରଣ କରନ୍ତି। ସେଥିପାଇଁ ଜଣେ ନେତାଙ୍କ ମୃତ୍ୟୁରେ ସମଗ୍ର ବ୍ୟବସ୍ଥା ଭାଙ୍ଗି ପଡ଼େ ନାହିଁ। ଦ୍ୱିତୀୟ କଥା ହେଉଛି, ଆମେରିକା ଭାବିଥିଲା ଯେ ଆକ୍ରମଣ ପରେ ଇରାନୀ ଲୋକମାନେ ସରକାର ବିରୋଧରେ ବିଦ୍ରୋହ କରିବେ। କିନ୍ତୁ ସେପରି କିଛି ଘଟିଲା ନାହିଁ। ଇରାନର ଭିତର ସିଷ୍ଟମ ଏବେ ମଧ୍ୟ ଶକ୍ତିଶାଳୀ ଅଛି। ତୃତୀୟ କାରଣ ହେଉଛି, ଇରାନର ବିରୋଧୀ ଦଳ ବହୁତ ଦୁର୍ବଳ। ବିଦେଶରେ ରହୁଥିବା ବିରୋଧୀ ନେତାମାନଙ୍କ ପାଖରେ ନା ଲୋକଙ୍କ ସମର୍ଥନ ଅଛି, ନା ସାମରିକ ବାହିନୀର ସମର୍ଥନ।

ସମ୍ବନ୍ଧିତ ଖବର ଆମେରିକାର ଭୂମିକା

WhatsApp Image 2026-03-14 at 2.29.20 PM (1)

ଏହି ରିପୋର୍ଟରେ ଆଉ ଏକ ବଡ଼ କଥା କୁହାଯାଇଛି— କେବଳ ବିମାନ ଆକ୍ରମଣ ଦ୍ୱାରା ଇରାନରେ ଶାସନ ପରିବର୍ତ୍ତନ କରାଯିବ ନାହିଁ। ଯଦି ଆମେରିକା ସତରେ ଏହା କରିବାକୁ ଚାହେଁ, ତେବେ ତାକୁ ଇରାନକୁ ସେନା ପଠାଇବାକୁ ପଡ଼ିବ, ଯାହା ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ନିଷ୍ପତ୍ତି । ଆଉ ଏକ ଆଶ୍ଚର୍ୟ୍ୟଜନକ କଥା ହେଉଛି, ଆମେରିକା ନିଜେ ମଧ୍ୟ ସ୍ପଷ୍ଟ ନୁହେଁ ଯେ ଏହି ଯୁଦ୍ଧର ମୂଳ ଲକ୍ଷ୍ୟ କ’ଣ । କେବେ କୁହାଯାଉଛି ଇରାନର ପରମାଣୁ କାର୍ୟ୍ୟକ୍ରମ ବନ୍ଦ କରିବା, କେବେ କୁହାଯାଉଛି ଶାସନ ପରିବର୍ତ୍ତନ। ତଥାପି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧରେ ବିଜୟ ଦାବି କରୁଛନ୍ତି ଏବଂ କହୁଛନ୍ତି ଯେ ଯୁଦ୍ଧ ଶୀଘ୍ର ଶେଷ ହେବ। କିନ୍ତୁ ମାଟିର ସତ୍ୟ ହେଉଛି ଯେ ଏପର୍ୟ୍ୟନ୍ତ ଆମେରିକା କୌଣସି ଠୋସ୍ ସଫଳତା ହାସଲ କରିପାରିନାହିଁ। ଆଜି ମଧ୍ୟ ଇରାନ ପୂର୍ଣ୍ଣ ଶକ୍ତି ସହିତ ଆମେରିକା ଓ ଇସ୍ରାଏଲ ବିରୋଧରେ ଠିଆ ହୋଇଛି ।

Tags: