ଇରାନର ଖାର୍ଗ ଦ୍ୱୀପରେ ବିଶାଳ ତୈଳ ସୁବିଧା ଥିବା ସାମରିକ ସ୍ଥାନ ଉପରେ ଆମେରିକାର ଆକ୍ରମଣ

ଇରାନର ଖାର୍ଗ ଦ୍ୱୀପରେ ବିଶାଳ ତୈଳ ସୁବିଧା ଥିବା ସାମରିକ ସ୍ଥାନ ଉପରେ ଆମେରିକାର ଆକ୍ରମଣ

ୱାସିଂଟନ :  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଦେଶର ସେନା ଇରାନର ଖାର୍ଗ ଦ୍ୱୀପରେ ସାମରିକ ପ୍ରତିଷ୍ଠାନ ଉପରେ ବୋମା ମାଡ଼ କରିଛି , ଏବଂ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ହର୍ମୁଜ ପ୍ରଣାଳୀକୁ ଅବରୋଧ କରିବା ଜାରି ରଖେ ତେବେ ପରବର୍ତ୍ତୀ ସମୟରେ ଏହି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ତୈଳ ସୁବିଧା ଉପରେ ଆକ୍ରମଣ ହୋଇପାରେ।  ଖାର୍ଗ ଦ୍ୱୀପରୁ ଇରାନର ୯୦ ପ୍ରତିଶତରୁ ଅଧିକ ତେଲ ରପ୍ତାନି ହୁଏ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଶୋଧିତ ତୈଳ ମୂଲ୍ୟ ୪୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଟ୍ରମ୍ପ ଶୁକ୍ରବାର ଦିନ କହିଥିଲେ ଯେ ଆମେରିକୀୟ ସେନା ଇରାନର ଖାର୍ଗ ଦ୍ୱୀପ ତୈଳ ରପ୍ତାନି କେନ୍ଦ୍ରର ସମସ୍ତ ସାମରିକ ଲକ୍ଷ୍ୟସ୍ଥଳକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହାକୁ ମଧ୍ୟପ୍ରାଚ୍ୟ ଇତିହାସର ସବୁଠାରୁ ଶକ୍ତିଶାଳୀ ବୋମା ଆକ୍ରମଣ ମଧ୍ୟରୁ ଗୋଟିଏ ବୋଲି ଟ୍ରମ୍ପ ବର୍ଣ୍ଣନା କରିଛନ୍ତି। ତେବେ ଟ୍ରମ୍ପ ଏହାର କୌଣସି ପ୍ରମାଣ ଦେଇ ନାହାଁନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ସେ ବର୍ତ୍ତମାନ ପାଇଁ ଇରାନ ଦ୍ୱୀପରେ ତୈଳ ଭିତ୍ତିଭୂମିକୁ ଧ୍ବଂସ କରିବାକୁ ବାଛି ନାହାନ୍ତି। ତଥାପି, ଯଦି ଇରାନ କିମ୍ବା ଅନ୍ୟ କେହି ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜର ମୁକ୍ତ ଏବଂ ନିରାପଦ ଗମନାଗମନରେ ବାଧା ସୃଷ୍ଟି କରିବା ପାଇଁ କିଛି କରନ୍ତି, ତେବେ ମୁଁ ତୁରନ୍ତ ଏହି ନିଷ୍ପତ୍ତିର ପୁନର୍ବିଚାର କରିବି ବୋଲି ଟ୍ରମ୍ପ କହିଛନ୍ତି।   

ସମ୍ବନ୍ଧିତ ଖବର ବାଧ୍ୟତାମୂଳକ ମାସିକ ଋତୁସ୍ରାବ ଛୁଟି ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ

Tags: