୨ ଟି ଦୁର୍ଘଟଣାରେ ୭ ମୃତ ୨ ଆହତ
ବରଗଡ଼/କୁଚିଣ୍ଡା : ୨ଟି ସ୍ଥାନରେ ସଡକ ଦୁର୍ଘଟଣା ଘଟି ୭ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ୨ୟ ଜଣ ଗୁରୁତର ଆହତ ହୋଇଛନ୍ତି । ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ ମେହେନା ଛକରେ ୨ ଟି ବାଇକକୁ ଏକ ବୋଲେରୋ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା । ସୋନପୁର ପଟୁ ଗୋଡଭଗା ଆସୁଥିବା ଏକ ବୋଲେରୋ ଏବଂ ବିପରୀତ ଦିଗରୁ ଆସୁଥିବା ୨ଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ୨ଟି ମୋଟର ସାଇକେଲରେ ୬ ଜଣ ଯୁବକ ଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଘାଟି ଜାମପାଲି ଗାଁର ଥିବା ସୂଚନା ।
ଘଟଣାରେ ବୋଲେରୋ ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମୃତଦେହ ବୁର୍ଲା ବଡ ଡାକ୍ତରଖାନାରେ ରଖାଯାଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରୁଷୁଡା ଫାଣ୍ଡି ପୋଲିସ ପହଂଚି ତଦନ୍ତ ଜାରି ରଖି ।
ସେହିପରି ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କୁଚିଣ୍ଡା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ପିଠାମାରେନ ଠାରେ । କଣ୍ଟେନର ଧକ୍କାରେ ଚାଲିଗଲା ତିନି ବାଇକ ଆରୋହୀଙ୍କ ଜୀବନ। ଦୁର୍ଘଟଣା ପରେ ବାଇକକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା କଣ୍ଟେନର । ଫଳରେ ପ୍ରଥମେ ବାଇକ୍ରେ ନିଆଁ ଲାଗିଯାଇ ପରେ କଣ୍ଟେନରରେ ନିଆଁ ଲାଗିଯାଇଥିଲା । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।



