ବିଜେପି ଛାଡିଲେ ବରିଷ୍ଠ ନେତା ଜୀବନ ପ୍ରଦୀପ

ବିଜେପି ଛାଡିଲେ ବରିଷ୍ଠ ନେତା ଜୀବନ ପ୍ରଦୀପ

ଭୁବନେଶ୍ୱର : ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ସେ ତାଙ୍କ ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଛନ୍ତି । ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ ହେବାର ଦୁଇଦିନ ପରେ ସେ ଦଳ ଛାଡ଼ିଛନ୍ତି । ରବୀନ୍ଦ୍ରଙ୍କୁ ଦଳରେ ସାମିଲ କରାଯିବାରୁ ସେ କ୍ଷୁବ୍ଧ ହୋଇ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର ଅଧିକ ବସ୍ ଭଡ଼ା ଆଦାୟ ଅଭିଯୋଗ, ନିୟମିତ ଯାଞ୍ଚ ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ

ରବୀନ୍ଦ୍ର ଜେନାଙ୍କ ବିଜେପିରେ ସାମିଲ ହେବାକୁ ବିରୋଧ କରି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେ କହିଛନ୍ତି, ‘ମୂଲ୍ୟବୋଧଯୁକ୍ତ ରାଜନୀତିରୁ ଦୂରେଇ ଯାଇଛି ବିଜେପି । ‘ଜଣେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ବିଜେପିରେ ସାମିଲ କରାଯାଇଛି । ‘ରାଜ୍ୟସଭା ନିର୍ବାଚନରେ ବିଜେପି ନୀତି, ନୈତିକତା ହରାଇଛି’ ।

ସମ୍ବନ୍ଧିତ ଖବର ବଳେନ୍ଦ୍ର ଶାହ ନେପାଳର ପରବର୍ତ୍ତୀ ପ୍ରଧାନ ମନ୍ତ୍ରୀ

ଦୀର୍ଘ ବର୍ଷ ପରେ ଭାରତୀୟ ଜନତା ପାର୍ଟିରୁ ଦୂରେଇ ରହିଲା ପରେ, ବହୁ ଆଶାଭରସା ନେଇ ୨୦୨୧ରେ ଦଳକୁ ଫେରିଥିଲେ । ବିଗତ ୫ ବର୍ଷରୁ ଅଧିକ ସମୟ ଧରି ଦଳ ଯେଉଁ ଦାୟିତ୍ବ କାର୍ଯ୍ୟ ଦେଇଛି ତାକୁ ସୂଚାର ରୂପେ ତୁଲାଇଛି । ମାନସିକ ଅଶାନ୍ତି ଓ କ୍ଷୋଭର ସହ ଇସ୍ତଫା ଦେଉଛି ବୋଲି କହିଛନ୍ତି ଜୀବନ ପ୍ରଦୀପ ଦାସ ।

ସମ୍ବନ୍ଧିତ ଖବର ରାଜଧାନୀରେ ହୋଇପାରୁନାହିଁ ରନ୍ଧନ ଗ୍ୟାସ ବୁକିଂ

ଶ୍ରୀ ଦାଶ କହିଛନ୍ତି ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତକୁ ସୁରକ୍ଷା ଦେବା ପାଇଁ ବିଜେପିର ରାଜ୍ୟ ମୁଖ୍ୟ ତାଙ୍କୁ ଦଳରେ ମିଶାଇଲେ। ମାର୍ଚ୍ଚ ୧୨ରେ ଥିବା ଚିଟ୍‌ଫଣ୍ଡ ମାମଲାର ଶୁଣାଣିରେ ତାଙ୍କୁ ସୁରକ୍ଷା ମିଳିଲା । ଏଥିସହ ମାମଲାର ଶୁଣାଣିକୁ ଆସନ୍ତା ଏପ୍ରିଲ ୧୩ ଯାଏଁ ଘୁଞ୍ଚାଇ ଦିଆଗଲା। ସବୁଠାରୁ ବଡ଼କଥା ହେଲା, ରବୀନ୍ଦ୍ରଙ୍କ ବିଜେପିରେ ଯୋଗଦାନ ସମ୍ପର୍କରେ ଦଳର ଜିଲା କର୍ମକର୍ତ୍ତାଙ୍କୁ ଅବଗତ କରାଯାଇ ନାହିଁ କିମ୍ବା ସେମାନଙ୍କର ମତାମତ ବି ନିଆଯାଇ ନାହିଁ। ଏହା ଦଳର ମୌଳିକ ଆଦର୍ଶର ଅବକ୍ଷୟ ଆଶଙ୍କାକୁ ଘନୀଭୂତ କରିଛି

Tags: