କାର୍‌ ଇଏମ୍‌ଆଇକୁ ନେଇ ଝଗଡ଼ା ହେବାରୁ ପଶ୍ଚିମବଙ୍ଗ ନର୍ସଙ୍କୁ ଜିଅନ୍ତା ଜାଳିଦେଲା ସ୍ବାମୀ

କାର୍‌ ଇଏମ୍‌ଆଇକୁ ନେଇ ଝଗଡ଼ା ହେବାରୁ ପଶ୍ଚିମବଙ୍ଗ ନର୍ସଙ୍କୁ ଜିଅନ୍ତା ଜାଳିଦେଲା ସ୍ବାମୀ

କୋଲକାତା :  ପଶ୍ଚିମବଙ୍ଗ କୁଚବିହାର ଜିଲ୍ଲାର ଜଣେ ନର୍ସଙ୍କୁ ତାଙ୍କ ସ୍ବାମୀ ଜିଅନ୍ତା ଜାଳି ମାରିଦେଇଛନ୍ତି। କାର୍‌ ଇଏମ୍‌ଆଇକୁ ନେଇ ସ୍ବାମୀଙ୍କ ସହ ଝଗଡ଼ା ହେବାରୁ ନର୍ସଙ୍କ ଜୀବନ ଚାଲିଯାଇଛି। ମୃତ ନର୍ସଙ୍କ ନାଁ ଛନ୍ଦା ରାୟ। ସେ କୁଚ ବିହାର ଏମଜେଏନ୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲର ମ୍ୟାଟରନିଟି ବିଭାଗରେ କାମ କରୁଥିଲେ। ବୁଧବାର ଛନ୍ଦାଙ୍କ ଭଡ଼ାଘରେ ଏହି ଘଟଣା ଘଟିଛି। ପ‌ଡ଼ୋଶୀଙ୍କ ଅନୁଯାୟୀ ଛନ୍ଦାଙ୍କ ଶରୀରରେ ନିଆଁ ଲାଗି ଯାଇଥିବାବେଳେ ସେ ଘର ବାହାରକୁ ଦୌଡ଼ିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଏମ୍‌ଜେଏନ ମେଡିକାଲ କଲେଜ ଏବଂ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ ଛନ୍ଦାଙ୍କ ସ୍ବାମୀ ରଞ୍ଜିତ ରାୟଙ୍କ ଦେହରେ ନିଆଁ ଲାଗିଯାଇଛି ଏବଂ ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଅନୁଯାୟୀ ଚ୍ଛନ୍ଦା ତାଙ୍କ ସ୍ବାମୀ ରଞ୍ଜିତଙ୍କ ସହ ଗତ ସାଢ଼େ ୩ ବର୍ଷ ହେବ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ରଞ୍ଜିତ ରାୟ ବୃତ୍ତିରେ ଜଣେ ଡ୍ରାଇଭର। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉକ୍ତ ଦମ୍ପତିଙ୍କ ମଧ୍ୟରେ କାର୍‌ ଇଏମ୍‌ଆଇକୁ ନେଇ ଗଣ୍ଡଗୋଳ ହୋଇଥିଲା। ଚ୍ଛନ୍ଦା କାର୍‌ଟିକୁ କିଣିଥିଲେ। ଯାହାଫଳରେ ତାଙ୍କ ସ୍ବାମୀ ଏହି କାର୍‌ଟିକୁ ସିଲିଗୁଡ଼ିରେ ଚଳାଇ ଜୀବିକାର୍ଜନ କରିପାରି‌‌ବେ ବୋଲି ତାଙ୍କର ଲକ୍ଷ୍ୟ ଥିଲା। କିନ୍ତୁ କାର୍‌ ଲୋନ୍‌ ଦେବାକୁ ନେଇ ସେମାନଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହୋଇଥିଲା। ପୂର୍ବରୁ ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ଛନ୍ଦା ପୁଲିସର ମଧ୍ୟ ଦ୍ବାରସ୍ଥ ହୋଇଥିଲେ।   ଉକ୍ତ ଦମ୍ପତିଙ୍କର ଏକ ମାତ୍ର ଝିଅ ଏବେ ଦାର୍ଜିଲିଂରେ ଏକ ବୋର୍ଡିଂ ସ୍କୁଲ୍‌ରେ ପାଠ ପଢ଼ୁଛି।

ସମ୍ବନ୍ଧିତ ଖବର ଅଲ ଖାର୍ଜରେ ହୋଇଥିବା ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ ହୋଇନି

 

ସମ୍ବନ୍ଧିତ ଖବର ଯୁଦ୍ଧ ପାଇଁ ଇରାକରେ ଘନ ଅନ୍ଧାର

Tags: