ରିଂ ୱାର୍ମ

ରିଂ ୱାର୍ମ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର କ୍ୟାନ୍ସର ଚିକିତ୍ସାର ନୂଆ ପଦ୍ଧତି

ରିଂ ୱାର୍ମ ହେଉଛି ଏକ ପ୍ରକାର ଫଙ୍ଗାଲ୍ ଇନଫେକ୍ସନ, ଯାହା ଚର୍ମର ସବୁଠାରୁ ଉପର ସ୍ତରରେ ଥିବା ଡର୍ମାଟୋଫାଇଟ୍ନାମକ କବକ ଯୋଗୁଁ ହୋଇଥାଏ । ଏଥିରେ ଚର୍ମ ଉପରେ ଗୋଲାକାର ନାଲି ରଙ୍ଗର ଦାଗ ଦେଖାଯିବା ସହ ପ୍ରବଳ କୁଣ୍ଡେଇ ହୋଇଥାଏ । ଅନେକ ସମୟରେ ୱାର୍ମଶବ୍ଦ ଯୋଗୁଁ ଏହା କୌଣସି ପୋକ କାମୁଡ଼ିବା ଦ୍ୱାରା ହୁଏ ବୋଲି ଭ୍ରମ ସୃଷ୍ଟି ହୋଇଥାଏ, କିନ୍ତୁ ପ୍ରକୃତରେ ଏହାର ପୋକ ସହିତ କୌଣସି ସମ୍ପର୍କ ନାହିଁ । କେବଳ ଚର୍ମରେ ସୃଷ୍ଟି ହେଉଥିବା ଗୋଲାକାର ଆକୃତି ଯୋଗୁଁ ଏହାକୁ ରିଂ ୱାର୍ମ କୁହାଯାଏ  । ଏହି ସଂକ୍ରମଣ ଶରୀରର ଯେକୌଣସି ଅଂଶ ଯଥା ହାତ, ଗୋଡ଼, ବେକ, ମୁହଁ, ଜଙ୍ଘର ସନ୍ଧି , ପାଦ, ମୁଣ୍ଡର ଚର୍ମ, ନଖରେ ମଧ୍ୟ ହୋଇପାରେ । ରିଂ ୱାର୍ମ  ଅତ୍ୟନ୍ତ ସଂକ୍ରାମକ ହୋଇଥିବାରୁ ଏହା ସଂକ୍ରମିତ ବ୍ୟକ୍ତି ବା ପୋଷା ଜନ୍ତୁଙ୍କ ସହ ସିଧାସଳଖ ସମ୍ପର୍କରେ ଆସିଲେ କିମ୍ବା ସେମାନଙ୍କର ପୋଷାକ, ତଉଲିଆ, ଶେଯ ଓ ଜିମ୍ ଉପକରଣ ବ୍ୟବହାର କଲେ ଅତି ଶୀଘ୍ର ବ୍ୟାପିଥାଏ । ବିଶେଷ କରି ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତି, ମଧୁମେହ ରୋଗୀ, ଖେଳାଳି ଏବଂ ଛୋଟ ପିଲାମାନଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଅଧିକ ଥାଏ । ପ୍ରବଳ ଗୁଳୁଗୁଳି, ଅତ୍ୟଧିକ ଝାଳ, ଅପରିଷ୍କାର ରହିବା ଏବଂ ଟାଇଟ୍ ପୋଷାକ ପିନ୍ଧିବା ଦ୍ୱାରା ଚର୍ମରେ ବାୟୁ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ, ଯାହା ଫଙ୍ଗସ୍ ବଢ଼ିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ । ତେଣୁ ପ୍ରାଥମିକ ଲକ୍ଷଣ ଦେଖାଦେବା ମାତ୍ରେ ଏହାର ଉପଯୁକ୍ତ ଚିକିତ୍ସା ନକଲେ ଏହା ଧୀରେ ଧୀରେ ସାରା ଶରୀରକୁ ବ୍ୟାପିବାର ଭୟ ରହିଥାଏ  । ତେଣୁ ଲକ୍ଷଣ ଦେଖିବା ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ସମ୍ବନ୍ଧିତ ଖବର ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ

Tags: