ଫ୍ୟାଟି ଲିଭର ଚିକିତ୍ସାର ନୂଆ ଦିଗ

ଫ୍ୟାଟି ଲିଭର ଚିକିତ୍ସାର ନୂଆ ଦିଗ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଉଚ୍ଚରକ୍ତଚାପ ଓ ଦହି

ଜେରୁଜେଲମର ହିବ୍ରୁ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ନୂତନ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ କ୍ୟାନାବିସ୍ବା ଗଞ୍ଜେଇ ଗଛରୁ ମିଳୁଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୌଗିକ 'କ୍ୟାନାବିଡିଓଲ' ଏବଂ 'କ୍ୟାନାବିଗେରୋଲ'  ମାରାତ୍ମକ ଫ୍ୟାଟି ଲିଭର ରୋଗର ଚିକିତ୍ସାରେ ସହାୟକ ହୋଇପାରିବ । 'ବ୍ରିଟିଶ ଜର୍ଣ୍ଣାଲ ଅଫ୍ ଫାର୍ମାକୋଲୋଜି'ରେ ପ୍ରକାଶିତ ଏହି ଗବେଷଣା ଅନୁଯାୟୀ, ଏହି ଦୁଇଟି ଯୌଗିକ ଯକୃତରେ ଜମିଥିବା ଅତ୍ୟଧିକ ଚର୍ବିକୁ କମାଇବା ସହ ଶରୀରର ମେଟାବୋଲିକ୍ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗଞ୍ଜେଇରେ ଥିବା ଟିଏଚସି ଭଳି ଏହି ସିବିଡି ଏବଂ ସିବିଜି ଯୌଗିକଗୁଡ଼ିକ ନିଶାଦାୟକ ନୁହଁନ୍ତି, ଯାହା ଫଳରେ ଏହାକୁ ଦୀର୍ଘକାଳୀନ ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରିବ । ବିଶ୍ୱର ପ୍ରାୟ ଏକ ତୃତୀୟାଂଶ ବୟସ୍କ ବ୍ୟକ୍ତି ବର୍ତ୍ତମାନ 'ମେଟାବୋଲିକ୍ ଡିସଫଙ୍କସନ୍-ଆସୋସିଏଟେଡ୍ ଷ୍ଟିଆଟୋଟିକ୍ ଲିଭର ଡିଜିଜ୍'  ବା ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ ଥିବାବେଳେ, ଏହି ନୂତନ ଆବିଷ୍କାର ଏକ ବଡ଼ ସଫଳତା ବୋଲି ଆଲୋଚନା କରାଯାଉଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି ଯୌଗିକଗୁଡ଼ିକ ଯକୃତରେ 'ଫସଫୋକ୍ରିଏଟିନ୍' ନାମକ ଏକ ଅଣୁର ମାତ୍ରା ବଢ଼ାଇଥାନ୍ତି, ଯାହା କୋଷଗୁଡ଼ିକ ପାଇଁ ଏକ ବ୍ୟାକଅପ୍ ବ୍ୟାଟେରୀ ଭଳି କାମ କରିଥାଏ । ଏହାସହ ଯକୃତର କୋଷଗୁଡ଼ିକୁ ସଫା ରଖୁଥିବା 'କ୍ୟାଥେପସିନ୍' ଏନଜାଇମର ସକ୍ରିୟତାକୁ ବୃଦ୍ଧି କରି କ୍ଷତିକାରକ ଚର୍ବି ଓ ବର୍ଜ୍ୟବସ୍ତୁ ବାହାର କରିବାରେ ସାହାଯ୍ୟ କରିଥାଏ ।  ତେବେ ମଣିଷଙ୍କ ଉପରେ ଏହାର ପୂର୍ଣ୍ଣ ପ୍ରଭାବ ଜାଣିବା ପାଇଁ ଅଧିକ କ୍ଲିନିକାଲ୍ ଟ୍ରାଏଲ୍ର ଆବଶ୍ୟକତା ରହିଛି ବୋଲି ଗବେଷକମାନେ ମତ ଦେଇଛନ୍ତି । ଯଦି ଏହି କ୍ଲିନିକାଲ ଟ୍ରାଏଲ ସଫଳ ହୁଏ ତେବେ ଏହା ସ୍ବାସ୍ଥ୍ୟକ୍ଷେତ୍ରରେ ଖୁବ ପରିବର୍ତ୍ତନ ଆଣିବ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି ।

ସମ୍ବନ୍ଧିତ ଖବର ୧୦୦ ନିୟୁତ ବର୍ଷର ଡାଇନୋସର

Tags: