ସାଇକେଲରେ ବରଯାତ୍ରୀ

ସାଇକେଲରେ ବରଯାତ୍ରୀ
Ipsita Picture
By: Ipsita
Published On

 

ମହାରାଷ୍ଟ୍ରର ଏକ ବରଯାତ୍ରୀ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି ।  ସୂଚନା ଅନୁସାରେ ଏଠାରେ ଜଣେ ବ୍ୟକ୍ତି ପ୍ରାୟ ୧୦୦ ଜଣ ସାଇକେଲ ଆରୋହୀଙ୍କ ସହ ନିଆରା ଢଙ୍ଗରେ ନିଜର ବରଯାତ୍ରୀ ଶୋଭାଯାତ୍ରାରେ ଯାଇଛନ୍ତି । ଏଭଳି ପ୍ରୟାସ କରି ସେ ଫିଟନେସ୍ ଏବଂ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଛନ୍ତି । ଆସନ୍ତା ନଭେମ୍ବର ୨୧ ତାରିଖରେ ତାଙ୍କର ବିବାହ ହେବାକୁ ଥିବା ବେଳେ ନଭେମ୍ବର ୧୯ ତାରିଖରେ ଆୟୋଜିତ ଏହି ଶୋଭାଯାତ୍ରାରେ ସାଇକେଲଗୁଡ଼ିକୁ ଫୁଲରେ ସଜାଯାଇଥିଲା । ଏଥିରେ ସାମିଲ ହୋଇଥିବା ପରିବାର ସଦସ୍ୟ, ପରିବେଶବିତ୍, ସାଇକେଲ ପ୍ରେମୀ ଓ ବିଭିନ୍ନ ସାଇକ୍ଲିଂ କ୍ଲବ୍‌ର ସଦସ୍ୟମାନେ ‘ରାଇଡ୍ ଫର୍ ଲଭ୍’  ଲେଖାଥିବା ଟି-ସାର୍ଟ ପିନ୍ଧିଥିଲେ । ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବରଙ୍କ ପିତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି । ପରିବାର ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ସାଇକେଲ ଚାଳନାକୁ ଏକ ଉତ୍ତମ ବିକଳ୍ପ ଭାବେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିବାହ ଅବସରରେ ଏଭଳି ଏକ ଅଭିନବ ପଦକ୍ଷେପ ନିଆଯାଇଥିଲା ।

Tags: